Popular Tele Serial: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି । ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ  ଜାରି ରଖିଛି ।


COMMERCIAL BREAK
SCROLL TO CONTINUE READING

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ  ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି । ଆମ ଚ୍ଯାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ । ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ ।


ଜୀ-ସାର୍ଥକ ସର୍ବଦା ନୂଆ, ଭିନ୍ନ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’, ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ତେବେ ଏଇଠି ରହିବ ନାହିଁ ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ । ଏହି ସମ୍ପର୍କକୁ ଆଗକୁ ନେବାକୁ ଓ ଆହୁରି ମଜବୁତ୍ କରିବା ପାଇଁ ଆହୁରି ଗୋଟେ ପାଦ ଆଗକୁ ଯାଉଛି ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ, ଜୀ-ସାର୍ଥକ ।


ଜୀ-ସାର୍ଥକ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ, ଯାହା ମାଧ୍ୟମରେ ଜୀ-ସାର୍ଥକର ଟିମ୍ ତାଙ୍କର ପ୍ରଚାର ଗାଡିରେ ପହଁଚିବେ ଆପଣ ମାନଙ୍କ ପାଖରେ ଓ ଆପଣ ମାନଙ୍କ ସହ ବିଚାର ବିମର୍ଶ କରିବେ ଜୀ-ସାର୍ଥକର ସମସ୍ତ କାର୍ଯକ୍ରମ ଉପରେ । ଆପଣ ମାନଙ୍କର ପସନ୍ଦର କାହାଣୀ, ରିଆଲିଟି ସୋ ଓ ସେଥିରେ ଚାହୁଁଥିବା ପରିବର୍ତନ ସବୁ ଜାଣିବାକୁ ଚେଷ୍ଟା କରିବେ । ଓଡ଼ିଶାର ସମ୍ପୂର୍ଣ ୩୦ ଜିଲ୍ଲା ପରିଦର୍ଶନ କରିବେ ଜୀ-ସାର୍ଥକର ଏହି ଟିମ୍ । କେବଳ ବିଚାର ବିମର୍ଶ ନୁହେଁ ଏହି ଟିମ୍ ଆପଣଙ୍କ ଗାଁ, ସହରରେ ବିଭିନ୍ନ ପ୍ରାନ୍ତରେ ତାର ଦର୍ଶକଙ୍କ ସହ ଭିନ୍ନ ଭିନ୍ନ ଖେଳ ସହ ଏହା ଆହୁରି ଅଧିକ ମଜାଦାର ହେବ ଓ ଦର୍ଶକ ମାନେ ମଧ୍ୟ ଜିତିବେ ଆକର୍ଷଣୀୟ ଉପହାର ସବୁ । 


ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଜୀ-ସାର୍ଥକର ଲୋକପ୍ରିୟ ଚରିତ୍ରଗୁଡିକ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛି । ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ କିନ୍ତୁ ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। 


ଆମ ଚ୍ଯାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ସିଧା ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ । ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ । ନିଜର ମତାମତ ସହ ପ୍ରସ୍ତୁତ ହୋଇ ରୁହନ୍ତୁ, ଆମେ ପହଁଚିବୁ ଖୁବ ଶୀଘ୍ର ଆପଣଙ୍କ ପାଖରେ ।