Urvashi Rautela Lost 24 Carat Real Gold iPhone: ବଲିଉଡ଼ ଅଭିନେତ୍ରୀ  ଉର୍ବଶୀ ରୌତେଲା (Urvashi Rautela)। ଗତ କିଛି ଦିନ ତଳେ,  କ୍ରିକେଟର ଋଷଭ ପନ୍ଥଙ୍କ ନାଁ (Rishabh Pant,Indian cricketer)ତାଙ୍କ ସହ ଯୋଡି଼ ହୋଇ ଥିଲା । ଯାହାକୁ ନେଇ ଲାଇମଲାଇଟରେ ଥିଲେ ଉର୍ବଶୀ ରୌତେଲା। ତେବେ, ଏହାରି ଭିତରେ ଉର୍ବଶୀ ରୌତେଲାଙ୍କୁ ନେଇ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ତାହ ପୁଣି କ୍ରିକେଟ ଜଗତକୁ ନେଇ । ଗତକାଲି ଥିଲା ଭାରତ-ପାକିସ୍ତାନ ମ୍ୟାଚ୍। ଏହି ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଏହି ମ୍ୟାଚରେ  ଋଷଭ ପନ୍ଥ ଖେଳୁ ନଥିଲେ ମଧ୍ୟ ସେ ଟିମ୍ ଇଣ୍ତିଆକୁ ଚିୟର ଅପ୍ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍ ଉପଭୋଗ କରୁଥିବା ବେଳେ ହଠାତ୍ ଏହି ସମୟରେ ଉର୍ବଶୀଙ୍କ  ୨୪ କ୍ୟାରେଟ୍ ରିଏଲ୍ ଆଇଫୋନ୍ (24 Carat Real Gold iPhone)ହଜି ଯାଇଥିଲା। ଏନେଇ ଇନଷ୍ଟାରେ ନିଜ ଫୋନ୍ ଚୋରୀ ହୋଇଥିବା ନେଇ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଉର୍ବଶୀ । ଏବଂ ଏକ ପୋଷ୍ଟରେ ସେ ଲେଖିଛନ୍ତି, 'ଯେଉଁ ସହୃଦୟ ବ୍ୟକ୍ତି ମୋ ଫୋନ୍ ପାଇବେ । ମୋତେ ଯୋଗାଯୋଗ କରି ଏହି ମୋ ଫୋନ୍ ଫେରାଇଲେ ମୁଁ ବହୁତ୍ ଖୁସି ହେବି। '


COMMERCIAL BREAK
SCROLL TO CONTINUE READING

 



 



ଏହାବି ପଢନ୍ତୁ : Deepika Padukone: 'ଜଓ୍ବାନ୍' କୁ ପଛରେ ପକାଇବ ଦୀପିକାଙ୍କ ଏହି ବିଗ୍ ବଜେଟ୍ ଫିଲ୍ମ , ଜାଣନ୍ତୁ ନାଁ ସହ ରିଲିଜ ଡେଟ୍


ତେବେ, ଅଭିନେତ୍ରୀଙ୍କ ଏହି ପୋଷ୍ଟ ବର୍ତ୍ତମାନ୍ ବେଶ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟରେ ଅନେକ ୟୁଜର୍ସ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ' ଋଷଭ ଭାଇଙ୍କୁ ଦେଖାକର ଫୋନ୍ ମିଳିବ।'  ସେହିପରି ଆଉ ଜଣେ ଲେଖିଛନ୍ତି, ଋଷଭଙ୍କ ଘର ଠିକଣାରେ ଆପଣଙ୍କ ଫୋନ୍ ମିଳିବ। ୟୁଜର୍ସମାନେ ଉର୍ବଶୀ ରୌତେଲାଙ୍କୁ ଏଭଳି ଭାବରେ ଟ୍ରୋଲ୍ କରିଛନ୍ତି । ସେହିପରି, ଅନ୍ୟ କେତେକ ୟୁଜର୍ସ ଋଷଭ ଫୋନ୍ ନେଇଯାଇଥିବା କହି ଟ୍ରୋଲ୍ କରିଛନ୍ତି। 


ତେବେ, ଏଠାରେ ଆମେ ଆପଣଙ୍କୁ  ସୂଚନା ଦେବାକୁ ଚାହୁଁଛୁ ଯେ, ୨୦୧୮ ମସିହାରେ,ଋଷଭ ପନ୍ତଙ୍କ ସହ ଉର୍ବଶୀ ରୌତେଲାଙ୍କ (Urvashi Rautela)  ଡେଟିଂ ଖବର ସାମ୍ନାକୁ ଆସିଥିଲା । ଏହାପରେ ଉଭୟଙ୍କୁ ଏକାଠି ଅନେକ ଇଭେଣ୍ଟରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ପରେ ଋଷଭ ପନ୍ଥ ଉଭୟଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ, ଏହାକୁ ଉଡା ଖବର ବୋଲି କହିଥିଲେ । ଏବଂ ତାଙ୍କ ପ୍ରେମିକା ଇଶା ନେଗିଙ୍କ ସହ ତାଙ୍କର ସମ୍ପର୍କ ଥିବା ମଧ୍ୟ କହିଥିଲେ। ପରେ ଦିର୍ଘ ଦିନର ବ୍ୟବଧାନ ପରେ ଅର୍ଥାତ ୨୦୨୨ରେ ଉର୍ବଶୀ ରୌତେଲା ପନ୍ତଙ୍କ ନାଁ ନ ନେଇ ଏକ ସାକ୍ଷାତକାର ତାଙ୍କୁ ନେଇ ଏକ ବିବୃତ୍ତି ଦେଇଥିଲେ, ସେହି ଦିନଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଦୁହେଁ ପରସ୍ପରର ନାଁ ନ ନେଇ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ କିଛିନା କିଛି ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ ,ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।