Parineeti Chopra Birthday: ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା। ନିଜର ଦମଦାର ଅଭିନୟ ଜରିଆରେ ସେ ପ୍ରଶଂସକ ହୃଦୟରେ ରାଜ କରୁଛନ୍ତି । ନିକଟରେ ଅଭିନେତ୍ରୀ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡାଙ୍କୁ (Raghav Chadha) ବିବାହ କରିଥିଲେ। ରାଜସ୍ଥାନରେ (Rajasthan) ସଂପୂର୍ଣ୍ଣ ରାଜକୀୟ ଢଙ୍ଗରେ ଏହି ବିବାହ ସଂପୂର୍ଣ୍ଣ ହୋଇଥିଲା । ତେବେ ଆଜି ୩୫ ବର୍ଷରେ ପାଦ ଥାପିଛନ୍ତି ପରିଣୀତି । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା ।


COMMERCIAL BREAK
SCROLL TO CONTINUE READING

ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ପରୀ


ଭଲ ପାଠ ପଢୁଥିବାରୁ ଅଭିନେତ୍ରୀ ଜଣେ ବ୍ୟାଙ୍କର ହେବାକୁ ଚାହୁଁଥିଲେ  । ସେ କିଛି ସମୟ ପାଇଁ ଏକ ବ୍ୟାଙ୍କରେ ଚାକିରୀ ମଧ୍ଯ କରିଥିଲେ । କିନ୍ତୁ ବିମୁଦ୍ରାକରଣ ହେତୁ ସେ ଚାକିରୀ ହରାଇଥିଲେ। ଏହାପରେ ଭାରତ ଫେରି ସେ ୟଶ ରାଜ ବ୍ୟାନରରେ କାମ ଆରମ୍ଭ କରିଥିଲେ। ସେ ମାସକୁ ଦୁଇ ହଜାର ଟଙ୍କା ପାଇଁ ଇଣ୍ଟର୍ନସିପ୍ ମଧ୍ୟ କରିଥିଲେ ।


ଏହି କାରଣରୁ ପିତାମାତାଙ୍କୁ ଘୃଣା କରୁଥିଲେ ଅଭିନେତ୍ରୀ


ଏକ ସାକ୍ଷାତକାରରେ ପରିଣୀତି କହିଥିଲେ, ସେ ପିଲାଦିନେ ନିଜ ପିତାମାତାଙ୍କୁ ଘୃଣା କରୁଥିଲେ। ସେ କହିଥିଲେ, ‘ଯେତେବେଳେ ସେ ଛୋଟ ଥିଲେ ତାଙ୍କୁ ସାଇକେଲରେ ସ୍କୁଲ ଯିବାକୁ ପଡୁଥିଲା। କାରଣ ତାଙ୍କ ପାଖରେ କାର କିଣିବାକୁ ଟଙ୍କା ନଥିଲା। ବାପା ମଧ୍ୟ ତାଙ୍କ ପଛେ ପଛେ ସ୍କୁଲ ଛାଡ଼ିବାକୁ ଯାଉଥିଲେ । ଯେତେବେଳେ ବାପା ଚାଲିଯାଉଥିଲି, କିଛି ପୁଅ ମୋତେ ବହୁତ ହଇରାଣ କରୁଥିଲେ । ବେଳେବେଳେ ସେମାନେ ମୋ ସାଇକେଲ ଧରିବା ସହ ମୋ ସ୍କର୍ଟ୍ ମଧ୍ଯ ଟାଣି ଦେଉଥିଲେ । ଯେତେବେଳେ ସେହି ପୁଅମାନେ ମୋତେ ହଇରାଣ କରୁଥିଲେ, ମୁଁ ବହୁତ ରାଗି ଯାଉଥିଲି । ଏହି କାରଣରୁ ମୁଁ ପିତାମାତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲି । ମୋତେ ଶକ୍ତିଶାଳୀ କରିବା ପାଇଁ ସେମାନେ ଏପରି କରୁଥିଲେ କିନ୍ତୁ ସେ ସମୟରେ ମୁଁ ତାହା ବୁଝିପାରୁନଥିଲି’ ।


 



ପ୍ରକାଶ ଥାଉ କି, ଗତ ମାସ ୨୪ ତାରିଖରେ ଅଭିନେତ୍ରୀ ପରିଣୀତି ଚୋପ୍ରା ( Parineeti Chopra) ଓ ଆପ ସାଂସଦ ରାଘବ ଚଡ୍ଡା (Raghav Chadha) ରାଜସ୍ଥାନ (Rajasthan) ଉଦୟପୁରର ଲୀଲା ପ୍ୟାଲେସରେ (Udaipur leela palace) ବିବାହ କରିଥିଲେ। ଏହି ବିବାହରେ  ବଲିଉଡ଼ ଜଗତର ଅନେକ ଷ୍ଟାରଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଆପ ସାଂସଦ ସଞ୍ଜୟ ସିଂହ ଯୋଗ ଦେଇଥିଲେ। 


ନିକଟରେ ପରିଣୀତି ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇଙ୍କ ଫିଲ୍ମ 'ମିଶନ ରାଣୀଗଞ୍ଜ' (Mission Raniganj )ରେ ନଜର ଆସିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ 'ଅମର ସିଂ ଚମକିଲା'ର (Amar Singh Chamkila) ସୁଟିଂରେ ବ୍ୟସ୍ତ ଅଛନ୍ତି, ଯାହା ୨୦୨୪ ରିଲିଜ ହେବ । ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ (imtiaz ali) ଏହି ଚଳଚ୍ଚିତ୍ରରେ ପରିଣୀତିଙ୍କ ସହ ଦିଲଜିତ ଦୋସାଞ୍ଜ (Diljit Dosanjh) ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରଟି ଖୁବଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ।


Also Read-Om Puri: ୧୪ ବର୍ଷରେ ଚାକରାଣୀଙ୍କ ପ୍ରଥମ ସ୍ପର୍ଶରେ ଦିୱାନା ହୋଇଥିଲେ ଓମ୍ ପୁରୀ! ତାପରେ...