Cyber Crime: ଦିଲ୍ଲୀରେ ଏକ ସାଇବର କ୍ରାଇମ ଗ୍ୟାଙ୍ଗର ଖୁଲାସା କରିଛି ପୋଲିସ । ଏହି ଗ୍ୟାଙ୍ଗ ବଲିଉଡ଼ ତାରକା ଓ କ୍ରିକେଟରଙ୍କ ନାମରେ ବଡ଼ ବଡ଼ ସାଇବର ଜାଲିଆତି କରୁଆସୁଥିଲେ । ଏହି ସାଇବର ଅପରାଧି ଗ୍ୟାଙ୍ଗ ଅନଲାଇନରେ ଉପଲବ୍ଧ ଗୁଡ଼ ଆଣ୍ତ ସର୍ଭିସ ଟ୍ୟାକ୍ସ ଆଇଡ଼େଣ୍ଟିଫିକେସନ ନମ୍ବର(Goods and Services Tax Identification Number) ମାଧ୍ଯମରେ ପ୍ୟାନ କାର୍ଡ଼ର ସମସ୍ତ ବିବରଣୀ ହାସଲ କରି ଲକ୍ଷ ଲକ୍ଷ ଟଙ୍କାର ଠକେଇ କରୁଥି୍ଲେ । ଖାଲି ଏତିକି ନୁହେଁ, ଏହି ଗ୍ୟାଙ୍ଗର ଠକମାନେ ପୁନେ ବେଷ୍ଟ ଫିଣ୍ଟେକ ଷ୍ଟାର୍ଟଅପ ‘ୱାନ କାର୍ଡ଼’ରେ ତାଙ୍କ ନାମରେ କାର୍ଡ଼ ତିଆରି ବହୁ ସଂପିଙ୍ଗ ମଧ୍ୟ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଏନେଇ ଶାହାଦରା ଡ଼େପୁଟି ପୋଲିସ କମିଶନର କହିଛନ୍ତି ଯେ, ଏହି ଠକମାନେ ଶିଳ୍ପା ସେଟ୍ଟୀ(Shilpa Shetty), ଅଭିଷେକ ବଚ୍ଚନ(Abhishek Bachchan), ମାଧୁରୀ ଦୀକ୍ଷିତ(Madhuri Dixit), ମହେନ୍ଦ୍ର ସିଂ ଧୋନୀଙ୍କ(MS Dhoni) ନାମଙ୍କ ନାମରେ ଏହି ଠକେଇ କରିଆସୁଥିଲେ।  କମ୍ପାନୀକୁ ଏହି ଠକେଇ ନେଇ ପରେ ଜଣାବାକୁ ପାଇଥିଲା ସେତେବେଳେକୁ ଏହି ଗ୍ୟାଙ୍ଗ କାର୍ଡ଼ ବ୍ୟବହାର କରି ପ୍ରାୟ ୨୧.୩୨ ଲକ୍ଷ ଟଙ୍କା ମୂଲ୍ୟର ଦ୍ରବ୍ୟ କ୍ରୟ କରିସାରିଥିଲେ । ୨୧ ଲକ୍ଷ ଟଙ୍କା ମୂଲ୍ୟର ବଡ଼ ଧରଣର ଠକେଇ ପରେ କମ୍ପାନୀ ଏନେଇ ପୋଲିସକୁ ସୂଚନା ଦେଇଥିଲା । ଏଥିରେ ତଦନ୍ତ କରି ଏହି ମାମଲାରେ ଜଡ଼ିତ ୫ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ପୁଣିତ, ମହମ୍ମହ ଆସିଫ, ସୁନୀଲ କୁମାର, ପଙ୍କଜ ମିଶ୍ର ଓ ବିଶ୍ବ ଭାସ୍କର ଶର୍ମା ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଏହି ଠକେଇର ପର୍ଦ୍ଦାଫାଶ କରିଥିଲେ । ଗୁଗଲରେ ଥିବା ସେଲିବ୍ରେଟିଙ୍କ ଜିଏସଟି ବିବରଣୀର ବ୍ୟବହାର କରିଥିଲେ, କାରଣ ସେମାନେ ଜାଣିଥିଲେ ଯେ, GSTINର ପ୍ରଥମ ଦୁଇଟି ନମ୍ବର ରାଜ୍ୟରେ କୋଡ଼ ହୋଇଥିବାବେଳେ ବାକି ୧୦ଟି ନମ୍ବର ପ୍ୟାନ କାର୍ଡ଼ର ହୋଇଥାଏ । ସବୁ ତାରକାଙ୍କ ଜନ୍ମ ତାରିଖ ଗୁଗୁଲରେ ଉପସ୍ଥିତ ରହିଥିବାରୁ ଏହା ସେମାନଙ୍କ କାମକୁ ସହଜ କରିଥିଲା । ଠକମାନେ ପାନ କାର୍ଡ଼(PAN Card) ନମ୍ବର ଓ ଜନ୍ମ ତାରିଖ  ବ୍ୟବହାର କରି ପାନ କାର୍ଡ଼ର ସମସ୍ତ ବିବରଣୀ ବାହାର କରିଥିଲେ। ଏହାପରେ ସେମାନେ ନକଲି ପାନ କାର୍ଡ଼ ତିଆରି କରି ସେଥିରେ ନିଜ ଫଟୋ ଲଗାଇଥିଲେ, ଯାହାଫଳରେ ଭିଡ଼ିଓ ଯାଞ୍ଚ ସମୟରେ ତାଙ୍କ ଚେହେରା ପାନ ଓ ଆଧାର କାର୍ଡ଼ରେ ଥିବା ଫଟୋ ସହ ମେଳ ଖାଇବ। ଏହିପରି ଉପାୟରେ ସେମାନେ ଅନେକ ଅନୁଷ୍ଠାନରୁ ଠକେଇ କରିଥି୍ଲେ । ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଛି ।


ପ୍ରକାଶଥାଉ, ପୁନେ ସ୍ଥିତ ଏକ କମ୍ପାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲା କି, ଏଫପିଏଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ‘ୱାନ କାର୍ଡ଼’ ପ୍ରଦାନ କରିଥାଏ ଯାହାକି ଏକ କଣ୍ଟାକ୍ଟଲେସ କ୍ରେଡ଼ିଟ କାର୍ଡ଼(Contactless Credit Card) ଅଟେ । ଏହା ସହିତ ଅନଲାଇନ ସେବା ଗୁଡ଼ିକ ‘ୱାନ କାର୍ଡ଼’ ଓ ‘ୱାନ ସ୍କୋର’ ଆପ ମାଧ୍ଯମରେ ମଧ୍ଯ ପ୍ରଦାନ କରାଯାଇଥାଏ ଯାହାଦ୍ବାରା ଗ୍ରାହକ ମାନେ ଅନଲାଇନ କାରବାର ବା କୌଣସି ଆପରେ ସାମଗ୍ରୀ କ୍ରୟ ନେଇ ବ୍ୟବହାର କରିପାରିବେ । କମ୍ପାନୀ ଅଭିଯୋଗ କରିଛି ଯେ, ଠକମାନେ ସେମାନଙ୍କ ନାମରେ କ୍ରେଡ଼ିଟ କାର୍ଡ଼ ପାଇବା ପାଇଁ ପାନ୍ ଓ ଆଧାର ନମ୍ବର ଭଳି ସବିଶେଷ ତଥ୍ୟ ଅପଲୋଡ଼ କରି କମ୍ପାନୀ ମାଧ୍ୟମରେ ଯୋଗାଯୋଗ କରିଥିଲେ ।