Bobby Deol: ବଲିଉଡ ଅଭିନେତା ବବି ଦେଓଲଙ୍କର କୌଣସି ଅଲଗା ପରିଚୟର ଆବଶ୍ୟକତା ନାହିଁ । ଗତ ବର୍ଷ ସୁପରଷ୍ଟାର ରଣବୀର କପୁରଙ୍କ ଫିଲ୍ମ ଆନିମଲ ସହିତ ପ୍ରଶଂସା ଲାଭ କରିଥିବା ବବି ଦେଓଲ ପୁଣିଥରେ ଚର୍ଚ୍ଚାରେ। ଆକ୍ଟର ସଲମାନ ଖାନଙ୍କ ସହ ଚଳଚ୍ଚିତ୍ର ରେସ୍ ଥ୍ରୀରେ ନଜର ଆସିବେ ବବି ଦେଓଲ। ଦୀର୍ଘ ୬ ବର୍ଷ ପୂର୍ବେ ହିନ୍ଦୀ ସିନେମାରେ ନଜର ଆସିଥିଲେ ଏହି ଦୁଇ ଷ୍ଟାର ।  କିନ୍ତୁ ଏହି ଚଳଚ୍ଚିତ୍ର ରେସ ଥ୍ରୀ ସୁଟିଂ ସମୟରେ ତାଙ୍କୁ ହିଟ୍ ଷ୍ଟ୍ରୋକର ସାମ୍ନା କରିବାକୁ ପଡିଥିଲା ବୋଲି ବବି ଦେଓଲ କହିଛନ୍ତି। ଗତ ବର୍ଷ ଅଭିନେତା ବବି ଦେଓଲ୍ ଆନିମଲ୍(Bobby Deol In Animal) ଚଳଚ୍ଚିତ୍ରରେ ଭିଲେନ୍ ଅବର ହକ୍ ଭୂମିକାରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟରେ ଏକ ବିଶେଷ ଚିହ୍ନ ଛାଡିଥିଲେ। ଏହି ଚଳଚ୍ଚିତ୍ର ପ୍ରମାଣିତ କରିଛି ଯେ ବବି ଶ୍ରେଷ୍ଠ ଶ୍ରେଣୀର ଅଭିନେତା ତାଲିକାରେ ଆସନ୍ତି । 


COMMERCIAL BREAK
SCROLL TO CONTINUE READING

ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାର ସମୟରେ ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଏକ ଫିଲ୍ମର ସୁଟିଂ ସମୟରେ, ହିଟୱେଭ ଯୋଗୁଁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ହିଟ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ସଲମାନ ଖାନଙ୍କ ସହ ତାଙ୍କ ଅପକମିଂ ଚଳଚ୍ଚିତ୍ର ରେସ ଥ୍ରୀର ସୁଟିଂ ସମୟରେ ଏହି ଘଟଣା ଘଟିଛି।


ପ୍ରବଳ ହିଟୱେଭ କାରଣରୁ ବବି ଦେଓଲ ଅସୁସ୍ଥ ହୋଇପଡିଥିଲେ
୨୦୧୮ ମସିହାରେ, ବବି ଦେଓଲ୍ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ଫିଲ୍ମ ରେସ୍ ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଧମାଲ କରିବାକୁ ଆଣିଥିଲେ। କିନ୍ତୁ ଏହି ଚଳଚ୍ଚିତ୍ର କିଛି ବିଶେଷ କରିପାରି ନଥିଲା । ରେସ୍ ଥ୍ରୀର କ୍ଲାଇମାକ୍ସ (Race 3 Climax) ଦୃଶ୍ୟରେ ବବି ଏବଂ ସଲମାନ ଖାନଙ୍କୁ ସାର୍ଟଲେସ୍  ଏବଂ ମରୁଭୂମିରେ ଫାଇଟିଂ ସୁଟିଂ କରାଯାଇଥିଲା। ଏହିପରି ବବି ରେସ୍ ଥ୍ରୀର ସୁଟିଂ ସମୟରେ ଏକ ଘଟଣା ବର୍ଣ୍ଣନା କରିଥିଲେ । ତେବେ ଏଠାରେ କହିରଖୁଛୁ ଯେ,ସଲମାନଙ୍କ କାରଣରୁ ବବି ବଲିଉଡରେ କମବ୍ୟାକ୍ କରିବାର ସୁଯୋଗ ପାଇଛନ୍ତି ବୋଲି ସେ କହିଛନ୍ତି। 


ତେବେ ରାଜସ୍ଥାନର ଜୈସଲମରରେ ୫୦ ଡିଗ୍ରୀ ପାରାରେ ଆମକୁ ସୁଟିଂ କରିବାକୁ ପଡିଥିଲା। ଫାଇଟିଂ ସମୟରେ ସାର୍ଟଲେସ୍ ହେବାକୁ ପଡ଼ିଥିଲା । ହେଲେ ସେତିକି ବେଳେ ମୋ ଦେହ ଥରିବାକୁ ଲାଗିଥିଲା ଯାହା ଫଳରେ ହିଟ୍ ଷ୍ଟ୍ରୋକର(Heat Stroke) ମୁଁ ଶୀକାର ହୋଇଥିଲି। ମୋତେ ଚାରିଦିଗ ଅନ୍ଧାର ଦିଶୁଥିଲା। ପରେ ମୁଁ ବହୁତ ସମୟ ଧରି ଅସୁସ୍ଥ ହୋଇପଡିଥିଲି। ହେଲେ ସଲମାନ ପୂର ଫିଟ୍ ଥିଲେ। ଫିଲ୍ମ ଆନିମଲ ର ବିପୁଳ ସଫଳତା ପରେ, ବବି ଦେଓଲ ବଡ ପରଦାରେ କମବ୍ୟାକ୍ କରନ୍ତୁ ବୋଲି ସମସ୍ତେ ଆଗ୍ରହୀ। ବବି ପୁଣିଥରେ ସାଉଥ ସୁପରଷ୍ଟାର ସୂରିୟାଙ୍କ ଆଗାମୀ ଚଳଚ୍ଚିତ୍ର କାଙ୍ଗୁଭାରେ ଭିଲେନ ଭାବରେ ଧମାଲ ମଚାଇବାକୁ ଆସୁଛନ୍ତି।


Also Read: Shani Vakri 2024: ଶନିଙ୍କ ଓଲଟା ଚଳନ, ୧୩୫ ଦିନ ଧରି କାନ୍ଦିବେ ଏହି ରାଶିର ଲୋକ !


Also Read: Rahu Gochar: ରାହୁଙ୍କ ଚଳନ, ୨୦୨୫ ଯାଏଁ ମାଲାମାଲ୍ ଏହି ୩ ରାଶି