Actor Raju Srivastava : ଅସୁସ୍ଥ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ(Actor Raju Srivastava) । ହୃଦଘାତ କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏବେବି ସେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ସାନଭାଇ ଦୀପୋ ଶ୍ରୀବାସ୍ତବଙ୍କ  ( Dipoo Srivastava) ଙ୍କ କହିବା ଅନୁସାରେ, ରାଜୁ ଏବେବି ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସୁଧା ତାଙ୍କ ହୋସ୍ ଫେରିନି । ସେ ଭେଣ୍ଟିଲେଟରେ ଥିବା ତାଙ୍କ ସାନଭାଇ ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ କୌଣସି ବଡ ଧରଣର ପରିବର୍ତ୍ତନ ଆସି ନ ଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ତାଙ୍କ ସାନଭାଇ। 


COMMERCIAL BREAK
SCROLL TO CONTINUE READING


ତେବା ରାଜୁଙ୍କ ଆରୋଗ୍ୟ ପାଇଁ ସମସ୍ତଙ୍କ ଆର୍ଶିବାଦ କାମନା କରିଛନ୍ତି ଦୀପୋ । ଦୀପୋ କହିଛନ୍ତି ଯେ, "ରାଜୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ତାଙ୍କୁ ଆରୋଗ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଡାକ୍ତରଙ୍କ ଉପରେ ପୁରା ଭରଷା ମଧ୍ୟ ରହିଛି । ସେ ରାଜୁଙ୍କୁ ନିଶ୍ଚିତ ଭାବେ ଆରୋଗ୍ୟ କରିବେ"। ସୂଚନା ଅନୁସାରେ ଗତ କିଛି ଦିନ ତଳେ ରାଜୁ ଦକ୍ଷିଣ ଦିଲ୍ଲୀର (South Delhi) ଏକ ଜିମ୍ ରେ ଓ୍ୱାର୍କଆଉଟ କରୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ଫଳରେ ସେଠାରେ ସେ ଅଚେତ ହୋଇପଡିଥିଲେ। ଜିମର ଟ୍ରେନର ତାଙ୍କୁ ଉଦ୍ଧାର କରି ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିଥିଲେ।  ମେଡିକାଲରେ ରାଜୁଙ୍କୁ ସିପିଆର  (CPR) ଦିଆଯାଇଥିଲା। 


ଏହାବି ପଢନ୍ତୁ : Nick Jonas Birthday,ଦେଶୀ ଗାର୍ଲଙ୍କ ସହ ବାର୍ଥ ଡେ ସେଲିବ୍ରେସନ ପାଇଁ ଆଉଟିଂରେ ଗଲେ ନିକ୍


ଗତ ୩୫ ଦିନ ହେବ ରାଜୁ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ହେଲେ ତାଙ୍କ ସ୍ବାସ୍ଥ୍ୟରେ କୌଣସି ବଡ ଧରଣର ପରିବର୍ତ୍ତନ ଆସିନି।   ରାଜୁ ଶ୍ରୀବାସ୍ତବ (Actor-comedian Raju Srivastava) ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।  ଏହା ସହ ରାଜୁ ବିଗ୍ ବସ୍-୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। ରାଜୁ ଶ୍ରୀବାସ୍ତବ ଏକାଧିକ ଫିଲ୍ମରେ ଅଭିନୟ କରି ଅନେକ ସଫଳତା ହାସଲ କରିଛନ୍ତି। ରାଜୁ ମେନେ ପ୍ୟାର କିୟା(Maine Pyar Kiya) , ବାଜିଗର(Baazigar) ,ବମ୍ବେ ଟୁ ଗୋଆ(Bombay to Goa) , ଆମଦାନି ଆଥାନି ଖର୍ଚ୍ଚାରୁପେୟା(Aamdani Atthani Kharcha Rupaiya) ଭଳି ଅନେକ ହିଟ ଫିଲ୍ମରେ ସେ ନିଜର ଦମଦାର ଅଭିନୟ ଦେଖାଇଛନ୍ତି । 


ଏହା ବ୍ୟତିତ ରାଜୁ ଉତ୍ତରପ୍ରଦେଶ ଫିଲ୍ମ ଡେଭଲପମେଣ୍ଟ କାଉନସିଲର ଚେୟାରମେନ (Film Development Council in Uttar Pradesh) ପଦରେ ମଧ୍ୟ ରହିଛନ୍ତି। ରାଜୁ ଉତ୍ତରପ୍ରଦେଶ କାନପୁରରେ ୧୯୬୩ ମସିହା ୨୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପୁରା ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ହେଲେ ତାଙ୍କୁ ଲୋକେ ତାଙ୍କ ଷ୍ଟେଜ୍ ନାଁରେ ଅଧିକ ଜାଣନ୍ତି। ରାଜୁ କେବଳ ଜଣେ ହାସ୍ୟ ଅଭିନେତା ନୁହଁନ୍ତି ସେ ରାଜନୀତିରେ ମଧ୍ୟ ତାଙ୍କ ଦବଦବା ରହିଛି । ସେ ୨୦୧୪ରେ ପ୍ରଥମେ  (Samajwadi Party) ସମାଜବାଦୀ ପାର୍ଟରେ ଯୋଗ ଦେଇଥିଲେ । କାନପୁରରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ଦଳ ଟିକେଟ ମଧ୍ୟ ଦେଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ସମର୍ଥନ ନ ମିଳିବାରୁ  ସେ ଟିକେଟ୍ ଫେରାଇ ଦେଇଥିଲେ । ପରେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ।