Govinda Second Wife: ବଲିଉଡ଼ ଜଗତରେ ଗୋବିନ୍ଦାଙ୍କର (Govinda) ସ୍ବତନ୍ତ୍ର ପରିଚୟ ରହିଛି। ପ୍ରତ୍ୟେକ ଭୂମିକାକୁ ବେଶ ନପୁଣତାର ସହ ପରଦା ଉପରେ ତୁଲାଉଥିବା ଗୋବିନ୍ଦା ୮୦ ଓ ୯୦ ଦଶକର ସୁପରଷ୍ଟାର ଥିଲେ । ଅଭିନୟ ବ୍ୟତୀତ ତାଙ୍କର ଡାନ୍ସ ଓ କମେଡି଼ ମଧ୍ଯ ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରହିଥାଏ । ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଏହି ସୁପରଷ୍ଟାର। ଅନେକ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଗୋବିନ୍ଦା ଟିଭି ରିଆଲିଟି ସୋ’ରେ ଆକ୍ଟଭି ରହିଛନ୍ତି । ତେବେ ଶୁକ୍ରବାର ଦିନ ଗୋବିନ୍ଦା ସେୟାର କରିଥିବା ଏକ ପୋଷ୍ଟ ସମସ୍ତେ ଆଶ୍ଚର୍ଯ୍ୟ କରିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ନିକଟର ଗୋବିନ୍ଦା ନିକଟରେ ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟିରେ ନଜର ଆସିଥିଲେ। ଏହି ପାର୍ଟିରେ ଭେଟେରାନ ଚଳଚ୍ଚିତ୍ର ନିର୍ମାତା ଡେଭିଡ ଧାୱନ (David Dhawan) ମଧ୍ୟ ପହଁଞ୍ଚିଥିଲେ। ସେଠାରେ ଡେଭିଡ଼ ଓ ଗୋବିନ୍ଦା କ୍ଲିକ୍ କରିଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଡେଭିଡ଼ଙ୍କ (David Dhawan) ସହ ଏହି ଫଟୋ ସେୟାର କରି ଗୋବିନ୍ଦା ଲେଖିଥିଲେ, “୮୦ ଓ ୯୦ ଦଶକରେ ମୋର ଦୁଇଟି ପତ୍ନୀ ଥିଲେ। ଜଣେ ସୁନୀତା ଓ ଅନ୍ୟ ଜଣେ ଡେଭିଡ଼ । ” ଗୋବିନ୍ଦାଙ୍କ ଏହି ମଜାଳିଆ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


 



ସେପଟେ ଗୋବିନ୍ଦା ପତ୍ନୀ ସୁନୀତାଙ୍କ ସହ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ସୁନୀତା କହିଲେ ତୁମେ ମଧ୍ଯ ଆଜି ବ୍ଲାକ୍ ପିନ୍ଧ କପଲ ଫଟୋ ଭଲ ଆସିବ, ଷ୍ଟାଇଲଙ୍ଗ ବାଏ ଲଭଲି ୱାଇଫ’ ।


 


 



ପ୍ରକାଶ ଥାଉ କି, ନିର୍ଦ୍ଦେଶକ ଡେଭିଡ ଧାୱନ ଅନେକ ବଡ଼ ଷ୍ଟାରଙ୍କ ସହ କାମ କରିଥିଲେ ମଧ୍ଯ ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି଼ ସୁପରହିଟ୍ ରହିଥିଲା | ଏହି ଯୋଡି଼ ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ସୁପରହିଟ୍ ଫିଲ୍ମ । ଦୁହେଁ ଏକାଠି ୧୭ଟି ଚଳଚ୍ଚିତ୍ରରେ କାମ କରିଥିଲେ, ଯାହା ମଧ୍ୟରୁ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏଥିରେ ହିରୋ ନମ୍ବର ୧, ସାଜନ ଚଲେ ସସୁରାଲ୍, ବଡେ଼ ମିୟାନ୍ ଛୋଟେ ମିୟାନ୍, ସ୍ୱର୍ଗ ଓ ପାର୍ଟନର ଭଳି ଅନେକ ହିଟ୍ ଫିଲ୍ମ ରହିଛି । ତେବେ  ଯଦିଓ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ କିନ୍ତୁ, କୌଣସି ଏକ ଘଟଣା ପାଇଁ ​​ଉଭୟ ଏକାଠି କାମ କରିବା ବନ୍ଦ କରିଦେଇଥିଲେ ।