Jawan: ବର୍ତ୍ତମାନ ବଲିଉଡ଼ର କିଙ୍ଗ ଖାନ୍ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜୱାନ' (Jawan)କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଶାହରୁଖଙ୍କ ଏହି ଫିଲ୍ମ ଦେଖିବା ଲାଗି ପ୍ରଶଂସକ ବେଶ ଉତ୍ସାହର ସହ ଚାହିଁ ରହିଛନ୍ତି । ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଥିବା ଏହି ସିନେମା ପାଇଁ ଆଡ଼ଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏସବୁ ଭିତରେ ବର୍ତ୍ତମାନ ଶାହାରୁଖ ଖାନଙ୍କ ଫ୍ୟାନ୍ସଙ୍କ ଲାଗି ଆସିଛି ଏକ ଖୁସି ଖବର । ବାସ୍ତବରେ ଦେଶର ପ୍ରାୟ ୩୦୦ଟି ସହରରେ ୮୫,୦୦୦ ପ୍ରଶଂସକ ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ ମାଗଣାରେ ଦେଖିପାରିବେ ।


COMMERCIAL BREAK
SCROLL TO CONTINUE READING

ଏହି ଯୋଜନା ଶାହାରୁଖ ଖାନଙ୍କ ଫ୍ୟାନ୍ସ କ୍ଲବ ଦ୍ୱାରା କରାଯାଉଛି । ଶାହରୁଖ ଖାନ୍ ୟୁନିଭର୍ସ ଫ୍ୟାନ୍ କ୍ଲବ (shah rukh khan universe fan club) ଦ୍ୱାରା ଦେଶର ୩୦୦ରୁ ଅଧିକ ସହରରେ ‘ଜୱାନ’ର ଅନେକ ସୋ ଆୟୋଜିତ କରାଯାଉଛି । କ୍ଲବ ପକ୍ଷରୁ କୁହାଯାଇଛି ଯେ, ଫାଷ୍ଟ ଡ଼େ ଫାଷ୍ଟ ସୋ ପାଇଁ ୮୫,୦୦୦ ପ୍ରଶଂସକ ଅଂଶ ଗ୍ରହଣ କରିବା ନେଇ ଆଶା କରାଯାଇଛି ।


 



SRK ଫ୍ୟାନ୍ସ କ୍ଲବ ପ୍ରଶଂସକଙ୍କୁ ଦେଲା ଏପରି ଉପହାର


ଫ୍ୟାନ୍ କ୍ଲବ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, 'ସାରା ଦେଶରେ ବେଶ ଉତ୍ସାହର ସହ 'ଜୱାନ'କୁ ସ୍ୱାଗତ କରିବା ନେଇ ଯୋଜନା କରାଯାଉଛି । 'ଜୱାନ'ର ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ, ଶନିବାର ଦିନ ପ୍ରାୟ ୮୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଥିଲା । ରବିବାର ସୁଦ୍ଧା ଏହା ୩ ଲକ୍ଷରେ ପହଞ୍ଚିଛି ଥିବାବେଳେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।



‘ଜୱାନ’ ପୂର୍ବରୁ ପଠାନ ପାଇଁ ଘଟିଥିଲା ​​କିଛି ଏପରି


ପ୍ରକାଶ ଥାଉ ଯେ, ପୂର୍ବରୁ SRK ୟୁନିଭର୍ସ ଫ୍ୟାନ କ୍ଲବ ପକ୍ଷରୁ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବ୍ଲକ ବଷ୍ଟର ଫିଲ୍ମ 'ପଠାନ' ପାଇଁ ୨୦୦ଟି ସହରରେ ପ୍ରଶଂସକଙ୍କ ପାଇଁ ସ୍କ୍ରିନ କରାଯାଇଥିଲା, ଯେଉଁଥିରେ ୫୦,୦୦୦ ପ୍ରଶଂସକ ଯୋଡ଼ି ହୋଇଥିଲା। ବର୍ତ୍ତମାନ ୩୦୦ଟି ସହରରେ ୮୫,୦୦୦ ପ୍ରଶଂସକ 'ଜୱାନ'ର ଏହି ସୋରେ ଅଂଶ ଗ୍ରହଣ କରିବା ନେଇ କ୍ଲବ୍ ପକ୍ଷରୁ କୁହାଯାଇଛି ।