Besharam Rang: ଶାହରୁଖ ଖାନଙ୍କ ଫିଲ୍ମ‘ପଠାନ’ ବକ୍ସ ଅଫିସରେ ଧମାଲ କରୁଛି । ଏବେ ବି ନିଜର କ୍ରେଜ୍ ଜାରି ରଖିଛି । ଏହି ଫିଲ୍ମ କଲେକସନ୍ ଅନେକ ରେକର୍ଡ ସୃଷ୍ଟି କରିଛି । ବକ୍ସ ଅଫିସର ସବୁଠାରୁ ସଫଳ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ । ପଠାନରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି । ।  ଏହି ଫିଲ୍ମଟି ବର୍ତ୍ତମାନ ୧୦୦୦ କୋଟିରୁ ଅଧିକ କଲେସକନ୍ କରିସାରିଲାଣୀ ।  ରିଲିଜ୍‌ ପୂର୍ବରୁ ‘ପଠାନ’କୁ ଯେତିକି ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା,ଫିଲ୍ମ ରିଲିଜ ହେବା ପରେ ପ୍ରେକ୍ଷାଳୟରେ ସେତେ ରେକର୍ଡ କରିଛି। ଫିଲ୍ମର ଗୀତ ‘ବେସରମ ରଙ୍ଗ’ପାଇଁ ରିଲିଜ୍ ପୂର୍ବରୁ ଘୋର ବିରୋଧ କରାଯାଇଥିଲା। ଏବଂ ଆପଣ କେବେ ଭାବିଛନ୍ତି କି ଯଦି ଏହି ଗୀତ ୬୦ ଦଶକର ହୋଇଥାନ୍ତା , ତେବେ ଏହାକୁ କିପରି ଗାନ କରାଯାଇ ଥାଆନ୍ତି । ଏବଂ କେଉଁ ସବୁ ଅଭିନେତା ଓ ଅଭିନେତ୍ରୀ  ଦୀପିକା ଓ ଶାହରୁଖଙ୍କ ସ୍ଥାନରେ ନଜିର ଆସିଥାନ୍ତେ ।


COMMERCIAL BREAK
SCROLL TO CONTINUE READING

 



୬୦ ଦଶକକୁ ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗ କୁହାଯାଏ । ଯଦି ଫିଲ୍ମ 'ପଠାନ'ର ବେଶରାମ ରଙ୍ଗ ଗୀତ ସେହି ସମୟରେ ମୁକ୍ତିଲାଭ କରିଥାନ୍ତା, ତେବେ ଏହା କିପରି ଗାନ କରାଯାଇଥାନ୍ତା ? ରାପର ତଥା କଣ୍ଟେଟ କ୍ରିଏଟର (Rapper and content creator Yashraj) ଯଶରାଜ ମୁଖତେ ତାଙ୍କ ନୂତନ ଇନଷ୍ଟାଗ୍ରାମ ରିଲରେ ଏହାର ଏକ ରିଲ୍ସ ସେୟାର କରିଛନ୍ତି । ଯଦି ଏହି ଗୀତଟି ତିଆରି ହୋଇଥାନ୍ତା ତେବେ ଏହା କିପରି ଗାନ କରାଯାଇଥାନ୍ତା । ଏନେଇ ରାପର ଜଣକ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟିକୁ  ତିଆରି କରିବା ପାଇଁ ସେ ହାସ୍ୟ ଅଭିନେତା କେତନ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ବୋଲି ସେ କହିଛନ୍ତି ।


 


ଏହାବି ପଢନ୍ତୁ : Bigg Boss 16 Finale: ବିଗବସ୍ ସିଜିନ ୧୬ର ବିଜେତା ହେଲେ ରାପର ଏମସି ଷ୍ଟାନ୍, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଲକ୍ଷ ?


ଏହାବି ପଢନ୍ତୁ : Rakhi Sawant-Adil Durrani: ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନ୍ ଛାତ୍ରୀ, ଲାଗିଲା ଏହି ସବୁ ଦଫା


 


 ଏହି ଭିଡିଓ  କ୍ଲିପରେ ଦେଖିବାକୁ ମିଳିଛି ଯେ,୬୦ ଦଶକର ଅଭିନେତା ସାମୀ କପୁର ନଜର ଆସିଛନ୍ତି। ଏପରି ଢଙ୍ଗରେ ଏହାକୁ ଏଡିଟ୍ କରାଯାଇଛି ଯେ,ଗୀତଟିକୁ ଦେଖିଲେ ଆପଣଙ୍କୁ ଅନୁଭବ ହେବ ଯେ,ପ୍ରକୃତରେ ଗୀତଟି ସେ ଯୁଗର ଏବଂ ସାମୀ କପୁର ଏଥିରେ ଅଭିନୟ କରିଛନ୍ତି । ତେବେ ଏହି ଭିଡିଓକୁ ୧.୨ ମିଲିୟନରୁ ଅଧିକ ଲୋକେ ଦେଖି ସାରିଥିବା ବେଳେ ୧.୫ ଲକ୍ଷରୁ ଅଧିକ ଲାଇକ୍ ଆସିଛି । ତେବେ ଏହି ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଶାଲ-ଶେଖର । ସେ ନିଜ କମେଣ୍ଟରେ ଲେଖିଛନ୍ତି ଯେ, ' ଏହା ଜବରଦସ୍ତ ଏବଂ ଆଶ୍ଚର୍ଯ୍ୟଜନକ। ' 


ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏବଂ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ରେ ଦର୍ଶକମାନେ କିଙ୍ଗ୍‌ଖାନଙ୍କ ଅଭିନୟ ଦେଖିବା ସହିତ ଆକ୍ସନ ଏବଂ ରୋମାଞ୍ଚକର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇଥିଲେ। ଏହି ଫିଲ୍ମ ପ୍ରଥମ ଦିନରୁ ଦର୍ଶକଙ୍କୁ ଆକର୍ଷିତ କରିଆସୁଛି। ଏହା ମଧ୍ୟ କୁହାଯାଉଛି ଯେ, ଆଜି ବି କିଙ୍ଗ୍‌ଖାନଙ୍କ ଷ୍ଟାରଡମ୍‌ ସାରା ବିଶ୍ୱରେ ଜୀବନ୍ତ ଅଛି। ‘ଦଙ୍ଗଲ’, ‘କେଜିଏଫ୍‌ ୨’କୁ ପଛରେ ପକାଇ ‘ପଠାନ’ ବିଶ୍ୱରେ ଏକ ନୂତନ ସ୍ଥାନ ହାସଲ କରିଛି। ଯାହା ପ୍ରଶଂସନୀୟ। ବାସ୍ତବରେ ‘ପଠାନ’ ସର୍ବଭାରତୀୟ ସ୍ତରରେ ୯୫୦ କୋଟି ଟଙ୍କା ଅତିକ୍ରମ କରିଛି।