Happy Birthday Karthik Aryan: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ।  ଆଜି ତାଙ୍କର ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଲେ ଅଭିନେତା । ଏ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ହ୍ୟାଣ୍ତସମ୍ ବୟ କାର୍ତ୍ତିକ ବଲିଉଡ୍ କୁ ଦେଇଛନ୍ତି ଅନେକ ସୁପରହିଟ୍ ଫିଲ୍ମ। ଅନେକ ସମୟରେ ତାଙ୍କର ଲବ୍ ଲାଇଫକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ଆପଣ ଯାଣିଛନ୍ତି କି, ଏହି ବଲିଉଡ୍ ଅଭିନେତାଙ୍କ ପାଇଁ ପାଗଳ ଅନେକ ସେଲିବ୍ରେଟି ଓ ମଡେଲ୍ । ନିଜ କ୍ୟାରିୟର ଆରମ୍ଭରୁ ସେ ଅନେକ ସୁନ୍ଦରୀଙ୍କୁ ଡେଟ୍ କରି ସାରିଛନ୍ତି । ତେବେ, ଏହି ତାଲିକାରେ କେଉଁ କେଉଁ ଅଭିନେତ୍ରୀ ଅଛନ୍ତି । ଆସନ୍ତୁ ନଜର ପକାଇବା । 


COMMERCIAL BREAK
SCROLL TO CONTINUE READING


କାର୍ତ୍ତିକ ଆର୍ଯ୍ୟାନ୍ -ମଡେଲ୍ ଡିମ୍ପଲ୍ ଶର୍ମା :


କ୍ୟାରିୟର ଆରମ୍ଭରେ, କାର୍ତ୍ତିକ କାନାଡିଆନ ମଡେଲ ଡିମ୍ପଲ ଶର୍ମାଙ୍କୁ ଡେଟ୍ କରୁଥିଲେ । ଫିଲ୍ମ 'ପ୍ୟାର କା ପଞ୍ଚନାମା' (Pyaar Ka Punchnama)ରେ ଡିମ୍ପଲ୍ ଶର୍ମା ଏବଂ କାର୍ତ୍ତିକଙ୍କ ଏକାଠି କାମ କରିଥିଲେ । ଉଭୟଙ୍କ ସମ୍ପର୍କ ସେଠାରୁ ଆରମ୍ଭ ହୋଇଥିଲା। ପରେ ଦୁହିଁଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳେ । କିନ୍ତୁ  ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା। 


କାର୍ତ୍ତିକ-ଫାତିମା ସନା ଶେଖ୍ :


'ଦଙ୍ଗଲ' ଅଭିନେତ୍ରୀ ଫାତିମାଙ୍କ ସହ କାର୍ତ୍ତିକଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, 'ଆକାଶ ଭାନି'(film Akash Vani)  ଫିଲ୍ମରୁ ସେଟରୁ ଉଭୟଙ୍କ ପ୍ରଥମ ସାକ୍ଷାତ ହୋଇଥିଲେ, ଏହା ପରେ ଫାତିମା ଏବଂ କାର୍ତ୍ତିକ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । କିନ୍ତୁ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ଗଣ ମାଧ୍ୟମ ଆଗରେ କେହି କେବେବି ମୁହଁ ଖୋଲି ନଥିଲେ। 


କାର୍ତ୍ତିକ୍ ଆର୍ଯ୍ୟାନ୍ -ନୁଶରତ ଭାରୁଚା  :


