Entertainment News: ଓଡ଼ିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭ ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦଉଛି ଜୀ ସାର୍ଥକ। ବାସ୍ତବ ଜୀବନକୁ ଧାରାବାହିକ ସହିତ ସଂଯୋଗ କରି ଦର୍ଶକଙ୍କୁ ଅନେକ ହୃଦୟସ୍ପର୍ଶୀ କାହାଣୀ ଯୋଗାଇଦେଉଛି । ଜୀ ସାର୍ଥକ ଏହି ସୂଚୀରେ ଲୋକପ୍ରିୟ ଧାରାବାହିକ ‘ତୁମ ବିନା’ ସାମିଲ ରହିଛି । ଖୁବ୍ କମ ଦିନରେ ଅଜସ୍ର ପ୍ରଶଂସା ସାଉଁଟିଥିବା ‘ତୁମ ବିନା’ ରେ ଦର୍ଶକେ ଅକ୍ଷୟ ଓ ଲକ୍ଷ୍ମୀଙ୍କ ଯୋଡିକୁ ଖୁବ ଭଲପାଇବା ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ବାହାଘର ପରେ ଉଭୟଙ୍କ ଜୀବନରେ ଅନେକ ରୋଚକ ମୋଡ ଆସିଛି କିନ୍ତୁ ସବୁକୁ ସାହାସର ସହିତ ସାମ୍ନା କରିଛନ୍ତି ଉଭୟେ । ବର୍ତ୍ତମାନ ତାଙ୍କ ଜୀବନରେ କାଳ ହୋଇ ଉଭା ହୋଇଛି ରିଚା । ବାହାଘର ପରେ ରିଚାର ଚକ୍ରାନ୍ତରେ ପଡି ଲକ୍ଷ୍ମୀ ଅସୁବିଧାର ସମ୍ମୁଖୀନ ହେବା ସହିତ ନିଜ ପ୍ରେମକୁ ତ୍ୟାଗ କରିଛି । ତେବେ ଆସୁଥିବା ସମୟରେ ‘ତୁମ ବିନା’ ଧାରାବାହିକରେ ଦର୍ଶକେ ଲକ୍ଷ୍ମୀଙ୍କ ସଂଘର୍ଷକୁ ଦେଖିବାକୁ ପାଇବେ । ନିଜ ବୈବାହିକ ଜୀବନକୁ ବଞ୍ଚାଇବା ପାଇଁ ଲକ୍ଷ୍ମୀ କଣ କରିବେ ?  ରିଚାର ଚକ୍ରାନ୍ତରୁ କେମିତି ମୁକୁଳିବେ ଲକ୍ଷ୍ମୀ ? ଲକ୍ଷ୍ମୀ ଓ ଅକ୍ଷୟ କଣ ଆଉଥରେ ମିଶିପାରିବେ ? ରିଚା ନା ଲକ୍ଷ୍ମୀ, କିଏ ମାରିବ ବାଜି ? 


ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲେ ନିଶ୍ଚୟ ଦେଖନ୍ତୁ ‘ତୁମ ବିନା’ । ସୋମବାରରୁ ଶନିବାର ସନ୍ଧ୍ୟା ୮.୦୦ ରେ କେବଳ ଜୀ ସାର୍ଥକରେ । ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତିକ ସିଲ୍ ଓଡିଆ ଦର୍ଶକଙ୍କୁ ଲକ୍ଷ୍ମୀର ଏହି ଯାତ୍ରାରେ ଯୋଡିହୋଇ ଧାରାବାହିକକୁ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ।


Also Read- Lucky Zodiac Sign: ୨୨ ଅକ୍ଟୋବରରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- Video: ଆକ୍ରମଣ କରୁଥିଲା ଅଜଗର, ବେକକୁ ଧରିନେଲେ ବ୍ୟକ୍ତି