Bollywood Weddings: ବଲିଉଡ (Bollywood) ସେଲିବ୍ରେଟିମାନେ ନିଜ ନିଜ  ଲାଇଫ୍ ଷ୍ଟାଇଲକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି। ଚର୍ଚ୍ଚା ହେଉଛି କି ଚଳିତ ବର୍ଷ ଶେଷ ଆଡକୁ ବଲିଉଡର କିଛି ସେଲିବ୍ରେଟିମାନେ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ତେବେ, ଆସନ୍ତୁ ନଜର ପକାଇବା ବିବାହ କରିବାକୁ ଯାଉଥିବା ଯୋଡି଼ଙ୍କ ଉପରେ... 


COMMERCIAL BREAK
SCROLL TO CONTINUE READING

ଅନନ୍ୟା ପାଣ୍ଡେ-ଆଦିତ୍ୟ ରୟ କପୁର: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଦିତ୍ୟ ରାଏ କପୁର୍ ଡେଟ୍ କରୁଛନ୍ତି । ଚର୍ଚ୍ଚା ହେଉଛି ଯେ, ଏହି ଯୋଡି଼ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବେ ଅଧିକାଂଶ ଇଭେଣ୍ଟରେ,  ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ନିକଟରେ ଅନନ୍ୟା (Koffee With Karan) କଫି ଓ୍ବିଥ୍ କରନଙ୍କ ଶୋକୁ ଯାଇଥିଲେ। ଆଉ ସେଠାରେ ଅନନ୍ୟା ତାଙ୍କ ଡେଟିଂ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ ଏହା ମଧ୍ୟ ସୂଚିତ କରିଥିଲେ କି ସେ ଯାହାକୁ ଡେଟ୍ କରୁଛନ୍ତି । ସେ ଅଭିନେତା ଜଣକ ତାଙ୍କ ଠାରୁ ୧୩ ବର୍ଷ ବୟସରେ ବଡ଼ ଅଟନ୍ତି। 


ଇରା ଖାନ-ନୁପୁର ଶିଖର: ବଲିଉଡ ଅଭିନେତା ଆମୀର ଖାନଙ୍କ ଝିଅ  ଇରା ଖାନ୍ ।  ଇରାଙ୍କ ପ୍ରେମିକା ନୁପୁର ଶିଖରଙ୍କ ସହ ନିର୍ବନ୍ଧ ହେବାକୁ ଯାଉଛି। ସେମାନେ ଆସନ୍ତା ବର୍ଷ,  ଜାନୁଆରୀରେ ବିବାହ କରିବେ ।ଗତ କିଛି ଦିନ ତଳେ ଉଭୟଙ୍କର ପ୍ରିଓ୍ବେଡିଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। 


ରାକୁଲ ପ୍ରୀତ ସିଂ-ଜ୍ୟାକି ଭାଗ୍ନାନୀ: ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଅଭିନେତା-ନିର୍ମାତା ଜ୍ୟାକି ଭାଗ୍ନାନୀ ବି ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। 


ଜାହ୍ନବୀ କପୁର-ଶିଖର ପହରିଆ: ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଶିଖର ପହରିଆ (Shikhar Pahariya) ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି। ଏବେ ଉଭୟ ସର୍ବସାଧାରଣ ସ୍ଥାନରେ ଏକାଠି ବୁଲୁଛନ୍ତି। ଚର୍ଚ୍ଚା ହେଉଛି ଯେ, ଦୁହେଁ ଖୁବଶିଘ୍ର ବିବାହ କରିବାକୁ ଯାଉଛନ୍ତି।  ଜାହ୍ନବିଙ୍କ ବାପା ବି ସେମାନଙ୍କ ପ୍ରେମ ସମ୍ପର୍କକୁ ଗ୍ରୀନ୍ ସିଗନାଲ୍ ହେଇଛନ୍ତି। 


ଆଦିତି ରାଏ ହାଇଦର ଏବଂ ସିଦ୍ଧାର୍ଥ:  ଯଦିଓ ଆଦିତି ରଏ ହାଇଦର ଓ  ସାଉଥ୍ ଅଭିନେତା  ସିଦ୍ଧାର୍ଥ ବି ଆସନ୍ତାବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି ।  ଏହି ଲବ୍ ବାର୍ଡ ଅଧିକାଂଶ ଇଭେଣ୍ଟରେ ଉଭୟ ଏକାଠି ନଜର ଆସନ୍ତି। ଉଭୟ ପୂର୍ବରୁ ବିବାହ କରିସାରିଛନ୍ତି ଏବଂ ପୂର୍ବ ସାଥୀମାନଙ୍କୁ ଛାଡପତ୍ର ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ , ସେମାନେ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି।