Celebs New Year: ସମଗ୍ର ବିଶ୍ୱ ନୂତନ ବର୍ଷ ୨୦୨୩କୁ ସ୍ୱାଗତ କରିଛି । ନୂତନ ବର୍ଷକୁ ବେଶ ଧୁମଧାନରେ ପାଳନ କରୁଛନ୍ତି ସଭିଏଁ । ଲୋକମାନେ ଏହି ନୂତନ ବର୍ଷରେ ପାର୍ଟି କରିବା ସହ ପରପ୍ପରକୁ ଅଭିନନ୍ଦନ ଜଣାଉଛନ୍ତି। ଆଉ ଏହି ସେଲିବ୍ରେସନରୁ କିପରି ବିଟାଉନର ତାରକାମାନେ ନିଜକୁ ଦୂରେଇ ରଖିପାରିଥାନ୍ତେ । ତେବେ ଆସନ୍ତୁ ନଜର ପକାଇବା ବିଟାଉନର ସେଲିବ୍ରେଟିମାନେ କିଭଳି ସେଲିବ୍ରେସନ କରୁଛନ୍ତି । 


COMMERCIAL BREAK
SCROLL TO CONTINUE READING

ଆଲିଆ ଭଟ୍ଟ :


ବିଳମ୍ବିତ ରାତିରେ ଅଭିନେତା ରଣବୀର କପୁର ଏବଂ ସାଙ୍ଗମାନଙ୍କ ସହ ବଲିଉଡ ସୁପରଷ୍ଟାର ଆଲିଆ ଭଟ୍ଟ ନୂଆ ବର୍ଷ ପାର୍ଟି କରିଥିଲେ। ଆଲିଆ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ  ଏହାର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।ଆଲିଆଙ୍କ ସେୟାର କରିଥିବା  ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରୁଥିବେ ଯେ ଅଭିନେତ୍ରୀ ତାଙ୍କ ଭଉଣୀ ଶାହିନ୍ ଭଟ୍ଟ, ରଣବୀର କପୁର ଏବଂ ତାଙ୍କର ସମସ୍ତ ସାଙ୍ଗମାନଙ୍କ ସହ ନୂଆ ବର୍ଷ ପାଳନ କରୁଛନ୍ତି।


ଅଭିନେତା ଅର୍ଜୁନ କପୁର ମଧ୍ୟ ନୂଆ ବର୍ଷ ଉତ୍ସବର ଚିତ୍ର ସେୟାର କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅର୍ଜୁନଙ୍କ ଏହି ଫଟୋରେ ବରୁଣ ଧାୱନ, ନତାଶ ଦଲାଲ, ମଲାଇକା ଆରୋରା ଏବଂ ମୋହିତ ମାରୱା ଭଳି ଚଳଚ୍ଚିତ୍ର ଅଭିନେତା ନଜର ଆସିଛନ୍ତି।


ସନି ଲିଓନି :


ନୂଆବର୍ଷ  ଅବସରରେ ଅଭିନେତ୍ରୀ ସନି ଲିଓନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ତାଙ୍କ ପ୍ରଶଂସକମାନଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି।


ସୁସ୍ମିତା ସେନ୍:


ଅଭିନେତ୍ରୀ ସୁସ୍ମିତା ସେନ୍ ମଧ୍ୟ ତାଙ୍କ ଝିଅମାନଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି। ଏହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।


ବିରାଟ କୋହଲି- ଅନୁଷ୍କା ଶର୍ମା:
ବିରୁସ୍କା , ଏହି ଦମ୍ପତି ବର୍ତ୍ତମାନ ନୂଆବର୍ଷକୁ ଦୁବାଇରେ ରହି ପାଳନ କରୁଛନ୍ତି । ଏନେଇ ସୋସିଆଲ ମିଡିଆରେ ଷ୍ଟାର କପୁଲଙ୍କ ଫଟୋ ଭାଇରାଲ ହେଉଛି। 


ମୌନି ରଏ :


ନବବିବାହିତା ମୌନି ରଏ , ବର୍ତ୍ତମାନ ନିଜ ଦାମ୍ପତ୍ୟ ଜୀବନକୁ ମନଭରି ଉପଭୋଗ କରୁଛନ୍ତି । ଏହାସହ ଅଭିନେତ୍ରୀ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।


ହନି ସିଂ :


ଅନ୍ୟପକ୍ଷରେ ଗାୟକ ତଥା ରାପର ୟୋ ୟୋ ହନି ସିଂ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ଟିନା ଥାଡାନୀଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି।


  ଏହାବି ପଢନ୍ତୁ : Tunisha Sharma Suicide Case: ସାମ୍ନାକୁ ଆସିଲା ଛାତି ଥରାଇବା ଭଳି ତଥ୍ୟ, ସିଜାନଙ୍କ ଓକିଲ କଲେ ବଡ ଖୁଲାସା


  ଏହାବି ପଢନ୍ତୁ : Urfi Javed: ଉର୍ଫିଙ୍କ ଆଉଟଫିଟକୁ ନେଇ ସମାଲୋଚନା କଲେ ବିଜେପି ନେତ୍ରୀ,କହିଲେ ମଡେଲଙ୍କୁ ଗିରଫ କର


ଏହାବି ପଢନ୍ତୁ : Malaika: ବଲିଉଡରେ କାମ ନ ମିଳିବାରୁ Pubରେ ଏହି କାମ କଲେ ମଲାଇକା,ଭାଇରାଲ ହେଲା ଭିଡିଓ


ଏହାବି ପଢନ୍ତୁ : Sidharath And Kiara Wedding : ବଦଳିଲା ଓ୍ବେଡିଂ ଭେନ୍ୟୁ,ଗୋଆ କି ଚଣ୍ତିଗଡ ନୁହେଁ ଏହି ସହରରେ ହେବ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