ସାବରମତୀ ରିପୋର୍ଟ ଫିଲ୍ମ ଦେଖିବେ ମୁଖ୍ୟମନ୍ତ୍ରୀ ! ନିମନ୍ତ୍ରଣ କଲେ ଏକତା କପୁର
ସାବରମତୀ ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା ।
ଭୁବନେଶ୍ୱର: 'ସାବରମତୀ ରିପୋର୍ଟ'ର ପ୍ରଯୋଜିକା ଏକତା କପୁର ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ବିଧାନସଭାରେ ପହଞ୍ଚିବା ପରେ ସାକ୍ଷାତକାର ସମୟରେ ଫିଲ୍ମ ଉପରୁ ସରକାର ଟିକସ ଛାଡ଼ କରିଥିବା କାରଣରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏକତା । ଏଥିସହ ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା ।
ସୂଚନାଯୋଗ୍ୟ, ସୋମବାର ଦିନ ସଂସଦରେ 'ଦ ସାବରମତି ରିପୋର୍ଟ' ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ବାଲାୟୋଗୀ ଅଡିଟୋରିୟମରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନେମା ଦେଖିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ସାଂସଦମାନେ ଫିଲ୍ମଟିକୁ ଦେଖିଛନ୍ତି । ଭେଟେରାନ ଅଭିନେତା ଜିତେନ୍ଦ୍ରଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟିମାନେ ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଅଭିନେତା ବିକାଶ ମାସି ସ୍ପେଶାଲ ସ୍କ୍ରିନିଂକୁ ନେଇ ଖୁସିବ୍ୟକ୍ତ କରିଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ଫେବୃଆରୀ 27, 2002 ରେ ଗୁଜୁରାଟ ଗୋଧ୍ରା ଷ୍ଟେସନ ନିକଟରେ ସାବରମତି ଏକ୍ସପ୍ରେସରରେ ଅଗ୍ନିକାଣ୍ଡ ସମୟର ଦୁଃଖଦ ଘଟଣା ଉପରେ ଚଳଚ୍ଚିତ୍ରଟି ଆଧାରିତ । ସତ୍ୟ ଘଟଣା ଉପପେ ସିନେମାଟି ତିଆରି ହୋଇଥିବାରୁ ଏହି ଚଳଚ୍ଚିତ୍ରକୁ ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ହରିୟାଣା, ଗୁଜୁରାଟ ଏବଂ ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟରେ ସିନେମାଟିକୁ ଟିକସମୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଅଭିନୟ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି, ରଂଜନ ଚାନ୍ଦେଲ ଏବଂ ଶୋଭା କପୁର । ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ ହୋଇଛି ସାବରମତି ରିପୋର୍ଟ ।
Also Read- Donkey Milk: ଗାଈ ମଇଁଷି ଅପେକ୍ଷା ଅଧିକ ଶକ୍ତିଶାଳୀ ଗଧ କ୍ଷୀର ! ବାବା ରାମଦେବ କହିଲେ ବଡ଼ କଥା
Also Read- Ketu Gochar 2024: କେତୁ ଚଳନ ପ୍ରଭାବ, ବର୍ଷ ଶେଷ ପୂର୍ବରୁ ଧନୀ ହେବେ ୩ ରାଶି