Happy Birthday Jacqueline Fernandez:  ବଲିଉଡ଼(Bollywood) ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez) । ଦମଦାର୍ ଅଭିନୟ ଓ ଗ୍ଲାମରସ୍ ଲୁକ୍ ଦର୍ଶକଙ୍କ ମନକିଣେ। ଆଜି ଏହି ସିଂହଳ ସୁନ୍ଦରୀଙ୍କ ଜନ୍ମଦିନ (Happy Birthday Jacqueline Fernandez)। ସେ ଆଜି ନିଜର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି।  ସେ ଶ୍ରୀଲଙ୍କାର ନାଗରିକ ହୋଇଥିଲେ ମଧ୍ୟ ଭାରତରେ ସେ ଖୁବ୍ ପରିଚିତ । ତେବେ, ତାଙ୍କ ଜନ୍ମଦିନ ଅବସରରେ (Jacqueline Fernandez Birthday) ଆସନ୍ତୁ ଜାଣିବା ସେ ତାଙ୍କ ବଲିଉଡ (Bollywood) ଯାତ୍ରା ପଛରେ ଥିବା କିଛି ରୋଚକ କଥା ଓ ତାଙ୍କ ଲାଇଫ ଷ୍ଟାଇଲ ସହ ଜଡିତ କିଛି ଖାସ୍ କଥା...


COMMERCIAL BREAK
SCROLL TO CONTINUE READING

 



 



ଶ୍ରୀଲଙ୍କାରେ ଟିଭି ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ :
ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez) ୧୯୮୫, ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର କଲମ୍ବୋରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରାରମ୍ଭିକ ଜୀବନ ସେ ବାହାରିନରେ  ଆରମ୍ଭ କରିଥିଲେ। ସେଠାରେ ସେ ତାଙ୍କର ପାଠପଢା ଶେଷ କରିଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିତାରେ ଡିଗ୍ରୀ ହାସଲ କରିଥିଲେ।  ସ୍ନାତକ ପରେ ଜ୍ୟାକଲିନ୍ ଶ୍ରୀଲଙ୍କାରେ କିଛି ଦିନ ପାଇଁ ଟିଭି ସାମ୍ବାଦିକା(Journalist) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। 


ଜ୍ୟାକଲିନ୍ ମିସ୍ ଶ୍ରୀଲଙ୍କା (ୟୁନିଭର୍ସ) ହୋଇଛନ୍ତି: 
ସାମ୍ବାଦିକତା କରିବା ସହ ଜ୍ୟାକଲିନ୍ ମଡଲିଂରେ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ।  ଶ୍ରୀଲଙ୍କାର ମଡେଲିଂ ଇଣ୍ଡଷ୍ଟ୍ରିରେ ତାଙ୍କର ଜଲଓ୍ବା ମଧ୍ୟ ସେ ଦେଖାଇଛନ୍ତି।  ଏପରିକି ସେ ବିୟୁଟି କଣ୍ଟେଷ୍ଟରେ ମଧ୍ୟ ଭାଗ ନେଇଛନ୍ତି । ଜ୍ୟାକଲିନ୍ ଫର୍ଣ୍ଣାଡିଜ୍   ୨୦୦୬ ରେ 'ମିସ୍ ଶ୍ରୀଲଙ୍କା ୟୁନିଭର୍ସ'ର ଟାଇଟେଲ୍ ମଧ୍ୟ ହାତେଇଥିଲେ।  ପରେ ଜ୍ୟାକଲିନଙ୍କୁ ମିଳିଥିଲା ଗୋଟିଏ ପରେ ଗୋଟିଏ ବଡ ଫିଲ୍ମର ପ୍ରୋଜେକ୍ଟ । 


୨୦୦୯ରେ ସେ ଭାରତ ଆସିଥିଲେ।  ଫିଲ୍ମ (Aladin) ଆଲାଉଦ୍ଦିନରେ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ରିତେଶ ଦେଶମୁଖ ଏବଂ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସେବେଠାରୁ ଜ୍ୟାକଲିନ୍ ଆଉ ପଛକୁ ଫେରି ନ ଥିଲେ। ପରେ 'ମର୍ଡର -୨' ରେ ସେ ଏଣ୍ଟ୍ରି ମାରିଥିଲେ।  ଏହା ପରେ ସେ 'ହାଉସଫୁଲ୍', 'ରେସ୍ ' ଓ 'କିକ୍'ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ଗତ ବର୍ଷ ଜ୍ୟାକଲିନ ଅକ୍ଷୟ କୁମାରଙ୍କ ଫିଲ୍ମ 'ରାମସେତୁ'ରେ ମଧ୍ୟ ନଜର ଆସିଥିଲେ। ଜ୍ୟାକଲିନ୍ ଏକାଧିକ କନ୍ନଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ସହିତ ଜ୍ୟାକଲିନ ଅନେକ ଟିଭି ଶୋ’ର ଜଜ ଭାବେ ମଧ୍ୟ ନଜର ଆସିଛନ୍ତି।


'କିକ୍' କ୍ୟାରିୟରର ଏକ ମାଇଲଷ୍ଟୋନ୍ :
୨୦୧୪, ଜୁଲାଇ ୨୫ରେ 'କିକ୍'  ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ସିଂହଳ ସୁନ୍ଦରୀଙ୍କ ସହ ସଲମାନ ଖାନ୍ ନଜର ଆସିଥିଲେ। ଏହି ଫିଲ୍ମଟି ଏକ ବ୍ଲକବ୍ଲଷ୍ଟର ଥିଲା। ଏହା ତାଙ୍କ କ୍ୟାରିୟରକୁ ଏକ ନୂଆ ମୋଡ ଦେଇଥିଲା। 


ଜ୍ୟାକଲିନଙ୍କର ମୋଟ ସମ୍ପତିର ମୂଲ୍ୟ କେତେ:
ଜ୍ୟାକଲିନ୍ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ରୁ ଅଧିକ  ଫିଲ୍ମରେ କାମ କରିଛନ୍ତି । ଏବଂ ୧୧ ଟି  ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି। ଖବର ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୧ କୋଟି ଟଙ୍କା ହେବ। ଜ୍ୟାକଲିନ୍ ଏକ ଫିଲ୍ମ ପାଇଁ ପ୍ରାୟ ୪ରୁ ୬ କୋଟି ଚାର୍ଜ କରନ୍ତି । ଏହା ବ୍ୟତୀତ ଜ୍ୟାକଲିନଙ୍କର ମୁମ୍ବାଇରେ ମଧ୍ୟ ନିଜର ଏକ ଘର ଅଛି । ଏକାଧିକ ଲକଜୁରିୟର୍ସ କାର ମଧ୍ୟ ରହିଛି।  ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କର ଦୁଇଟି ରେଷ୍ଟୁରାଣ୍ଟ ଅଛି। ଗୋଟିଏ ବାନ୍ଦ୍ରା (ମୁମ୍ବାଇ) ଏବଂ ଅନ୍ୟଟି ଶ୍ରୀଲଙ୍କାରେ ରହିଛି।