Bigg Boss : ବିଗ୍ ବସ ୧୬ (Bigg Boss 16 ) । ଏହି ରିଆଲିଟି ଶୋ’ ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ।  ଶୋ’କୁ ନେଇ ଆରମ୍ଭ ହୋଇ ଯାଇଛି ଏବେ ଠାରୁ ଚର୍ଚ୍ଚା । କିଏ ଏ ଶୋ’ରେ ଅଂଶ ଗ୍ରହଣ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା।  ଏଥର ଦର୍ଶକଙ୍କୁ ଏଣ୍ଟରଟେନ୍ କରିବା ପାଇଁ ଶୋ'ରେ ନଜର ଆସିବେ ଅନେକ ବିବାଦୀୟ ସେଲିବ୍ରିଟି । କାନିକା ମନ ଏବଂ ଦିବ୍ୟଙ୍କା ତ୍ରିପାଠୀ ଶୋ’କୁ ନ ଯାଉଥିବାର ଖବର ଥିବାବେଳେ କରଣ ପଟେଲ, ଫୈଜଲ୍‌ ଖାନ୍‌, ଜନ୍ନତ ଜୁବେର ଏବଂ ମୁନାୱାର ଫାରୁକିଙ୍କ ନାମ ଆଲୋଚନା ହେଉଛି। ଏହାସହ ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍ ମାନ୍ୟା ସିଂ(runner-up in Miss India 2020) ଙ୍କ ନାମ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଶୋ’ରେ ନିଜର ସ୍ଥାନ ବିସ୍ତାର କରୁଥିବା ଦେଖିବାକୁ ମିଳିବ । ଏହି ଖବରକୁ ନିଶ୍ଚିତ କରିଛି ଲାଟେଷ୍ଟ ଲି। ତେବେ ଏପର୍ଯ୍ୟନ୍ତ ମାନ୍ୟାଙ୍କଠାରୁ କୌଣସି ସୂଚନା ମିଳିନାହିଁ । ଉଲ୍ଲେଖଥାଉ କି, ସୋସିଆଲ ମିଡିଆ ୟୁଜର୍ସମାନେ କହିଛନ୍ତି ଯେ ଯଦି ମାନ୍ୟାଙ୍କୁ ଶୋ’ରେ ଦେଖିବାକୁ ମିଳିବ। ତେବେ ସଲମାନ ନିଶ୍ଚିତ ଭାବରେ ଏକ ପରିବର୍ତ୍ତନ ଆଣିବେ। ମାନ୍ୟା ସିଂ ଉତ୍ତରପ୍ରଦେଶର ବାସିନ୍ଦା। ଜଣେ ରିକ୍ସା ଚାଳକଙ୍କ ଝିଅ। ତେଣୁ ଅନ୍ୟମାନଙ୍କ ଅପେକ୍ଷା ଗ୍ଲାମର ଦୁନିଆର ପ୍ରବେଶ କରିବା , ସଫଳ ହେବା ତାଙ୍କ ପାଇଁ ଅଧିକ କଷ୍ଟକର ଥିଲା। 


COMMERCIAL BREAK
SCROLL TO CONTINUE READING


ସେହିପରି ଗତ କିଛି ଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଶୋ’ରେ ଏଣ୍ଚ୍ରି କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ‘ବେଟି ବିଜନେସ୍‌ ୱାଲି’ରୁ ଲୋକପ୍ରିୟତା ସାଉଣ୍ଟି ଥିବା ପ୍ରକୃତି ହୁଏତ ଏଥର ବିଗ୍‌ ବସ୍‌ ୧୬ ର ପ୍ରତିଯୋଗୀ ହୋଇପାରନ୍ତି । ବିକାଶ ଗୁପ୍ତାଙ୍କ ‘ଏସ୍‌ ଅଫ ସ୍ପେସ୍‌’ ସିଜିନ୍‌ ୨ ରେ ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପ୍ରକୃତି । ଆଧୁନିକ ଗ୍ୟାଜେଟ୍‌ ବିନା ୨୪ ଘଣ୍ଟା କ୍ୟାମେରା ନଜରରେ ରହୁଥିବା ଏହି ଶୋ’ର ଫର୍ମାଟ ବିଗ୍‌ ବସ୍‌ ସହ ସମାନ । ପ୍ରତିଯୋଗୀ ଚୟନ ବେଳେ ବିଗ୍‌ ବସ୍‌ ଚୟନକର୍ତ୍ତା ସମ୍ଭବତଃ ପ୍ରକୃତିଙ୍କ ନାଁରେ ମୋହର ମାରି ପାରନ୍ତି  ।


ଏହାବି ପଢନ୍ତୁ : Esha Gupta: ବିକିନି ପିନ୍ଧି ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲେ ସେକ୍ସି ଇଶା; ଫ୍ୟାନ୍ସ ବେହୋସ!


 


ଗତ କିଛିଦିନ ତଳେ, ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ଓ ପ୍ରକୃତିଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇଲାରଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥି ବାବୁଶାନ ଓ ପ୍ରକୃତିଙ୍କୁ ଏକ ଗାଡିରେ ଥିବା ଦେଖି ପ୍ରକୃତିଙ୍କୁ ଟଣାଘୋଷଣା କରିଥିଲେ । ଏନେଇ ମାମଲା ଥାନାରେ ମଧ୍ୟ ପହଞ୍ଚି ଥିଲା। ପ୍ରକୃତିଙ୍କ ପରିବାର ପକ୍ଷରୁ ମଧ୍ୟ ବାବୁଶାନଙ୍କ ପତ୍ନୀ ଓ ଶ୍ବଶୁରଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିଲା। ଏ ହାଇଡ୍ରାମା କଳି ଘରକଣରୁ ଆସି  ରାଜରାସ୍ତାରେ ପଡିଥିଲା। ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ ତୃପ୍ତି।