Alia Bhatt pregnant: ବିବାହର ତିନି ମାସ ନପୁରୁଣୁ ରଣବୀର କପୁରଙ୍କୁ ଆଲିଆ ଭଟ୍ଟ ଏକ ଖୁସି ଖବର ଦେଇଛନ୍ତି। ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବାପା ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଗର୍ଭଧାରଣର ଖୁସି ଖବର ବାଣ୍ଟିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି।  


COMMERCIAL BREAK
SCROLL TO CONTINUE READING


ସୋମବାର ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଦୁଇଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଆଉ ଫଟୋର କ୍ୟାପସନ ଲେଖାଛନ୍ତି, 'ଆମ ସନ୍ତାନ... ଖୁବଶୀଘ୍ର ଆସୁଛି'। ଗୋଟିଏ ଫଟୋରେ ଆଲିଆ ଭଟ୍ଟଙ୍କ ସହ ରଣବୀର କପୁର ଡାକ୍ତରଖାନାରେ ନଜର ଆସିଛନ୍ତି। ଉଭୟ ମନିଟରରେ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖୁଛନ୍ତି। ଏହି ସମୟରେ ଆଲିଆଙ୍କ ମୁହଁରେ ବହୁତ ସୁନ୍ଦର ହସ ଦେଖାଯାଉଛି। ତେବେ ସ୍ରୀନରେ ଏଲ ଲଭ୍ ଇମୋଜୀ ଦେଇ ସେ କିଛି ଲୁଚାଇବାକୁ ଚେଷ୍ଟା କରିଛନ୍ତି।


Also Read: 'ଏମରଜେନ୍ସି'ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା, ଜାଣନ୍ତୁ କେବେ ହେବ ରିଲିଜ୍


ଆଲିଆ (Alia Bhatt)ଙ୍କ ଅନ୍ୟ ଏକ ଫଟୋରେ ଏକ ସିଂହ ପରିବାର ଅଛନ୍ତି। ଫଟୋରେ ସିଂହ-ସିଂହୀ ଏବଂ ଗୋଟିଏ ସିଂହ ଶାବକ ଖେଳୁଛନ୍ତି। ଆଲିଆ ଭଟ୍ଟ ଏହି ପୋଷ୍ଟ କରିବା ମାତ୍ରେ ପ୍ରଶଂସକ ଏବଂ ସୋସିଆଲ ମିଡିଆ ୟୁଜର୍ସ ତଥା ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରଣବୀରଙ୍କ ଅଭିନୀତ 'ଶମସେରା'ର ଟ୍ରେଲର ଆସିବାର ଦୁଇ ଦିନ ପରେ ଆଲିଆ ତାଙ୍କ ବେବିଡମ୍ପ ସହ ସିଂହ ପରିବାରର ଫଟୋ ସେୟାର କରିଛନ୍ତି।



ସୂଚନାଯୋଗ୍ୟ, ଦୀର୍ଘ ବର୍ଷର ରିଲେସନ୍ ପରେ ରଣବୀର କପୁର (Ranbir Kapoor) ଏବଂ ଆଲିଆ ଭଟ୍ଟ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ମୁମ୍ବାଇରେ ଆୟୋଜିତ ବିବାହ ଉତ୍ସବରେ ବହୁ ନାମିଦାମୀ ସେଲିବ୍ରେଟି ସାମିଲ ହୋଇଥିଲେ। ବିବାହ ବନ୍ଧନରେ ବାନ୍ଧି ହେବାପରେ ପ୍ରଥମ ଥର ନବଦମ୍ପତି ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ।