Enigma Mrs World 2022: କେନ୍ଦୁଝର ଜିଲ୍ଲା ବଡ଼ବିଲକୁ ମିଳିଛି ପୁଣି ଏକ ଗୌରବ, ଆଉ ଏହି ଗୌରବ ଆଣିଛନ୍ତି ବଡ଼ବିଲର ଝିଅ ତଥା ବଡ଼ବିଲ ସହରର ବୋହୁ ଅଗମପ୍ରୀତ ସିଧୁ ( Mrs Agampreet Sidhu) । ଗତ ୧୯ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ମିସେସ ୟୁନିଭର୍ସ ପ୍ରତିଯୋଗୀତାରେ ଭାଗ ନେଇ ୨୦୨୨ ର ମୁକୁଟ ହାସଲ କରିଛନ୍ତି ଅଗମପ୍ରୀତ ସିଦ୍ଧୁ । ଏନିଗମା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ଥାଇଲାଣ୍ଡର ପଟାୟାରେ ଆୟୋଜିତ ମିସ ଓ ମିସେସ ୟୁନିଭର୍ସ ପ୍ରତିଯୋଗୀତା କରାଯାଇଥିଲା । ଯେଉଁଥିରେ ପ୍ରାୟ ବିଭିନ୍ନ ଦେଶର ୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । 


COMMERCIAL BREAK
SCROLL TO CONTINUE READING

ଭାରତକୁ ପ୍ରତିନିଧିତ୍ୱ କରି ଅଗମପ୍ରୀତ ଏହି ବିରଳ ସଫଳତା ହାସଲ କରିଛନ୍ତି । ଆଜି ଆଗମପ୍ରୀତ ବଡ଼ବିଲ ରେଳ ଷ୍ଟେସନରେ ପହଁଚିବା ପରେ ଶତାଧିକ ସ୍ଥାନୀୟ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଅଗାମୀ ସମୟରେ ସ୍ଥାନୀୟ ମହିଳା ମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ ନିରନ୍ତର କରିବେ ବୋଲି ଆଗମପ୍ରୀତ କହିଛନ୍ତି ।


ଏନିଗମା ଇଭେଣ୍ଟର ମିସେସ ୟୁନିଭର୍ସ ପ୍ରତିଯୋଗୀତା ୨୦୨୨ ର ରୌପ୍ୟ ବର୍ଗରେ ଶିମଲାର ଶ୍ରୀମତୀ ପ୍ରିୟା ପୁଣ୍ଡିର, ଓ ଓଡିଶାର ଶ୍ରୀମତୀ ଅଗମପ୍ରୀତ ସିଦ୍ଧୁ ମୁକୁଟ ଜିତିଥିଲେ ।



ଆଗମପ୍ରୀତ ସିଦ୍ଧୁ କହିଛନ୍ତି, "ଏହା ଥାଇଲାଣ୍ଡର ପଟାୟାରେ ହୋଇଥିଲା । ଏଥିରେ ୨୫ ଜଣ ପ୍ରତିଯୋଗୀ ଥିଲେ । ବହୁତ କଠିନ ଥିଲା । କିନ୍ତୁ ବଡ଼ବିଲବାସୀ ମୋ ସହିତ ଥିଲେ, ତେବେ କ'ଣ ଡର, ବହୁତ ଭଲ ଅନୁଭବ କରୁଛି, ମୁଁ ବହୁତ ବର୍ଷ ଧରି ଟ୍ରେନରେ ଯିବା ଆସିବା କରେ । କିନ୍ତୁ ଆଜି ବହୁତ ଗର୍ବ ଅନୁଭବ କରୁଛି ଯେ ମୋର ପୂରା ସହର ମୋତେ ନେବାକୁ ଆସିଛି ।"


ଏହାକୁ ନେଇ ପ୍ରଭୁ ଦୟାଲ ସିଂ ସିଦ୍ଧୁ କହିଛନ୍ତି, "ସେ ଆମର, ଝିଅ ଓ ବୋହୁ, ଯିଏ ଏତେ ବଡ ସଫଳତା ପାଇଛନ୍ତି, ବଡ ସଫଳତା ପାଇ ଆସିଛି, ଏହା କେବେଳ ବଡ଼ବିଲ ପାଇଁ ନୁହେଁ ବରଂ ପୂରା କେନ୍ଦୁଝର ପାଇଁ ଗର୍ବର ବିଷୟ ।"


ଆଉ ଜଣେ ସ୍ଥାନୀୟ ଲୋକ କହିଛନ୍ତି, "ସେ ବଡ଼ବିଲ ପାଇଁ ଆଦର୍ଶ ହେବେ, ଓ ଏଠାରେ ଥିବା ଗୃହିଣୀଙ୍କ ପାଇଁ ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ଦେବେ ଯେ ସେମାନେ ମଧ୍ୟ କିଛି କରିପାରିବେ ।"


ଏହା ବି ପଢ଼ନ୍ତୁ: Asia Cup 2022: ବାବର ଓ ବିରାଟଙ୍କ ମଧ୍ୟରେ କାହାକୁ ବୋଲିଂ କରିବା କଷ୍ଟକର; ରସିଦ ଖାନ ଦେଲେ ଏହି ଜବାବ