Kantara 2: କନ୍ନଡ଼ ସୁପରଷ୍ଟାର ଋଷଭ ସେଟ୍ଟୀଙ୍କ (Rishab Shetty) ଫିଲ୍ମ 'କାନ୍ତାରା ୨'  (Kantara 2) ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ରିଲିଜ ହେବା ମାତ୍ରେ ଅନେକ ରେକର୍ଡ଼ ନିଜ ନାଁରେ କରିବା ସହ ବକ୍ସ ଅଫିସରେ ​​ବ୍ଲକବଷ୍ଟର ହୋଇଥିଲା। ଫିଲ୍ମ ଦେଖିବା ନେଇ ସାରା ବିଶ୍ୱରେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା ​​। ଚଳଚ୍ଚିତ୍ର କାହାଣୀକୁ ମଧ୍ଯ ବେଶ ପସନ୍ଦ କରିଥିଲେ ଦର୍ଶକ । ଏକ ଗାଁର ବହୁ ପୁରାତନ ତଥା ପ୍ରସିଦ୍ଧ ପରମ୍ପରା ଓ ରୀତିନୀତିକୁ ଖୁବ୍ ଚତ୍ମକାର ଢଙ୍ଗରେ ପରଦା ଉପରେ ପରିବେଷଣ କରାଯାଇଥିଲା । ୧୨୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୪୦୦ କୋଟିରୁ ଆୟ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ତେବେ ଫିଲ୍ମର ସଫଳତା ପରେ ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏହାର ପାର୍ଟ-୨ ଆସିବା ନେଇ ହିଣ୍ଟ୍ ଦେଇଥିଲେ । ତେବେ ଦୀର୍ଘ ଦିନ ହେବ ପାର୍ଟ-୨କୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କ ପାଇଁ ଆସିଛି ଖୁସି ଖବର । ବାସ୍ତବରେ, ନିକଟରେ ଋଷଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଦ୍ୱିତୀୟ ଭାଗ ନେଇ ସୂଚନା ଦେଇଛନ୍ତି । ଯାହା ପରେ ପ୍ରଶଂସକଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି ।




କେବେ ଆସିବ କାନ୍ତାରା-୨ର ଫାଷ୍ଟ ଲୁକ୍


ଋଷଭ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ତେଲରେ ‘କାନ୍ତାରା’ର (Kantara) ଏକ ଫଟୋ ସେୟାର କରି ଏନେଇ ଖୁଲାସା କରିଛନ୍ତି । ଏହାସହ ଅଭିନେତା କ୍ୟାପସନରେ ଲେଖିଛନ୍ତି, 'ଏହା କେବଳ ଆଲୋକ ନୁହେଁ, ଏହା ଏକ ଦର୍ଶନ, ୨୭ ନଭେମ୍ବରରେ ପ୍ରଥମ ଝଲକ ପ୍ରକାଶ ପାଇବ'। ଅଭିନେତାଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଉତ୍ସାହିତ ହୋଇପଡି଼ଛନ୍ତି।


'କାନ୍ତାରା ୨'ର ମୂହୁରତ ପୂଜା ୨୭ ନଭେମ୍ବରରେ ରଖାଯାଇଛି। ଏଥିରେ ଋଷଭ ଶେଟ୍ଟୀଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ବିଜୟ କିରାଗାଣ୍ଡୁର (Vijay kiragandur) ଓ ଅନ୍ୟ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁଯାୟୀ, ଫିଲ୍ମ ପାଇଁ ଏକ ବଡ଼ ଓ ଭବ୍ୟ ସେଟ୍ ପ୍ରସ୍ତୁତ କରାଯାଉଛି। ମୂହୁରତ ପୂଜା ପରେ ଫିଲ୍ମର ସୁଟିଂ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।


Also Read-Vijay Sethupati: ଆଉ ଭିଲେନ୍ ରୋଲ୍ କରିବେ ନାହିଁ ବିଜୟ ସେତୁପତି, ଜାଣନ୍ତୁ ଏହା ପଛର କାରଣ