Odia Film Pratha: କଳାକାରଙ୍କ କଳି ଭିତରେ ବଳି ପଡୁଛି ଫିଲ୍ମ।  ଗୋଟିଏ ପରେ ଗୋଟିଏ ଓଡ଼ିଆ ଫିଲ୍ମକୁ(Odia Movie) ବିରୋଧ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ରାମକୁ ନେଇ ବିବାଦ ଲାଗି ରହି ଥିବାବେଳେ ଏବେ ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ (Odia Film Pratha) ବିରୋଧ କରାଯାଉଛି।  ଫିଲ୍ମର ପୋଷ୍ଟରକୁ ଚିରି ଦିଆଯାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଫିଲ୍ମର ନିର୍ମାତା ସନଲିଶା ପଟେଲ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଗତକାଲି(ଶୁକ୍ରବାର)  ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ଓଡ଼ିଶାର ୪୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏ ଅବସରରେ ଝାରସୁଗୁଡାର ଏକ ଥିଏଟରରେ ‘ପ୍ରଥା’ର ମ୍ୟାଟିନ୍ ସୋ ଚାଲିଥିଲା ବେଳେ କିଛି ଲୋକେ ହଠାତ୍ ସିନେମା ହଲ୍ ଭିତରକୁ ପଶି ଆସି ଗଣ୍ତଗୋଳ କରି ପୋଷ୍ଟର ବ୍ୟାନର ଚିରି ଦେଇଥିଲେ। ଏବଂ ସୋ ବନ୍ଦ ପାଇଁ ଧମକ ଦେବା ସହ ଓଡିଆ ଚଳଚ୍ଚିତ୍ର ମୁଦାବାଦ କହି ଚାଲି ଯାଇଥିଲେ। ଏବଂ ନିକଟରେ ରିଲିଜ୍ ହୋଇଥିବା ମନୋଜ ମିଶ୍ରଙ୍କ ଅଭିନୀତ ଓଡିଆ ଫିଲ୍ମ ‘ମାଇଣ୍ତ ଗେମ୍ ’ ଲଗାଇବାକୁ ବି ବାଧ୍ୟ କରିଥିଲେ। ଏଥିରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟ ଓ ଚକ୍ରାନ୍ତ ଥିବା ପ୍ରଯୋଜିକା ଅଭିଯୋଗ କରିଛନ୍ତି। 


Also Read: Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ


ଏହି ଚଳଚ୍ଚିତ୍ର ସାରା ଓଡିଶାରେ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିଲା । ଏବଂ ଦର୍ଶକଙ୍କ ହୃଦୟ ଜିତିଛି। ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ପ୍ରଯୋଜିକା । ସେ କହିଛନ୍ତି,  ଝାରସୁଗୁଡାବାସୀ ସହ ପଶ୍ଚିମ ଓଡିଶା କିଛି ଲୋକ ଚଳଚ୍ଚିତ୍ର ଦେଖିବାକୁ କଣ ପାଇଁ ବଞ୍ଚିତ ହେବେ।  ଏଥିରେ ସରକାର ହସ୍ତକ୍ଷେପ ପାଇଁ ପ୍ରଯୋଜିକା ନିବେଦନ କରିଛନ୍ତି। ଯଦି ଜଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ନିର୍ମାଣ କରେ । ଏଭଳି ସମସ୍ୟାରେ ପଡେ ସେ ପ୍ରଯୋଜକ ଆଗକୁ କେବେ ଚଳଚ୍ଚିତ୍ର ପାଇଁ ସାହସ କରିବନି ବୋଲି ପ୍ରଯୋଜିକା ପନଲିସା ପଟେଲ୍ କହିଛନ୍ତି।


ସନଲିଶା ସିଗନେଚର ଫିଲ୍ମସ ବ୍ୟାନର ତଥା ପଶ୍ଚିମ ଓଡ଼ିଶାର ଝିଅ ସନଲିଶା ପଟେଲଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିବା ଚଳଚ୍ଚିତ୍ର "ପ୍ରଥା" ରେ ସ୍ୱରାଜ ବାରିକ ମୁଖ୍ୟ ଭୂମିକାରେ ନଜର ଆସିବେ।  ସୁଦୂର କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବିଭିନ୍ନ ପର୍ଯ୍ୟଟନ ସ୍ଥାନ ତଥା ଦିଲ୍ଲୀ ଏବଂ ପଞ୍ଜାବ ଭଳି ସ୍ଥାନ ଗୁଡିକରେ 'ପ୍ରଥା' ସୁଟିଂ ହୋଇଛି । ମୁଖ୍ୟ ଚରିତ୍ରରେ ଥିବା ନାୟକ ସ୍ୱରାଜ ବାରିକ, ସୁନ୍ଦରୀ ଶୀତଲ ପାତ୍ର ଏବଂ ମୁମ୍ବାଇ ର ସିମ୍ରନ କୌରଙ୍କ ସମେତ ଅଭିନେତା ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଡିସ୍କୋ ରେଡ୍ଡୀ, ଇଲୁ ବାନାର୍ଜୀଙ୍କ ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କୁ ବେଶ ଆମୋଦ ଯୋଗାଇବ ।