ଡିମ୍ପଲ୍ ଓ ଫାତିମାଙ୍କୁ ଡେଟ କରିବା ପରେ କାର୍ତ୍ତିକ ଅଭିନେତ୍ରୀ ନୁସରତ ଭାରୁଚାଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ। ଉଭୟ 'ପ୍ୟାର୍ କା ପଞ୍ଚନାମା', 'ପ୍ୟାର୍ କା ପୁଞ୍ଚନାମା ୨', 'ସୋନୁ କେ ଟିଟୁ କି ମିଠା' ଏବଂ 'ଆକାଶ ବାଣୀ' ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ପ୍ରଶଂସକମାନେ ଉଭୟଙ୍କ  କେମେଷ୍ଚ୍ରିକୁ ମଧ୍ୟ ବେଶ ପସନ୍ଦ କରନ୍ତି । ଦୁହଁଙ୍କୁ ଅନେକ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳେ । ଉଭୟଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ତୁ ଯେତେବେଳେ ବି ଉଭୟଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଗଲା, ଦୁହେଁ ପରସ୍ପରକୁ ଭଲ ବନ୍ଧୁ ବୋଲି କହିଥିଲେ । 


କାର୍ତ୍ତିକ ଆର୍ଯ୍ୟନ୍ -ସାରା ଅଲ୍ଲୀ ଖାନ୍ :


ସାରା ଅଲ୍ଲୀ ଖାନ୍ କରଣ ଜୋହରଙ୍କ ଶୋ' କଫି ଉଇଥ୍ କରନ୍ (Koffee With Karan)କୁ ଯାଇଥିଲେ। ସେଠାରେ କରଣ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ବଲିଉଡ୍ ର କେଉଁ ଅଭିନେତା ଆପଣଙ୍କ କ୍ରସ୍ , ଉତ୍ତରରେ ସାରା କହିଥିଲେ,  କାର୍ତ୍ତିକ୍ ଆର୍ଯ୍ୟାନ୍ ।  କେବଳ ଏତିକି ନୁହେଁ,  କାର୍ତ୍ତିକ୍ ଓ ସାରା ମଧ୍ୟ ପରପ୍ପରକୁ ଡେଟ କରୁଥିଲେ।  'ଲଭ୍ ଆଜ୍ କାଲ୍ ୨' ର ସୁଟିଂ ସମୟରେ କାର୍ତ୍ତିକ ଏବଂ ସାରା ନିକଟତର ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ଉଭୟ ପ୍ରାୟ ଦେଢ ବର୍ଷ ପରସ୍ପରକୁ ଡେଟ କରିଥିଲେ। କାର୍ତ୍ତିକ ମଧ୍ୟ କରଣଙ୍କ ଶୋ’ରେ ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ଏବଂ ସେ ଅଭିନେତ୍ରୀଙ୍କୁ ଡେଟ କରୁଥିବା ସ୍ୱୀକାର କରିଥିଲେ ମଧ୍ୟ ସେ ସାରାଙ୍କ ନାମ ନେଇ ନଥିଲେ।


କାର୍ତ୍ତିକ ଆର୍ଯ୍ୟାନ୍ - ଅନନ୍ୟା ପାଣ୍ଡେ :


କାର୍ତ୍ତିକ ଆର୍ଯ୍ୟାନ୍ଏବଂ ଅନନ୍ୟା ପାଣ୍ଡେ ଫିଲ୍ମ 'ପତି ପତ୍ନୀ ଅର ଓ'ରେ ପ୍ରଥମ ଥର ମିଶି ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ କାର୍ତ୍ତିକ ଅନନ୍ୟା ପାଣ୍ଡେଙ୍କ ସହ ସମ୍ପର୍କରେ ଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଉଭୟ ନିଜ ସମ୍ପର୍କକୁ ଗୁପ୍ତ ରଖିବାକୁ ଚାହୁଁଥିଲେ, ଏହି ସିକ୍ରେଟ୍ ଲଭ୍ ଲାଇଫ ବେଶି ଦିନ୍ କ୍ୟାମେରା ସାମ୍ନାରୁ ଲୁଚି ପାରି ନ ଥିଲା। ଅନେକ ଥର ଦୁହେଁ ଏକାଠି ନଜର ଆସିଥିଲେ। କିନ୍ତୁ ଉଭୟ ପରପ୍ପରକୁ ଭଲ ବନ୍ଧୁ ବୋଲି କ୍ୟାମେରା ଆଗରେ କୁହନ୍ତି ।