Ashish Vidyarthi: ଭେଟେରାନ ଅଭିନେତା ଆଶିଷ ବିଦାର୍ଥୀ (Ashish Vidyarthi) ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତା ୫୭ ବର୍ଷ ବୟସରେ ଗୁଆହାଟିର ବିଜନେସ ୱମେନ୍ ରୂପାଲି ବାରୁଆଙ୍କୁ (Rupali Baruah) ଦ୍ବିତୀୟ ବିବାହ କରିଛନ୍ତି । ନିଜର ଦ୍ୱିତୀୟ ବିବାହ ପାଇଁ ଆଶିଷ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି । ଅଭିନେତା ଆଶିଷ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦ୍ବିତୀୟ ବିବାହ ପରେ ତାଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡୁଛି । ତେବେ ଏକ ଗଣମାଧ୍ୟମ ଜରିଆରେ ସେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଶିଷ ବିଦାର୍ଥୀ (Ashish Vidyarthi) ) କହିଛନ୍ତି ଯେ, “ଯଦି କେହି ସାଥି ଆବଶ୍ୟକ କରନ୍ତି ତେବେ ସେ ଯେକୌଣସି ବୟସରେ କାହିଁକି ବିବାହ କରିପାରିବେ ନାହିଁ?  ଯଦି ଆମେ ବୃଦ୍ଧ ହୋଇଯାଉଛୁ ତେବେ କ’ଣ ଆମର ଖୁସି ହେବାର ଅଧିକାର ନାହିଁ, କ’ଣ ଆମେ ଅସନ୍ତୁଷ୍ଟ ହୋଇ ମରିବା ଉଚିତ୍ । ଏହାଛଡ଼ା ଆଶିଷ ଆଉ ମଧ୍ୟ କହିଥିଲେ ଯେ, ତାଙ୍କ ବିବାହ ଉପରେ ଏତେ ମାତ୍ରାରେ ପ୍ରତିକ୍ରିୟା ଆସିବ ବୋଲି ସେ କେବେ କଳ୍ପନା ମଧ୍ଯ କରିନଥିଲେ । ମୁଁ ଜୀବନରେ ସର୍ବଦା ଭଲ ମୂଲ୍ୟ ଉପରେ ଗୁରୁତ୍ବ ଦେଇଥାଏ । କିନ୍ତୁ ଆଇନଗତ ଭାବରେ କାହା ସହ ବିବାହ କରିବା ଏକ ବ୍ୟକ୍ତିଗତ ପସନ୍ଦ ଅଟେ । ଯାହା ଦ୍ବାରା ତୁମେ ତୁମର ଜୀବନକୁ ପ୍ରେମ ସାହାଯ୍ୟରେ ବିତାଇପାରିବ” । ସେ ଆଉ ମଧ୍ଯ କହିଥିଲେ ଯେ, “ଯେଉଁମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ସେମାନେ କେବେ ଦେଖିବାକୁ ଆସିବେ ନାହିଁ ଯେ ସେ କିପରି ଅଛନ୍ତି । ଜୀବନରେ ତାଙ୍କର ତାଙ୍କର କ‘ଣ ସମସ୍ୟା ରହିଛି । ଏପରି ପରିସ୍ଥିତିରେ, କାହା ସହିତ ଖୁସି ହେବା ପାଇଁ କିଛି ପଦକ୍ଷେପ ନେବାରେ କିଛି ଭୁଲ୍ ନାହିଁ” । ଆଶିଷ ଗତ ବର୍ଷ ତାଙ୍କ ପତ୍ନୀ ରାଜୋଶିଙ୍କ (Rajoshi Barua) ଠାରୁ ଛାଡ଼ୁପତ୍ର ନେଇଥିଲେ । ତାଙ୍କ ପାଇଁ ଦ୍ବିତୀୟ ବିବାହ ନିଷ୍ପତି ସହଜ ନଥିଲା ବୋଲି କହିଥିଲେ ଅଭିନେତା । ଯେତେବେଳେ ସେ ଏନେଇ ତାଙ୍କ ପୂର୍ବ ପତ୍ନୀଙ୍କୁ କହିଥିଲେ, ସେ ଏହା ଶୁଣି କିପରି ରିଆକ୍ସନ୍ ଦେବେ ତାହା ଭାବେ ସେ ଡ଼ରିଯାଇଥିଲେ । କିନ୍ତୁ ପରିପକ୍ବତା ଦେଖାଇ ରାଜୋଶୀ ଆଶିଷଙ୍କ ନିଷ୍ପତିକୁ ସମର୍ଥନ କରିଥିଲେ । ପରେ ଆଶିଷ ଓ ରୂପାଲି କୋର୍ଟରେ ପରିବାର ସଦସ୍ୟ ଓ କିଛି ହାତ ଗଣତି ବନ୍ଧୁଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ (Ashish Vidyarthi Rupali Baruah Marriage) କରିଥିଲେ ।


ଏତେ କୋଟି ଟଙ୍କାର ମାଲିକ ଅଟନ୍ତି ଆଶିଷ ବିଦ୍ୟାର୍ଥୀ


ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଓ  ଅନ୍ୟାନ୍ୟ ଅନେକ ଆଂଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା  କୋଟି କୋଟି ଟଙ୍କାରେ ଖେଳନ୍ତି । ଆଶିଷ ବିଦ୍ୟାର୍ଥୀଙ୍କ ମୋଟ ସମ୍ପତିର ମୂଲ୍ୟ  (୮୨,୫୫,୦୫,୫୦୦.୦୦) ଅର୍ଥାତ୍ ୮୨ କୋଟିରୁ ଅଧିକ ହେବ ।  ସେ ଗୋଟିଏ ଫିଲ୍ମ ପାଇଁ ୨୫ ଲକ୍ଷରୁ ଗୋଟିଏ କୋଟି ଟଙ୍କା ଚାର୍ଜ କରିଥାନ୍ତି । କେବଳ ଫିଲ୍ମ ନୁହେଁ ସେ  ବିଭିନ୍ନ ଶୋ’, ୟୁଟ୍ୟୁବ ଓ ଅନ୍ୟନ୍ୟା ବ୍ୟବସାୟରୁ ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କ ପାଖରେ ଅନେକ ଲକଜୁରୀୟର୍ସ କାର ମଧ୍ୟ ରହିଛି । ଯାହାର ଦାମ୍ କୋଟି କୋଟି ଟଙ୍କା ହେବ ।


ଏହା ବି ପଢନ୍ତୁ-Shilpa Shetty Birthday: ଏହି କାରଣ ପାଇଁ ଭାଙ୍ଗିଥିଲା ଶିଳ୍ପା ଓ ଅକ୍ଷୟ କୁମାରଙ୍କ ପ୍ରେମ ସମ୍ପର୍କ...


ପ୍ରକାଶ ଥାଉ କି, ଆଶିଷ ବିଦ୍ୟାର୍ଥୀ ଚଳଚ୍ଚିତ୍ର ଜଗତର ଭିଲେନ ଭାବେ ବେଶ ଜଣାସୁଣା । ୧୯୬୨ ମସିହା ଜୁନ୍ ୧୯ ତାରିଖରେ ସେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ।  ୧୯୮୬ରେ  ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ରହିଛି । ତାଙ୍କ ନାଁ ଆର୍ଥ ବିଦ୍ୟାର୍ଥୀ ।