Swati Maliwal Vs Sajid Khan : ବଲିଉଡ ଅଭିନେତା ସାଜିଦ ଖାନଙ୍କ ପାଇଁ ବଢୁଛି ଅଡୁଆ । ବିଗବସ ସିଜିନ ୧୬ (Bigg Boss Season 16) ରୁ ସାଜିଦଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ(Broadcasting minister Anurag Thakur)ଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ। ଏନେଇ ଟୁଇଟ ମାଧ୍ୟମରେ ସେ ସୂଚନା ଦେଇଛନ୍ତି । ସ୍ବାତୀ ମାଲିୱାଲ ଟ୍ବିଟ୍‌ କରି ଲେଖିଛନ୍ତି, "ଅଭିନେତା ସାଜିଦ ଖାନ୍‌ଙ୍କୁ ବିଗ୍‌ବସ୍‌ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ଚିଠି ଲେଖିଛି । ଏହାପରଠୁ ମୋତେ ଇନ୍‌ଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ମିଳିବାରେ ଲାଗିଛି । ଏନେଇ ମୁଁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି । ପୋଲିସ ଏହାର ଯାଞ୍ଚ କରି ଦୋଷୀଙ୍କୁ ଗିରଫ କରୁ" । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଗତ ଅକ୍ଟୋବର ୧୦ ତାରିଖରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ସାଜିଦ ଖାନ୍‌ଙ୍କୁ ରିୟଲିଟି ସୋ' ବିଗ୍‌ ବସ୍‌ରୁ ବାହାର କରିବାକୁ ଦାବି କରିଥିଲେ । କାରଣ ସାଜିଦ ଖାନ୍‌ଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଓ ମଡେଲଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି । ଏଭଳି ସ୍ଥିତିରେ ତାଙ୍କୁ କୌଣସି ରିୟଲିଟି ସୋ'ରେ ସ୍ଥାନ ଦେବା ଠିକ୍‌ ନୁହେଁ ବୋଲି ଚିଠିରେ ଦର୍ଶାଇଛନ୍ତି ସ୍ବାତୀ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ବର୍ତ୍ତମାନ ବିଗବସ ୧୬ର ପ୍ରତିଯୋଗୀ ଅଛନ୍ତି ସାଜିଦ୍ । ସାଜିଦ୍ ବିଗବସରେ ଏଣ୍ଟ୍ରି କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ସେଲିବ୍ରେଟି ତଥା ମଡେଲ ସେର୍ଲିନ ଚୋପ୍ରା ସାଜିଦଙ୍କ ବିରୋଧରେ ସାଘାଂତିକ ଅଭିଯୋଗ  ଆଣିଥିଲେ । ମଡେଲ ଜଣକ କାହାର ନାଁ ନ ନେଇ ଅଭିନେତ୍ରୀ କହିଛନ୍ତି, "ସେ ମତେ ତାଙ୍କ ପ୍ରାଇଭେଟ୍ ପାର୍ଟ ଦେଖାଇଲେ ଓ ତାକୁ ୦-୧୦ ମଧ୍ୟରେ ରେଟିଂ ଦେବାକୁ କହିଥିଲେ। ମୁଁ ବିଗ ବସରେ ଆସି ତାଙ୍କୁ ସେହି ରେଟିଂ ଦେବାକୁ ଚାହୁଁଛି। ଏ ଦିଗରେ ସଲମାନ ଖାନ୍ ପଦକ୍ଷେପ ନିଅନ୍ତୁ "। ଏନେଇ ଗତ କିଛି ଦିନ ତଳେ ମଡେଲ ଜଣକ ଏଭଳି ଟୁଇଟ କରିଥିଲେ। ପରେ ଏ ଟୁଇଟକୁ ନେଇ ମୁହଁ ଖୋଲିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ। 


ଏହାବି ପଢନ୍ତୁ : Nayanthara Vignesh Shivan Surrogacy Row : ନୟନତାରାଙ୍କ ସରୋଗେସି ସନ୍ତାନ ବିବାଦ, ଟ୍ରୋଲର୍ସଙ୍କୁ ବିଗ୍ନେଶଙ୍କ ଭଦ୍ର ଅପମାନ


 


ପରେ ବିଗବସରୁ ସାଜିଦଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଚିଠି ଲେଖିଥିଲେ । ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ ମିଳିଥିଲା । ଏହି ଧମକ ସାଜିଦ କି ତାଙ୍କ ଫ୍ୟାନ୍ସ ଦେଇଛନ୍ତି । ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ପରେ ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ।  ମି' ଠୁ ଅଭିଯାନ ବେଳେ ସାଜିଦ ଖାନ୍‌ଙ୍କ ବିରୋଧରେ ୧୦ ଜଣ ଅଭିନେତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣଥିଲେ । ଅଭିଯୋଗ ମୁତାବକ ହାଉସଫୁଲ୍‌ ୪ ଓ ହମ୍‌ଶକଲରେ ରୋଲ୍‌ ପାଇବାକୁ ଆସିଥିବା କିଛି ପ୍ରତିଯୋଗୀଙ୍କୁ ଅଡିଶନ ନାମରେ ନିର୍ବସ୍ତ୍ର ହେବାକୁ କହିଥିଲେ ସାଜିଦ ଖାନ୍‌ । ସାଜିଦଙ୍କ ଏହି ହରକତ ପାଇଁ ତାଙ୍କୁ ବର୍ଷେ ପାଇଁ ଇଣ୍ତିଆନ ଫିଲ୍ମ ଆଣ୍ତ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନରୁ ନିଲମ୍ବିତ କରାଯାଇଥିଲା।