Rajinikanth Fees: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ (Rajinikanth)। ଚଳିତ ବର୍ଷ ଅଭିନେତାଙ୍କ ଫିଲ୍ମ, 'ଜେଲର'  (Jailer) ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଏହି ଫିଲ୍ମରେ ଅଭିନୟ କରିବା ଲାଗି ତଲାଇବା ୧୧୦ କୋଟି ଫି ନେଇଥିଲେ। ଏହି ଫିଲ୍ମଟି ସୁପରଡୁପର ହିଟ୍ ହେବା ପରେ ପରେ ରଜନୀକାନ୍ତ ନିଜର ପାରିଶ୍ରମିକ (Rajinikanth Fees)  ବଢାଇଛନ୍ତି।  ତେବେ, ରଜନୀକାନ୍ତଙ୍କୁ ନେଇ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ଚକିତ କରିଛି।  ରଜନୀକାନ୍ତ ଏସିଆର ହାଇଏଷ୍ଟ ପେଡ୍ ଅଭିନେତା (asia highest paid actor) ହୋଇପାରିଛନ୍ତି।  କାହିଁକିନା ଏହାର କାରଣ ହେଉଛି ଲୋକେଶ କାନଗରାଜଙ୍କ (lokesh kanagaraj film) ପରବର୍ତ୍ତୀ ଫିଲ୍ମ ପାଇଁ ସେ ମହଙ୍ଗା ଫି ଦାବି କରିଛନ୍ତି। ସେ ଏହି ଫିଲ୍ମ ପାଇଁ ଅଧିକ ଫି' ଚାର୍ଜ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। 


COMMERCIAL BREAK
SCROLL TO CONTINUE READING

Also Read: Rajinikanth Fans: ରଜନୀକାନ୍ତଙ୍କ ଜବରା ଫ୍ୟାନ୍, ଘରେ ନିର୍ମାଣ କଲେ ତଲାଇବାଙ୍କ ପାଇଁ ମନ୍ଦିର


ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ତଲାଇବାଙ୍କ ହାତରେ ଏବେ ଦୁଇଟି ବଡ଼ ବଜେଟ୍ ଫିଲ୍ମ ରହିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି 'ଥାଲାଇଭର୍ ୧୭୧', (Thalaivar 171)। ଆଉ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରଜନୀକାନ୍ତ ୨୬୦-୨୮୦ କୋଟି ନେଇଥିବା ଚର୍ଚ୍ଚା ହେଉଛି (Rajinikanth Fees) । ଯହି ଏହି କଥା ସତ ହୁଏ, ତେବେ, ରଜନୀକାନ୍ତ ଇତିହାସ ସୃଷ୍ଟି କରିବେ।  କାରଣ ଏହି ଫି ତାଙ୍କୁ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ  ପରିଗଣିତ କରିଛି। ତେବେ ରଜନୀକାନ୍ତ ଏସୀୟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ଏହା ପ୍ରଥମ କଥା ନୁହେଁ। ଏହାପୂର୍ବରୁ ସେ ଜ୍ୟାକି ଚୈନଙ୍କ ଫିସ୍‌କୁ ପଛରେ ପକେଇ ଆଗକୁ ଯାଇଥିଲେ।


ସୂଚନା ଅନୁସାରେ, 'ଥାଲାଇଭର୍ ୧୭୧', (Thalaivar 171) ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ହେଉଛି ।  ଏହି ଫିଲ୍ମରେ ତଲାଇବା ନିର୍ଦ୍ଦେଶକ (irected by Lokesh Kanagaraj) ଲୋକେଶ କାନରାଜଙ୍କ ସହ ପ୍ରଥମ ଥର କାମ କରିବେ।  ଏହି ଫିଲ୍ମର କାହାଣୀକୁ ମଧ୍ୟ ଲୋକେଶ ନାଗରାଜ୍ ନିଜେ ଲେଖିଛନ୍ତି।  ଏହା ଏକ ଆକ୍ସନ୍ ଫିଲ୍ମ।  'ଶିବାଜି ଦ ବସ୍' 'ଚନ୍ଦ୍ରମୁଖି', '୨.୦' ଓ 'କାଲା' ଭଳି ଫିଲ୍ମରେ ଅଭିନୟର ଜଲଓ୍ବା ଦେଖାଇ ସାରିଛନ୍ତି ତଲାଇବା।