Happy Birthday Raveena Tandon: ରବିନା ଟଣ୍ତନ (Raveena Tandon) ବଲିଉଡର ଜଣାଶୁଣା ନାଁ । ୯୦ଦଶକରେ ଜଣେ ଲୋକପ୍ରିୟ ନାୟିକା ଭାବେ ସେ ବେଶ୍‌ ପରିଚିତ । ତାଙ୍କ ଦମଦାର ଅଭିନୟ  ପାଇଁ ସେ ଦର୍ଶକଙ୍କ ହୃଦୟରେ ଆଜିବି ରାଜ୍ କରୁଛନ୍ତି । ଏହି ଅଭିନେତ୍ରୀଙ୍କ ଆଜି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି ଅଭିନେତ୍ରୀ, ଜନ୍ମଦିନ ଅବସରରେ ପ୍ରଶଂସକ ଓ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଗତ ଦିନରେ ଅନିଲ କପୁର, ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଭଳି ଅଭନେତାଙ୍କ ସହ ରବିନାଙ୍କ ଯୋଡ଼ି ମଧ୍ୟ ଖୁବ୍‌ ଜମିଥିଲା। ୧୯୭୪ ମସିହା, ଅକ୍ଟୋବର ୨୬ ତାରିଖରେ ବମ୍ବେରେ ରବିନା ଜନ୍ମ ହୋଇଥିଲେ। ତାଙ୍କ ଡାକ ନାଁ ମୁନମୁନ। ୧୯୯୧ରେ ଫିଲ୍ମ  'ପଥର କେ ଫୁଲ୍‌ '  (Patthar Ke Phool) ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ ।  ସେହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ନବାଗତା ନାୟିକା ଭାବେ ଫିଲ୍ଲ ଫେୟାର ଆଓ୍ବାର୍ଡରେ ସମ୍ମାନୀତ ହୋଇଥିଲେ।  'ଦିଲଓ୍ବାଲେ' (୧୯୯୪) , 'ମୋହରା'(୧୯୯୪)  ଓ 'ଖିଲାଡିୟୋଁ କି ଖିଲାଡି'(୧୯୯୬)  ଓ 'ଜିଦ୍ଦି' (୧୯୯୭) ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ। ପରେ ସେ ଅଧିକାଂଶ ରୋମଣ୍ଟିକ ଫିଲ୍ମରେ କାମ କରି ବେଶ୍‌ ନାଁ କରିଥିଲେ । ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ସେହି ସମୟରେ ଖିଲାଡ଼ି କୁମାର ଅକ୍ଷୟ ସହିତ ବି ରବିନାଙ୍କ ନାଁ ଯୋଡ଼ା ଯାଇଥିଲା। କିନ୍ତୁ ରବିନା କେବେ ଏହାକୁ ସ୍ବୀକାର କରିନଥିଲେ। ଖିଲାଡି କୁମାର ରବିନାଙ୍କୁ ବିବାହ କରିଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ  ଟ୍ବିଙ୍କଲ ଖାନ୍ନ(Twinkle Khanna)ଙ୍କ ପାଇଁ ତାଙ୍କ ବିବାହ ଭାଙ୍ଗି ଥିଲା ବୋଲି ଚର୍ଚ୍ଚା ହେଉଛି । 


COMMERCIAL BREAK
SCROLL TO CONTINUE READING

ରବିନା  ୨୦୦୪,ଫେବୃଆରୀ ୨୨ରେ ଅନିଲ ଥଡ଼ାନିଙ୍କୁ ବିବାହ କରିଥିଲେ। ବିବାହ କରିବା ପୂର୍ବରୁ ରବିନା ଦୁଇ ଝିଅଙ୍କୁ ଆପଣେଇ ନେଇଥିଲେ। ଏହି ଦୁଇ ଝିଅ ହେଲେ ପୂଜା ଓ ଛାୟା। ବିବାହ ପରେ ରବିନା ଓ ଅନିଲଙ୍କ ୨ ଦୁଇ ସନ୍ତାନ ଅଛନ୍ତି।  ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଆଗାମୀ ଫିଲ୍ମ ବିଷୟରେ 


କେଜିଏଫ ଚାପ୍ଟର ୨


ରବିନାଙ୍କୁ କେଜିଏଫ ଚାପ୍ଟର ୨ରେ ଦେଖିବାକୁ ମିଳିବ । ସେ ଭାରତର ପ୍ରଧାନମନ୍ତ୍ରୀ ରାମିକା ସେନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ । 


ଗୁଡଚାଡି


ବିନୋଦ ଗାନ୍ଧୀଙ୍କ ରୋମାଣ୍ଟିକ୍ କମେଡି ଫିଲ୍ମ ଗୁଡଚାଡିରେ ସଞ୍ଜୟ ଦତ୍ତଙ୍କ ସହ ରବିନା ନଜର ଆସିବେ। ୯୦ ଦଶକର ସୁପରହିଟ୍ ଯୋଡିଙ୍କୁ ଦର୍ଶକ ଫୁଣି ଥରେ ବଡ ସ୍କ୍ରିନରେ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।



ଆଲର୍ଟ ୨୪ X ୭


ଆଲର୍ଟ ୨୪ X ୭ ରେ ରବିନାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମଧ୍ୟ ସଞ୍ଜୟ ଦତ୍ତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ସଞ୍ଜୟ ଯୋଶେଫ । ସଞ୍ଜୟ ଦତ୍ତଙ୍କ ବ୍ୟତିତ ଏହି ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ଅନୁପମ ଖେର, କବୀର ବେଦୀ, ଏବଂ ସୌରଭ ଶୁକ୍ଲା ନଜର ଆସିବେ । ୨୦୨୪ ଜାନୁଆରୀରେ ଫିଲ୍ମଟି ରିଲିଜ ହେବ ବୋଲି ଚର୍ଚ୍ଚା ହେଉଛି । 


ଲେଜାନ୍ସି


ଲେଜାନ୍ସି ଏକ ପୁରୁଣା ସିରିଜ୍ । ରବିନାଙ୍କ ସହ ଅକ୍ଷୟ ଖାନ୍ନା ଏଥିରେ ନଜର ଆସିବେ । ବିଜୟ ଗୁଟେଙ୍କ ନିର୍ଦ୍ଦେଶକ  ଏହି ଫିଲ୍ମରେ ଅକ୍ଷୟ ଖାନ୍ନା ପ୍ରଥମ ଥର ପାଇଁ ରବିନାଙ୍କ ସହ ସ୍କ୍ରିନ୍  ସେୟାର କରିବେ । 


ଓ୍ବାନ୍ ଫ୍ରାଇଡେ ନାଇଟ୍


ମନୀଷ ଗୁପ୍ତାଙ୍କ ଫିଲ୍ମ ଓ୍ବାନ୍ ଫ୍ରାଇଡେ ନାଇଟ୍ ରେ ରବିନାଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ମିଲିନ୍ଦ ସୋମନ୍, ବିଦ୍ୟା ଚିତାଲିଆ ଏବଂ ହେମନ୍ତ ଗୌର ପ୍ରମୁଖ ଭୂମିକାରେ ଅଭିନୟ କରିବେ। କମଲ ଚୋପ୍ରା, ମନୀଷ ଗୁପ୍ତା ଏବଂ ରମେଶ ରବୀନ୍ଦ୍ରନାଥଙ୍କ ଦ୍ୱାରା ଲିଖିତ ପ୍ରକଳ୍ପ ବିଷୟରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।