Singer Guru Randhawa : ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧଓ୍ବା (Punjabi singer Guru Randhawa )। ସେ ସଙ୍ଗୀତ ଜଗତରେ ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ମତୁଆଲା କରିଛନ୍ତି  । ସେ ହିନ୍ଦୀ ଆଲବମ୍ ହେଉକି ହିନ୍ଦୀ ଫିଲ୍ମ ସବୁଥିରେ ଗୀତଗାଇ ଦର୍ଶକଙ୍କ ହୃହୟ ଜିତିଛନ୍ତି । ଏବେ ସେ କୁଆଡେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗଡ ନ୍ୟୁଜ୍ । ସେ ଭେଟେରାନ ଅଭିନେତା ଅନୁପମ ଖେରଙ୍କ ୫୩୨ ତମ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ। ଅନୁପମ ଖେର ଗୁରୁ ରାନ୍ଧୱାଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଗୁରୁ ମଧ୍ୟ ଏହି ଫିଲ୍ମର ଏକ ଅଂଶ ବୋଲି ନିଶ୍ଚିତ ହୋଇଛି। ଫିଲ୍ମ ନିର୍ମାତା ଅମିତ ଭାଟିଆଙ୍କ ଏହି କମେଡି ଫିଲ୍ମର କାହାଣୀ ଆଗ୍ରା ପରିବାର ଉପରେ ଆଧାରିତ। 


COMMERCIAL BREAK
SCROLL TO CONTINUE READING

ଅନୁପମ ଖେରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ, ତାଙ୍କ ପିଠି କ୍ୟାମେରା ଆଡ଼କୁ ରହିଛି କାରଣ ଉଭୟ ଫିଲ୍ମର ସ୍କ୍ରିପ୍ଟ ପଢୁଛନ୍ତି। ଫଟୋ ସହିତ କ୍ୟାପସନରେ ଅନୁପମ ଲେଖିଛନ୍ତି, ‘ମୁଁ ମୋର ୫୩୨ ତମ ସ୍କ୍ରିପ୍ଟ ପଢୁଛି ଏବଂ ଏହା ତାଙ୍କର ପ୍ରଥମ! ଯଦିଓ ସେ ପୂର୍ବରୁ ଜଣେ ସୁପରଷ୍ଟାର। ଗୁରୁ ରାନ୍ଧୱା ଅଭିନେତା ! ତାଙ୍କୁ ତୁମର ପ୍ରେମ ଏବଂ ଆଶୀର୍ବାଦ ଦିଅ! ଜୟ ମାତା ଦି! ସୋସିଆଲ ମିଡିଆରେ ଫଟୋ ସେୟାର କରି ଗୁରୁ ରାନ୍ଧୱା ଲେଖିଛନ୍ତି, ‘ମୁଁ ମୋର ପ୍ରଥମ ଫିଲ୍ମର ସ୍କ୍ରିପ୍ଟ ପଢୁଛି ଏବଂ ଏହା ହେଉଛି ତାଙ୍କର ୫୩୨ ତମ ଫିଲ୍ମ। ମୁଁ ଜଣେ ନୂତନ କଳାକାର ଏବଂ ଖେର ସାହବ ଜଣେ କିମ୍ବଦନ୍ତୀ । ତଥାପି, ତାଙ୍କୁ କିମ୍ବଦନ୍ତୀ କହିଲେ ସେ ପସନ୍ଦ କରନ୍ତି ନାହିଁ। ଜଣେ ଗାୟକ ଭାବରେ ଆପଣମାନେ ମୋ ପ୍ରତି ବହୁତ ଉଦାର ଏବଂ ଦୟାଳୁ ହୋଇଛନ୍ତି। ବର୍ତ୍ତମାନ ଜଣେ ଅଭିନେତା ଭାବରେ ମୋର ଯାତ୍ରାରେ ଆପଣଙ୍କ ପ୍ରେମ ଏବଂ ଆଶୀର୍ବାଦ ଦରକାର। ମୁଁ କଠିନ ପରିଶ୍ରମ କରିବାକୁ ପ୍ରତିଜ୍ଞା କରୁଛି।’ 


 ଏହାବି ପଢନ୍ତୁ : Actor Annu Kapoor : ଅଭିନେତା ଅନୁ କପୁରଙ୍କୁ ଚୁନ ଲଗାଇଲେ ଠକ, ଆକାଉଣ୍ଟରୁ ଗାଏବ ହୋଇଗଲା ୪.୩୬ ଲକ୍ଷ ଟଙ୍କା




ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧଓ୍ବା (Popular Punjabi singer Guru Randhawa )। ଜଣେ ପଞ୍ଜାବୀ ସିଙ୍ଗର ଓ ସ୍କ୍ରିପ୍ଟ ରାଇଟର ଭାବେ ବେଶ ଜଣାଶୁଣା। ତାଙ୍କର ନିଆରା ଷ୍ଟାଇଲରେ ଗୀତ ଗାଇବା ଲୋକଙ୍କୁ ବେଶ ପସନ୍ଦ । ବିଶେଷ କରି ଲାହୋର, ହାଇ ରେଟେଡ ଗରବା, ଇସାରେ ତେରେ ଓ ତେରେ ତେ ଗୀତରେ ତାଙ୍କୁ ବେଶ ସଫଳତା ମିଳିଛି। ଗୁରୁ ପଞ୍ଜାବର ଗୁରୁଦାଶପୁର ରେ ୧୯୯୧  ଅଗଷ୍ଟ୩୦ରେ ଜନ୍ମ ଗ୍ରହଣ କରିଥିଲେ। ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ବେଶ ଦୁର୍ବଳତା ଥିଲା । ଗୁରୁଙ୍କର ଏକଦା ସଂଘର୍ସମୟ ଜୀବନ ଥିଲା । ସେ ପ୍ରଥମେ ନିଜ ଅଞ୍ଚଳରେ ଛୋଟ ଛୋଟ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତଗାଉ ଥିଲେ । ପରେ ସେ ନିଜର ଏମବିଏ ପାଠ ଶେଷ କରିବା ପରେ ଦିଲ୍ଲୀର ଷ୍ଚେଜ୍ ପୋଗ୍ରାମ କରିବା ଆରମ୍ଭ କରିଥିଲେ ।