David Warner: ଲୋକପ୍ରିୟ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଦକ୍ଷିଣ ଚଳଚ୍ଚିତ୍ରର ଏକ ଭିନ୍ନ କ୍ରେଜ୍ ଅଛି। ସାଉଥ୍ ଚଳଚ୍ଚିତ୍ର ସମ୍ବନ୍ଧରେ ଡେଭିଡ୍ ପ୍ରାୟତଃ କିଛି ନା କିଛି ପୋଷ୍ଟ କରନ୍ତି। ପୁଷ୍ପା ଫିଲ୍ମର ସିଗନେଚର ଆକ୍ସନ ପାଇଁ ଭାରତୀୟମାନେ ତାଙ୍କୁ ଖୁବ୍ ପସନ୍ଦ କରିଥାନ୍ତି। ନିକଟରେ ପୁଷ୍ପା-୨ ର ଟିଜର ରିଲିଜ ହେବା ପରେ ଡେଭିଡ୍ ଏହାକୁ ସେୟାର କରିବା ସହ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। ଦିନକୁ ଦିନ ସାଉଥ ଫିଲ୍ମ ପ୍ରତି ଡେଭିଡଙ୍କ ଆକୃଷ୍ଟତା ବଢ଼ିବାରେ ଲାଗିଛି। ଏହା ଆମେ କହୁ ନାହୁଁ ବରଂ ନିକଟରେ ସାମ୍ନାକୁ ଆସିଥିବା ଡେଭିଡଙ୍କ ଏକ ଭିଡିଓ କହୁଛି।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ସୋସିଆଲ ମିଡିଆରେ ନିକଟରେ ଡେଭିଡଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ ବିଜ୍ଞାପନର, ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏସ୍.ଏସ୍ ରାଜାମ ମୌଲିଙ୍କ ସହ ନଜର ଆସିଛନ୍ତି। ହଁ, ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କ୍ରେଡର ଏକ ବିଜ୍ଞାପନ ପାଇଁ ରାଜାମ ମୌଲିଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'ବାହୁବଳୀ'ର ଡ୍ରେସରେ ଡେଭିଡ ୱାର୍ନରଙ୍କୁ ଦେଖିବାକୁ ମିଳିଛି। ଏହି ବିଜ୍ଞାପନରେ ଡେଭିଡଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।



ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ରାଜା ମୌଲି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ଙ୍କ ଠାରୁ ଆଇପିଏଲ୍ ୨୦୨୪ ମ୍ୟାଚ୍ ପାଇଁ ଟିକେଟ ମାଗିଛନ୍ତି, କିନ୍ତୁ ଏଥିପାଇଁ ଡେଭିଡ ରାଜାମ ମୌଲିଙ୍କ ଆଗରେ ଏକ ସର୍ତ୍ତ ରଖିଛନ୍ତି, ଯେ ତାଙ୍କ ଫିଲ୍ମରେ ଆକ୍ଟିଂ ପାଇଁ ସୁଯୋଗ ଦେବାକୁ।ଏହି ଭିଡିଓଟି ଖୁବ୍ ମଜାଦାର ହୋଇଛି।