Jawan Box Office Collection Day 8: ଶାହାରୁଖ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ରିଲିଜ୍ ହେବାର ଆଜକୁ ଆଠ ଦିନ ହୋଇ ଗଲାଣୀ (Jawan Box Office Collection Day 8) । ତଥାପି ବକ୍ସ ଅଫିସରେ ଫିଲ୍ମଟିର କ୍ରେଜ୍ କମିନି।  ଏହି ଫିଲ୍ମଟି ରିଲିଜ୍ ହେବା ଦିନ ଠାରୁ ଭଲ କଲେକସନ୍ କରିବାରେ ଲାଗିଛି (Jawan Box Office Collection) ।  ଫିଲ୍ମଟି ପ୍ରଥମ ଦିନରେ ସାରା ବିଶ୍ବରେ ୧୨୫ କୋଟି ରୋଜଗାର କରିଥିଲା । କେବଳ ଭାରତରେ ଏହି ଫିଲ୍ମ ପ୍ରଥମ ଦିନରେ ୭୫ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା। ଏହାପରେ 'ଜଓ୍ବାନ୍' ପ୍ରଥମ ରବିବାର ଦିନ ୮୦ କୋଟିରୁ ଅଧିକ କଲେକସନ୍ କରିଥିଲା। ଯାହା ଇତିହାସ ସୃଷ୍ଟି କରିଥିଲା। ତେବେ, ଆସନ୍ତୁ ଜାଣିବା ଫିଲ୍ମଟି ଅଷ୍ଟମ ଦିନରେ କେତେ କଲେକସନ୍ କରିଛି ।


COMMERCIAL BREAK
SCROLL TO CONTINUE READING

 




ରିଲିଜ୍ ହେବାର ଅଷ୍ଟମ ଦିନରେ ଏତେ କୋଟି କଲେକସନ୍ କଲା 'ଜଓ୍ବାନ୍':
'ଜଓ୍ବାନ୍'ର କଲେକସନ୍ ଦିନକୁ ଦିନ କମିବାରେ ଲାଗିଛି।  କିନ୍ତୁ ବକ୍ସ ଅଫିସରେ ଏହାର କ୍ରେଜ୍ ଜାରି ରହିଛି । (According to Sacnilk report)ସାକନିକ୍ ରିପୋର୍ଟ ଅନୁସାରେ, ଫିଲ୍ମଟି ଅଷ୍ଟମ ଦିନରେ  ୧୯.୫୦ କୋଟି ସଂଗ୍ରହ କରିଛି। ତେବେ, ବର୍ତ୍ତମାନ ସୁଧା ଅର୍ଥାତ୍ ରିଲିଜ୍ ହେବାର ଅଷ୍ଟମ ଦିନରେ ଫିଲ୍ମଟି କେବଳ ଭାରତରେ  ୩୮୭.୭୮ (387.78 crore)କୋଟି କଲେକସନ୍ କରି ସାରିଛି । 


ଜାଣନ୍ତୁ କେଉଁ ଦିନ ଫିଲ୍ମ କେତେ କୋଟି ସଂଗ୍ରହ କରିଛି ନଜର ପକାନ୍ତୁ:


ପ୍ରଥମ ଦିନରେ ୭୫ କୋଟି
ଦ୍ୱିତୀୟ ଦିନରେ ୫୩.୨୩ କୋଟି ଟଙ୍କା । 
ତୃତୀୟ ଦିନ- ୭୭.୮୩ କୋଟି ଟଙ୍କା ।
ଚତୁର୍ଥ ଦିନ- ୮୦.୧ କୋଟି ଟଙ୍କା ।
ପଞ୍ଚମ ଦିନ- ୩୨.୯୨ କୋଟି ଟଙ୍କା ।
ଷଷ୍ଠ ଦିନ - ୨୬ କୋଟି ଟଙ୍କା ।
ସପ୍ତମ ଦିନ- ୨୩.୨ କୋଟି ଟଙ୍କା ।
ଅଷ୍ଟମ ଦିନ- ୧୯.୫୦ କୋଟି ଟଙ୍କା ।
ମୋଟ- ୩୮୭.୭୮ କୋଟି ଟଙ୍କା 


'ଜଓ୍ବାନ' 'ପଠାନ'ର ରେକର୍ଡ ଭାଙ୍ଗିବାକୁ ସମର୍ଥ ହେବ କି?
ଚଳିତ ବର୍ଷ ଜାନୁଆରୀରେ କିଙ୍ଗ୍ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ୍' ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ଏକ ରେକର୍ଡ ଭାଙ୍ଗିଥିଲା। ଚଳିତ ବର୍ଷରେ 'ଜଓ୍ବାନ' ଏହା ହେଇଛି କିଙ୍ଗ୍ ଖାନଙ୍କ ଦ୍ବିତୀୟ ଫିଲ୍ମ ।   ଯାହା ସାରା ବିଶ୍ୱରେ ୬୦୦ କୋଟି କଲେକସନ୍ କରିବାରେ ସଫଳ ହୋଇଛି। 'ପଠାନ' ବିଶ୍ବବ୍ୟାପି ୧୦୫୦ କୋଟି ଟଙ୍କା ସଂଗ୍ରହ କରିଥିଲା ।  ଏବଂ 'ଜୱାନ'ର ଏଭଳି କଲେକସନ ଦେଖି ଏହି ଫିଲ୍ମ 'ପଠାନ'ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଇଛି।  ବକ୍ସ ଅଫିସରେ 'ପଠାନ'ର ସଂଗ୍ରହ ୫୪୩.୦୯ କୋଟି ଟଙ୍କା ଥିଲା। ଯେତେବେଳେ କି 'ଜୱାନ୍' ମାତ୍ର 8 ଦିନରେ ୩୮୦ କୋଟିରୁ ଅଧିକ ଆୟ କରିଛି । 'ଜୱାନ'ର ବ୍ୟବସାୟ ଏହି ସପ୍ତାହ ଶେଷରେ ପୁଣି ଉଠିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମସ୍ତଙ୍କ ଆଖି ବକ୍ସ ଅଫିସରେ ଉପରେ ରହିଛି । ଆସନ୍ତାକାଲି ଶନିବାର ଓ ପରଦିନ ରବିବାର ଥିବାରୁ ଏହାର କଲେକସନ୍ ବଢିବ ବୋଲି ଆଶା କରାଯାଇଛି।