Daman Review: ଓଲିଉଡ୍ ଇଣ୍ତଷ୍ଟ୍ରି ଏବେ ଦୁର୍ଦ୍ଦିନରେ ଦେଇ ଗତି କରୁଛି । ପୂର୍ବପରି ଓଡିଆ ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ଛୁଇଁ ପାରୁନି । ଏଥିପାଇଁ ଲୋକେ ଓଲିଉଡରୁ ମୁହଁ ଫେରାଉଛନ୍ତି । କିନ୍ତୁ, ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଓଡ଼ିଆ ସିନେମା ପାଇଁ ଏକ ସଞ୍ଜୀବନୀ ହେଉଛି 'ଦମନ'। ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' ଦର୍ଶକଙ୍କ ହୃଦୟ ଛୁଇଁଛି ।  ଶୁକ୍ରବାର ରିଲିଜ୍ ହୋଇଛି ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' । ଫିଲ୍ମ 'ଦମନ' କୋରୋନା କାରଣରୁ ଦୁଇବର୍ଷ ହେଲା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା । ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର । ତେବେ, ଏହି ଫିଲ୍ମ ରିଲିଜ୍ ହେବା ପରଠାରୁ ଦର୍ଶକଙ୍କ ଭଲ ରେସପନ୍ସ ରହିଛି। 'ଦମନ'କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ 'ଵିଜୁ ବାବୁ' ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। । ପ୍ରଥମ ଦିନରେ ଲୋକଙ୍କ ପ୍ରଶଂସା ସାଉଁଟି ଥିଲା ଫିଲ୍ମ 'ଦମନ' । କିନ୍ତୁ କିଛି ଦର୍ଶକ ମୁଭି ଟିକୁ ଦେଖିବା ସହ ପୁରା ରେକର୍ଡ କରି ନିଜର ସୋସିଆଲ ମିଡିଆରେ ସେୟାର କରିବା ଦ୍ବାରା ଦମନ ମୁଭିର ବଜେଟ ହ୍ୟାମ୍ପର ହେଉଥିବା ଫିଲ୍ମ ପ୍ରଯୋଜକ ଅଭିଯୋଗ ଆଣିଛନ୍ତି । ଏନେଇ ଭିଏସଏସ ନଗର ଥନାରେ ଅଭିଯୋଗ କରିଛନ୍ତି ପ୍ରଯୋଜକ।


ଏହାବି ପଢନ୍ତୁ : Sherlyn Chopra: 'ସମାଜ ପାଇଁ ବିପଦ ସେର୍ଲିନ୍'


'ଦମନ' ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି। ' ଭୁବନେଶ୍ୱରରୁ ଜଣେ ଯୁବ ଡାକ୍ତର ମାଲକାନଗିରି ଯାଇ କିଭଳି ସେଠାକାର ନିଚ୍ଛକ ଜୀବନଶୈଳୀର ପ୍ରେମରେ ପଡ଼ିଛନ୍ତି । ତାହା ହେଉଛି କାହାଣୀର ପ୍ରଚ୍ଛଦପଟ୍ଟ। ମ୍ୟାଲେରିଆ ବିରୁଦ୍ଧରେ ଲଢ଼େଇ କରିବାର ନିଆରା ପ୍ରୟାସ ସିନେମାକୁ ଗତିଶୀଳ କରାଉଛି। ବଣପାହାଡ଼ ଘେରା ମାଲକାନଗିରିର ଦୃଶ୍ୟପଟ୍ଟ ଦର୍ଶକଙ୍କୁ ବାନ୍ଧି ରଖୁଛି। ସିନେମାରେ ଦେଖିବାକୁ ମିଳିଛି ଯେ, ବାବୁଶାନ ବିରକ୍ତ ହୋଇ ଭୁବନେଶ୍ୱର ଚାଲିଯିବାକୁ ବସିଛନ୍ତି। ଦୀପାନ୍ବିତ ତାଙ୍କୁ ଗୋଟିଏ ଦିନର ବିରଳ ରେକର୍ଡ କରିବା ନେଇ କହୁଛନ୍ତି। ବିରଳ ରେକର୍ଡ ଏଥିପାଇଁ ଯେ, ବାବୁଶାନ ଗୋଟିଏ ରାତି ପରେ ଭୁବନେଶ୍ୱର ପଳାଇ ଯିବାକୁ ବାହାରୁଛନ୍ତି। ଏହାପରେ ଦୃଶ୍ୟ ପରିବର୍ତ୍ତନ ହୋଇ ରାତି ହେଉଛି। ବାବୁଶାନ ଆଉ ଦୀପାନ୍ବିତଙ୍କ ମଦ ଆସର ଚାଲିଛି ଆଉ ପଛରେ ଏକ ଲଣ୍ଠନ ଜଳୁଛି। ଏହି ଦୃଶ୍ୟ ଦେଖିଲେ ଆପଣ ନିର୍ଦ୍ଦେଶକଙ୍କ ସୃଜନଶୀଳତାକୁ ପରଖି ପାରିବେ।  ଆଉ ଗୋଟେ ଦୃଶ୍ୟ ଅଛି ମେଡିକାଲରେ ମ୍ୟାଲେରିଆରୁ ଜଣେ ପିଲାର ମୃତ୍ୟୁ ହେଉଛି। ତା' ପୂର୍ବରୁ ତାକୁ ବଞ୍ଚେଇବାର ପ୍ରୟାସ ସମୟର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେହିପରି ଗର୍ଭବତୀଙ୍କୁ କାନ୍ଧରେ ବୋହି ନଦୀ ପାର କରିବା ପୂର୍ବରୁ ବାବୁଶାନଙ୍କ ଆଗ୍ରେସିଭ ଡାଏଲଗ, ତାଙ୍କର ଅଭିନୟ ଦକ୍ଷତାକୁ ସ୍ପଷ୍ଟ ଭାବେ ଝଲକାଉଛି। ସତ ଘଟଣାକୁ ନେଇ ତିଆରି ହୋଇଥିବା ଏହି ସିନେମା, ଓଡ଼ିଆ ସିନେମାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ନିଶ୍ଚୟ। ଯଦି ଦମନ ମୁଭି ପାଇଁ ରାଜ୍ୟସରକାର  ଟିକସ ହ୍ରାସ କରନ୍ତ , ତେବେ  ମୁଭିଟିକୁ ଅଧିକ ଲୋକ ଦେଖିପାରନ୍ତେ । ଯାହା ଦ୍ବାରା ଓଡିଶା ସିନେମା ବଞ୍ଚି ରହିବା ସହ ପ୍ରଚାର ପ୍ରସାର ମଧ୍ୟ ହୋଇ ପାରିବ ।