Gruha laxmi grand finale : ଭୁବନେଶ୍ୱର: ବର୍ଷ ଆରମ୍ଭର ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ପ୍ରତିଯୋଗିତା ମୂଳକ ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ତାର ଶେଷ ସୋପାନରେ ପହଞ୍ଚିଛି। ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ ଯାହା ଆସନ୍ତା ୧୪ ତାରିଖରେ ପ୍ରସାରିତ ହେବ। ଏହି ଫିନାଲେ ସୋ ଜୀ ସାର୍ଥକରେ ପ୍ରସାରିତ ହେବ। 


COMMERCIAL BREAK
SCROLL TO CONTINUE READING

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନଙ୍କ ଛଡା ଦିବ୍ୟା, ଶିବାନୀ ସଙ୍ଗୀତା ଓ ଜ୍ୟୋତିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ପାଇବେ ଦର୍ଶକ । କେବଳ ଡାନ୍ସ ନୁହେଁ ଓଡ଼ିଶାର ଲୋକପ୍ରିୟ ଗାୟକ ଓ ଗାୟିକା ମଧ୍ୟ ଶୁଣାଇବେ ଗୀତ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, ବିଶ୍ଵମୋହନ କବି ଓ ସତ୍ୟଜିତ ପ୍ରଧାନ। 


ଓଡ଼ିଶାର ବଛା ବଛା ସହରରୁ ଆସିଥିବା ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଜଜ୍ ମାନେ ବାଛିଥିଲେ ସିନିଅର ଓ ଜୁନିଅର ବର୍ଗରୁ ୮ ଜଣ ପ୍ରତିଯୋଗୀଙ୍କୁ, ତେଣୁ ଏହି ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ । ସିନିଅର ଓ ଜୁନିଅର ବର୍ଗର ଦୁଇ ଜଣ ପ୍ରତିଯୋଗୀ ହେବେ ବିଜେତା । ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।


ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ସୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।