Anushka Sharma: ପ୍ରଥମେ ରାଗରୁଷା ଆଉ ଗାଳି ଆଉ ତା ପରେ ଆପୋଷ ବୁଝାବଣା । ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପୁମା କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଠିକ୍ ଏଭଳି ଘଟିଛି । ନିକଟରେ ଅନୁଷ୍କାଙ୍କ ଇନଷ୍ଟା ପୋଷ୍ଟ ଭାଇରାଲ ହୋଇଥଲା । ଭାଇରାଲ ପୋଷ୍ଟରେ ଦେଖିବାକୁ ମିଳିଥିଲା ଯେ, ଅଭିନେତ୍ରୀଙ୍କ ଫଟୋ ବିନା ଅନୁମତିରେ ପୁମା କମ୍ପାନୀ ଏକ ପ୍ରଡକ୍ଟର ବିଜ୍ଞାପନ ପାଇଁ ଲଗାଇଥିଲା। ଯାହାକୁ ନେଇ ରାଗି ଯାଇଥିଲେ ଅଭିନେତ୍ରୀ, ଏପରିକି କମ୍ପାନୀକୁ ପ୍ରଶ୍ନ କରିଥିଲେ ଯେ, କାହା ଅନୁମତିରେ କମ୍ପାନୀ ତାଙ୍କ ଫଟୋ ଏହି ପ୍ରଡକ୍ଟ ଉପରେ ଲଗାଇଛି ?  ସେ ଆହୁରୀ ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, 'ଆପଣ ଜାଣିଥିବେ ଯେ ମୋର ଫଟୋକୁ ପ୍ରଚାର ପାଇଁ ବ୍ୟବହାର କରିବାକୁ ଆପଣଙ୍କୁ ଅନୁମତି ନେବାକୁ ପଡିବ । ମୁଁ ବର୍ତ୍ତମାନ ତୁମର ବ୍ରାଣ୍ଡ ଆମ୍ବାସାଡର ନୁହେଁ, ଦୟାକରି ମୋର ଫଟୋ ହଟାନ୍ତୁ । 


COMMERCIAL BREAK
SCROLL TO CONTINUE READING


ଏପରି ପରିସ୍ଥିତିରେ, ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି ସ୍ତ୍ରୀର ସମର୍ଥନରେ ବାହାରିଥିଲେ ।  ‘ପୁମା’ର ଏପରି ଆଚରଣ‌ରେ ନିଜର ଅସନ୍ତୋଷ ପ୍ରକ‌ାଶ କରିଥିଲେ ବିରାଟ। ସେ ଏକ ପୋଷ୍ଟ୍‌ କରି ଲେଖିଥିଲେ ଯେ, ‘ଏହାକୁ ତରନ୍ତ ସମାଧାନ କର ପୁମାଇଣ୍ଡିଆ’। ମାତ୍ର ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବିରାଟ ଓ ଅନୁଷ୍କାଙ୍କ ଏହି ରାଗକୁ ମିଛିମିଛିକା ବୋଲି ଦାବି କରିଛନ୍ତି। ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି ଯେ ଏହା ହେଉଛି ଏକ ମର୍କେଟିଂ ଷ୍ଟ୍ରାଟେଜି ବା ଜିନିଷ ବିକ୍ରି କରିବାର କୌଶଳ। ମିଛରେ ବିବାଦ ଭିତରକୁ ଆସି ‘ପୁମା’ଗ୍ରାହକଙ୍କ ଧ୍ୟାନ ସାଉଁଟିବାକୁ ଚାହୁଁଛି। ଏଥିରେ କମ୍ପାନୀ ସହ ଉଭୟ ବିରାଟ ଓ ଅନୁଷ୍କା ବି ସାମିଲ୍‌ ଅଛନ୍ତି।


 




 



ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି  । ସେହି କମ୍ପାନୀ ଅନୁଷ୍କା ଶର୍ମାଙ୍କୁ ପୁମାର ବ୍ରାଣ୍ଡ ଆମ୍ବାସାଡାର ଘୋଷଣା କରିଛି । ଏବଂ ଅଭିନେତ୍ରୀ ଜଣକ ସୋସିଆଲ ମଡିଆରେ କିଛି ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାରେ ପୁମା କମ୍ପାନୀର ପୋଷାକ ପିନ୍ଧି ଫଟୋ ଓ ଭିଡିଓ ସୁଟ କରୁଥିବାର କିଛି ଝଲକ ମଧ୍ୟ ସେୟାର କରିଛନ୍ତି । ଏପରିକି ପୁମା ସୋରୁମ ମଧ୍ୟରେ ସେ ବୁଲୁ ଥିବାର ନଜର ଆସିଛନ୍ତି । ଏ-ନେଇ ଅଭିନେତ୍ରୀ ଜଣକ ପ୍ରତିକ୍ରିୟା ରଖିଛନ୍ତି ।  ଅନୁଷ୍କା କହିଛନ୍ତି ଯେ ମୁଁ ପୁମା  ବ୍ରାଣ୍ଡର  ଜଣେ ଆମ୍ବାସାଡର ହୋଇସାରିଛି । ପୁମା ଇଣ୍ଡିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ପରିଚାଳନା ନିର୍ଦ୍ଦେଶକ ଅଭିଷେକ ଗାଙ୍ଗୁଲି କହିଛନ୍ତି, (Abhishek Ganguly, Managing Director, PUMA India & Southeast Asia) "ଅନୁଷ୍କା ଏହାର ଏକ ପ୍ରକୃତ ପ୍ରତୀକ । ''ଏହି ଘୋଷଣା ସହିତ ଅନୁଷ୍କା ଆନୁଷ୍ଠାନିକ ଭାବେ ଖେଳାଳି ବିରାଟ କୋହଲି, ଏମସି ମେରିକମ, ଯୁବରାଜ ସିଂ ଏବଂ ସୁନୀଲ ଛେତ୍ରୀ, ଅଭିନେତ୍ରୀ କରୀନା କପୁର ଖାନ ଏବଂ ଗାୟକ ହ୍ୟାରି ସାନ୍ଧୁଙ୍କ ସହ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।