Tamannaah Bhatia and Vijay Varma Kissing: ଅନେକ ସମୟର ସେଲିବ୍ରିଟି ମାନେ ନିଜର ଲଭ ଲାଇଫ୍ ଓ ବ୍ୟକ୍ତିଗତ ବ୍ୟାପାରକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଗଣମାଧ୍ୟମ ସାମ୍ନାରେ କେବେ ସିନା ସ୍ୱିକାର କରନ୍ତିନି ହେଲେ ଭିତରେ ଭିତରେ ନିଜ ପ୍ରେମ ସମ୍ପର୍କକୁ ନେଇ ବେଶ ସଜାଗ ରୁହନ୍ତି ଅଭିନେତା ଓ ଅଭିନେତ୍ରୀ । ତେବେ ଏହି କ୍ରମରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାହୁବଳି ଫେମ ତମନ୍ନା ଭାଟ୍ଟିଆ ଓ ଅଭିନେତା ବିଜୟ ବର୍ମା। ସାଉଥ ଅଭିନେତ୍ରୀଙ୍କ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ମାନଙ୍କ ମଧ୍ୟରେ ଭାଳେଣି ଏହା  ଯେ, ଖୁବ ଶୀଘ୍ର ଆଉ ଏକ ପ୍ରେମ କାହାଣୀ ସତ ହେବାକୁ ଯାଉଛି । ଅନେକ ସେଲିବ୍ରିଟି ଚ୍ୟାନେଲ ରିପୋର୍ଟ ଅନୁସାରେ ନୂଆବର୍ଷ ଅର୍ଥାତ୍ ଗତକାଲିର ଏହି ଭିଡିଓ । ପୁରା ଦେଶବାସୀ ନବବର୍ଷକୁ ସ୍ୱାଗତ କରୁଥିବା ବେଳେ ଗୋା ବିଚ୍ ରେ ପରସ୍ପରକୁ ଚୁମ୍ବନ ଦେଇ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ତମନ୍ନା ଭାଟ୍ଟିଆ ଓ ଅଭିନେତା ବିଜୟ ବର୍ମା।


COMMERCIAL BREAK
SCROLL TO CONTINUE READING

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫ୍ୟାନ୍ସଙ୍କ କହିବା କଥା, ତମନ୍ନା ଓ ବିଜୟ ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା ଖବର ଅନେକ ସମୟରେ ଗୁଜବ ବୋଲି କୁହାଯାଉଥିଲା । ମାତ୍ର ଏହି ଦୁଇ ଷ୍ଟାର କେବେ ବି ନିଜର ସମ୍ପର୍କକୁ ନେଇ ଗଣମାଧ୍ୟମ ଓ ଫ୍ୟାନ୍ସଙ୍କ ସାମ୍ନାରେ ମୁହଁ ଖୋଲିନଥିଲେ । ହେଲେ ଏହି ଭିଡିଓ ଭାଇରାଲ ପରେ ଗୋଟେ ପଟୁ ଏହା ସ୍ପଷ୍ଟ ଯେ, ଏହି ଦୁଇ ଲଭ ବାର୍ଡ ନିଜ ନିଜର ସମ୍ପର୍କକୁ ଲୁଚାଇ ରଖିବାକୁ ଚାହୁଁଥିଲେ । ହେଲେ କ୍ୟାମେରା ସବୁ ଦେଖୁଛି ପରି ଏମାନଙ୍କ ଚୁମ୍ବନ ଭିଡିୋ ମଧ୍ୟ ଏବେ ଭାଇରାଲ ହୋଇଛି। ତେବେ କିଛି ବର୍ଷ ପୂର୍ବେ ତମନ୍ନା ଜଣେ ବିଜିନେସ ମ୍ୟାନଙ୍କୁ ଡେଟ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ହେଲେ ଏଥିରେ କୌଣସି ସତ୍ୟତା ନଥିଲା । ହେଲେ ତମନ୍ନା ଅଭିନେତା ବିଜୟ ବର୍ମାଙ୍କ ସହ ନଜର ଆସିବା ଓ ଗୋଆ ବିଚ ରେ ଏକ ବିଶେଷ ମୁହୂର୍ତ୍ତରେ ଦୁହିଁଙ୍କୁ ସ୍ପଟ କରିବା ସତରେ ଏକ ଆଶର୍ଯ୍ୟଜନକ କଥା। 


ବାକି ରହିଲା ଏହି ଭିଡିଓ ବିଷୟରେ ଅଭିନେତା ଓ ଅଭିନେତ୍ରୀ ନିଜର ମତାମତ ରଖିବା। କେବେ ଗଣମାଧ୍ୟମ ସାମ୍ନାରେ ନିଜ ସମ୍ପର୍କକୁ ସ୍ୱିକାର କରୁଛନ୍ତି ତାହାକୁ ଫ୍ୟାନ୍ସ ମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି। ଏହି ଭିଡିଓ ଭାଇରାଲ ପରେ ପ୍ରତିଟି ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ଜବରଦସ୍ତ କମେଣ୍ଟ ଦେଇଛନ୍ତି । ଏଠାରେ କହିରଖୁଛୁ ଯେ, ତମନ୍ନା ଭାଟ୍ଟିଆ ଟଲିଉଡ ଜଗତର ଜଣେ ସଫଳ ଅଭିନେତ୍ରୀ। ବାହୁବଳୀ ଫିଲ୍ମରେ ତାଙ୍କ ଆକ୍ଟିଂକୁ ଖୁବ ପ୍ରଶଂସା କରାଯାଇଥିଲା। ସେହିପରି ଅଭିନେତା ବିଜୟ ବର୍ମା ମଧ୍ୟ ଅଭିନୟ ଦୁନିଆର ଏକ ଜଣାଶୁଣା ଚେହେରା। ଅନେକ ସିରିଜ ସହ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ବିଜୟ ବର୍ମା। ତେବେ ଗୋଆର ଏହି ପାର୍ଟିରେ ତମନ୍ନା ଓ ବିଜୟ କିସ୍ କରୁଥିବା ଭିଡିଓ ଭାଇରାଲ ପରେ ଇଣ୍ଡଷ୍ଟ୍ରି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠିଛି। 


Also Read: Pathaan Controversy: 'ବେସରମ ରଙ୍ଗ୍' ଗୀତରୁ ବଦଳିବ ଦୀପିକାଙ୍କ କମଳାରଙ୍ଗ ବିକିନୀ, ସେନ୍ସର ବୋର୍ଡ ଦେଲା ଆଇଡିଆ


Also Read:  Bollywood : ଅନୁଷ୍କା ଶର୍ମାଙ୍କ ଭାଉଜ ହେବେ ବଲିଉଡର ଏହି ଅଭିନେତ୍ରୀ !