Durga Puja 2024: ବଲିଉଡ ଅଭିନେତ୍ରୀ କାଜୋଲ ଦୁର୍ଗାପୂଜା ଅବସରରେ ଧାର୍ମିକ କାର୍ଯ୍ୟରେ ଖୁବ ବ୍ୟସ୍ତ ଅଛନ୍ତି । ମୁମ୍ବାଇର ଦୁର୍ଗା ପୂଜା ମହୋତ୍ସବରେ ସାମିଲ ହୋଇଛନ୍ତି କାଜୋଲ । ନିକଟରେ କାଜୋଲ ତାଙ୍କ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହ ଉତ୍ତର ବମ୍ବେର ଏକ ଦୁର୍ଗା ପୂଜା ପେଣ୍ଡାଲରେ ନଜର ଆସିଥିଲେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାଜୋଲ ବହୁତ ରାଗିଥିବାର ନଜର ଆସିଛନ୍ତି । ଆସନ୍ତୁ ଜାଣିବା କାହିଁକି ରାଗିଥିଲେ ଅଭିନେତ୍ରୀ କାଜୋଲ ।


COMMERCIAL BREAK
SCROLL TO CONTINUE READING

ଜୋତା ପିନ୍ଧି ଦୁର୍ଗା ପୂଜା ପେଣ୍ଡାଲରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ବଲିଉଡ ଅଭିନେତ୍ରୀ କାଜୋଲ ନିଜର କ୍ରୋଧ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ସମୟର ଦୃଶ୍ୟ କ୍ୟାମେରାରେ ରେକର୍ଡ କରିଥିଲେ କିଛି ବ୍ୟକ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଚି ।


ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଜୋତା ପିନ୍ଧି ମାଆ ଦୁର୍ଗା ମାତାଙ୍କ ପ୍ରତିମା ନିକଟକୁ ଯାଉଥିବା ଲୋକଙ୍କ ଉପରେ ବିରକ୍ତ ହୋଇଥିଲେ କାଜୋଲ । ପବିତ୍ର ସ୍ଥାନରେ ଶୋଭା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।


 



କାଜୋଲ ଲୋକମାନଙ୍କୁ କହିଥିଲେ ଯେ, କେହି ମାଙ୍କ ନିକଟକୁ ଜୋତା ପିନ୍ଧି ଆସନ୍ତୁ ନାହିଁ କାରଣ ଏହା ଏକ ପବିତ୍ର ସ୍ଥାନ । ଏଥିସହ ବ୍ୟାରିକେଟରେ ଗହଳି ଏବଂ ଠେଲାପେଲା ନକରି ସୁରୁଖୁରୁରେ ମାଆଙ୍କ ଦର୍ଶନ ଲାଭ କରିବାକୁ କାଜୋଲ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ।


Also Read- ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ମା'ଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ


Also Read- BSNL: ବଢିବ ଘରୋଇ ଟେଲିକମ କମ୍ପାନୀଙ୍କ ଚିନ୍ତା, ୬ ମାସ ଭିତରେ ବିଏସଏନଏଲ ଆଣୁଛି ଏହି ସୁବିଧା