Vidyut Jammwal Nude Photoshoot: ବଲିଉଡ଼ର ଅଭିନେତା ତଥା ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲଙ୍କୁ (Vidyut Jammwal) କିଏ ବା ନ ଜାଣେ । ବଲିଉଡର ସବୁଠାରୁ ସଫଳ ଆକ୍ସନ୍ ହିରୋ ଓ ଫିଟ୍‌ନେସ୍ ଆଇକନ୍ ଭାବେ ବେଶ ଜଣାସୁଣା। ପରଦାରେ ତାଙ୍କର ଜବରଦସ୍ତ ଆକ୍ସନକୁ ବେଶ ପସନ୍ଦ କରିଥାଆନ୍ତି ଦର୍ଶକ । ତେବେ ନିଜର ଦମଦାର ଅଭିନୟ ଓ ଆକ୍ସନ ବଳରେ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତା ଆଜି ନିଜର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ତେବେ ଆଜି ପରି ଏକ ଖାସ୍ ଦିନରେ ବିଦ୍ୟୁତ ଜାମୱାଲଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କାରଣ ଅଭିନେତାଙ୍କ ନଗ୍ନ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ବିଦ୍ୟୁତ ଦେହରେ ଗୋଟିଏ ବି ପୋଷାକ ପିନ୍ଧି ନଥିବା ଦେଖିବାକୁ ମିଳିଛି ।


 



ବାସ୍ତବରେ, ଅଭିନେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ତିନୋଟି ନ୍ୟୁଡ଼ ଫଟୋ ପୋଷ୍ଟ କରିଛନ୍ତି । ଏହାସହ ସେ ଏକ ଲମ୍ବା କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଅଭିନେତାଙ୍କ ଏହି ପୋଷ୍ଟରେ ୭୧୮,୧୪୬ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ ବହୁ ଲୋକେ ଏଥିରେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା କମେଣ୍ଟ କରି ଲେଖିଛନ୍ତି ଯେ- ‘ଯଦି ଆପଣ ଏକୁଟିଆ ଅଛନ୍ତି ତେବେ ଏହି ଫଟୋ କିଏ କ୍ଲିକ୍ କରିଛନ୍ତି’ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି – ‘ଆଜିଠାରୁ ୟାଙ୍କ ଚଳଚ୍ଚିତ୍ରକୁ ବୟକଟ କରିବା, ସମସ୍ତେ ଦେଶର ପରିବେଶକୁ ନଷ୍ଟ କରୁଛନ୍ତି’। ଆଉ କେହି କେହି ଏହା ରଣବୀର ସିଂଙ୍କ ପ୍ରଭାବ ବୋଲି ମତ ଦେଇଛନ୍ତି । ଆଉ କେତେକ ୟୁର୍ଜସ ଏହି ଫଟୋକୁ ଡି଼ଲିଟ୍ କରିବା ପାଇଁ ଦାବି କରିଛନ୍ତି ।


ପ୍ରକାଶ ଥାଉ କି, ଗତ କିଛି ମାସ ହେବ ଅଭିନେତା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ପୂର୍ବତନ ଭାବି ପତ୍ନୀ ତଥା ଡିଜାଇନର୍ ନନ୍ଦିତା ମେହେତାନୀଙ୍କ ସହ ତାଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଉଭୟଙ୍କ ପକ୍ଷରୁ ସରକାରୀ ଭାବେ କୌଣସି ସୂଚନା ମିଳିପାରିନାହିଁ।


Also Read-Fighter Starcast Fees: ଜାଣନ୍ତୁ ‘ଫାଇଟର’ପାଇଁ କିଏ ନେଇଛନ୍ତି କେତେ ଫି’?