Dream Girl 2 BOX Collection Day 3: ରିଲିଜ ହୋଇଯାଇଛି ଆୟୁଷ୍ମାନ ଖୁରାନା (Ayushmann khurrana) ଓ ଅନନ୍ୟା ପାଣ୍ଡେ (Ananya pandey) ଷ୍ଟାରର 'ଡ୍ରିମ୍ ଗାର୍ଲ ୨'  (Dream Girl 2 )। ଫିଲ୍ମଟି ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ବେଶ ଭଲ ରୋଜଗାର କରୁଥିବା ଦେଖିବାକୁ ମିଳୁଛି । ଗୋଟେ ପଟେ ସନ୍ନି ଦେଓଲଙ୍କ 'ଗଦ୍ଦର ୨' ଓ ଅକ୍ଷୟ କୁମାରଙ୍କ 'ଓଏମଜି ୨' ପରଦାରେ ଧମାଲ କରୁଥିବା ବେଳେ ଦୁଇ ସୁପରଷ୍ଟାରଙ୍କ ଫିଲ୍ମକୁ ଟକ୍କର ଦେବା ଲାଗି ବକ୍ସ ଅଫିସରେ ଗତ ଶୁକ୍ରବାର ଦିନ ରିଲିଜ ହୋଇଛି 'ଡ୍ରିମ୍ ଗାର୍ଲ ୨' । ଜବରଦସ୍ତ କମେଡ଼ିରେ ଭରପୂର 'ଡ୍ରିମ୍ ଗାର୍ଲ ୨'କୁ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୟ ଦେଖି ଲୋକେ ହସି ହସି ବେଦମ ହେଉଥିବା ଦେଖିବାକୁ ମିଳୁଛି । ରିଲିଜ ଦିନ ଫିଲ୍ମର ଓପନିଙ୍ଗ କଲେକ୍ସନ୍ ବେଶ ସାନଦାର ରହିଥିଲା । ତେବେ ଆସନ୍ତୁ ଜାଣିବା 'ଡ୍ରିମ୍ ଗାର୍ଲ ୨' ରିଲିଜ୍ ହେବାର ତୃତୀୟ ଦିନରେ ଅର୍ଥାତ୍ ରବିବାର କେତେ କୋଟି ଟଙ୍କା ଆୟ କରିଛି? 'ଡ୍ରିମ୍ ଗାର୍ଲ ୨' (Dream Girl 2) ହେଉଛି ୨୦୧୯ ମସିହାର ସୁପର-ଡୁପର ହିଟ୍ ଫିଲ୍ମ 'ଡ୍ରିମ୍ ଗାର୍ଲ'ର ସିକ୍ୱେଲ୍ । 'ଡ୍ରିମ୍ ଗର୍ଲ ୨'ରେ ପୁଣିଥରେ ଆୟୁଷ୍ମାନ ଖୁରାନା ପୂଜାଙ୍କ ଚରିତ୍ରରେ ନଜର ଆସିଛନ୍ତି। ପ୍ରଥମ ପାର୍ଟ ପରି ଏହାର ପାର୍ଟ-୨କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।  


COMMERCIAL BREAK
SCROLL TO CONTINUE READING

 



ପ୍ରଥମ ଦିନରେ ରୋଜଗାର କଲା ​​ଏତିକି କୋଟି


ପ୍ରଥମ ଦିନ ଫିଲ୍ମଟି ୧୦.୬୦ କୋଟି ଟଙ୍କା, ଦ୍ୱିତୀୟ ଦିନ ୧୪.୦୨  କୋଟି ଟଙ୍କା, ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ ଫିଲ୍ମଟି ପ୍ରାୟ ୧୬ କୋଟି ଟଙ୍କା ରୋଜଗାର କରିଥିବା ଦେଖିବାକୁ ମିଳିଛି । ଏହାସହ ଫିଲ୍ମ ରିଲିଜର ୩ ଦିନରେ ମୋଟ ୪୦.୭୧ କୋଟି ଟଙ୍କା ଆୟ କରିଛି । ତେବେ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଫିଲ୍ମ ୫୦ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହେବ ବୋଲି ଆକଳନ କରାଯାଉଛି ।


 


 



'ଡ୍ରିମ୍ ଗାର୍ଲ ୨'ରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଅନ୍ନୁ କପୁର, ପରେଶ ରାୱଲ (Paresh Rawal), ବିଜୟ ରାଜ, ରାଜପାଲ ଯାଦବ (Rajpal Yadav), ଆଶ୍ରାନୀ, ସୀମା ପହୱା, ମନୋଜ ଯୋଶୀ, ମନଜୋଟ ସିଂ, ଅଭିଷେକ ବାନାର୍ଜୀ ନଜର ଆସିଛନ୍ତି । ଏଥିରେ ରଂଜନ ରାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଅଭିନୟ କରିଥିବା ଦେଖିବାକୁ ମିଳୁଛି ।