Sushmita Sen Birthday: ବଲିଉଡର (Bollywood) ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍  (Sushmita Sen)।  ସୁସ୍ମିତା ସେନ୍ ଏକାଧାରରେ ଜଣେ ମଡେଲ୍ ଓ ଅଭିନେତ୍ରୀ। ଆଜି ସୁସ୍ମିତାଙ୍କ ଜନ୍ମଦିନ (Sushmita Sen Birthday) । ସେ ୧୯୭୫ ମସିହା ଆଜିକା ଦିନରେ ତେଲେଙ୍ଗାନାର ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସୁସ୍ମିତା ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସୁବର ସେନ୍ ଜଣେ ଭାରତୀୟ ବାୟୁସେନାର କର୍ମଚାରୀ ଥିଲେ। ମାଆ ଶୁଭ୍ରା ସେନ୍ ଜଣେ ଅର୍ଣ୍ଣାମେଣ୍ଟ ଡିଜାଇନର (ornament designer)। ତାଙ୍କ ଭଉଣୀଙ୍କ ନାମ ନିଲମ୍ ଓ ଭାଇଙ୍କ ନାମ ରାଜୀବ ଅଟେ। ପିଲାଟୁ ବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ସୁସ୍ମିତା ଆଜି ଜଣେ ନାଁ କରା ଅଭିନେତ୍ରୀ । ୧୯୯୪ ମସିହାରେ  ସେ ବିଶ୍ୱ ସୁନ୍ଦରୀ ପ୍ରିଯୋଗିତାର ବିଜେତା ହୋଇଥିଲେ।  ସୁସ୍ମିତା ସେନ୍ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଏହି ମୁକୁଟ ଜିତିଥିଲେ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା...


COMMERCIAL BREAK
SCROLL TO CONTINUE READING

Also Read: HBD Nayanthara: ଫି'ରେ ଦୀପିକାଙ୍କୁ ପଛରେ ପକାଇବେ ନୟନତାରା, ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତେ କୋଟି


 



ଏମିତି ଆରମ୍ଭ ହୋଇଥିଲା ସୁସ୍ମିତାଙ୍କ କ୍ୟାରିୟର:
ସୁସ୍ମିତା ସେନ୍ ହିନ୍ଦୀ ଚଳଚ୍ଚିତ୍ର ଦସ୍ତକରୁ (debut film Dastak) ତାଙ୍କ ସିନେମା ଜୀବନ ଆରମ୍ଭ କରିଥିଲେ। ତାମିଲ ଫିଲ୍ମ ରତଛାଗନ୍ରେ ନାଗାର୍ଜୁନଙ୍କ ସହ ଅଭିନୟ କରି ସେ ଏ ଦିଗରେ ଆଗକୁ ବଢିଥିଲେ। ପରେ ବଲିଉଡକୁ ଦେଇଥିଲେ ଗୋଟିଏପରେ ଗୋଟିଏ ସୁପରହିଟ୍ ଫିଲ୍ମ। ତେବେ, ସବୁଠୁ ବଡ଼ କଥା ହେଉଛି ସୁସ୍ମିତା ବଲିଉଡରେ ପାଦ ଦେବା ପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ଜଣେ କି ଦୁଇ ଜଣ ନୁହେଁ, ୧୦ ଜଣଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହି ଆସିଛି । ଆଉ ସବୁଠୁ ବଡ଼ କଥା ହେଲା ସେ ବିନା ବିବାହରେ ଦୁଇଟି ସନ୍ତାନର ମାଆ ବି ହୋଇସାରିଛନ୍ତି । ତେବେ ଆସନ୍ତୁ ଜାଣିବେ ସୁସ୍ମିତାଙ୍କ ସେହି ୧୦ ଜଣ ପ୍ରେମିକଙ୍କ ବିଷୟରେ... 


ବିକ୍ରମ ଭଟ୍ଟ (Vikram Bhatt):ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବିକ୍ରମ ଭଟ୍ଟ (Vikram Bhatt,Indian director and film producer) । ଫିଲ୍ମ 'ଦସ୍ତକ'ର ସୁଟିଂ ସମୟରେ ବିକ୍ରମ ଭଟ୍ଟଙ୍କ ପ୍ରେମରେ ପଡିଥିଲେ ସୁସ୍ମିତା। ବିକ୍ରମ ବିବାହିତ ଜାଣିବି ତାଙ୍କ ସହ ସମ୍ପର୍କ ରଖିଥିଲେ। ଆଉ ଯେଉଁଥି ପାଇଁ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ। ସୁସ୍ମିତା-ବିକ୍ରମଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହୁଏ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ।  କୁହାଯାଏ ଯେ ଏହି କାରଣରୁ ବିକ୍ରମ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ହୋଇଥିଲେ।


ରୋହମାନ୍ ଶାଲ୍ (Rohman Shawl):ରୋହମାନ୍ ଶାଲ୍ ଜଣେ ମଡେଲ୍ । ସୁସ୍ମିତା ସେନ୍ ଓ ରୋହମାନଙ୍କ ମଧ୍ୟରେ ଦିର୍ଘ ଦିନ ଧରି ଏକ ରିଲେସନସିପରେ ଥିଲେ।  ଏବଂ ରିଲ୍ ଭିନ୍ ରିଲେସନସିପରେ ଥିଲେ। ବିବାହ କରିବେ ବୋଲି କହୁଥିଲେ ଉଭୟେ। କିନ୍ତୁ ସୁସ୍ମିତା ଏହି ବିବାହ କରିବାକୁ ପରେ ମନା କରି ଦେଇଥିଲେ।  କିନ୍ତୁ ଉଭୟ ଏବେବି ଏକାଧିକ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି।


ସଞ୍ଜୟ ନାରଙ୍ଗ: ହୋଟେଲ ବ୍ୟବସାୟୀ ସଞ୍ଜୟ ନାରାଙ୍ଗଙ୍କ(Sanjay Narang) ସହ ସୁସ୍ମିତା ସେନଙ୍କ ନାମ କିଛି ଦିନ ଧରି ଯୋଡି ହୋଇଥିଲା। ବିଭିନ୍ନ ଇଭେଣ୍ଟରେ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳୁଥିଲା। କିନ୍ତୁ ସୁସ୍ମିତା ସେନ୍  ଏହି ସମ୍ପର୍କକୁ ନେଇ କେବେ ସିରିୟସ୍ ନଥିଲେ। 


ରଣଦୀପ ହୁଡା:  ସେହିପରି ଅଭିନେତା ରଣଦୀପ୍ ହୁଡାଙ୍କୁ ମଧ୍ୟ ମନ ଦେଇଥିଲେ ସୁସ୍ମିତା। (Karma Aur Holi) 'କର୍ମ ଓର ହୋଲି ' ଫିଲ୍ମର ସୁଟିଂ ସମୟରେ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା।  ଉଭୟ ପ୍ରାୟ ତିନି ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ।


ବଣ୍ଟି ସଚ୍ଚଦେବ: ସେଲିବ୍ରେଟି ମାନଙ୍କର ମ୍ୟାନେଜର ବଣ୍ଟି ସଚ୍ଚଦେବ (Bunty Sachdev)। ବଣ୍ଟିଙ୍କୁ ବି ଭଲ ପାଇ ବସିଥିଲେ ବିଶ୍ବ ସୁନ୍ଦରୀ।  ବିଭିନ୍ନ ଇଭେଣ୍ଟରେ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ। 


ଇମତିଆଜ୍ ଖତ୍ରି:  ଫିଲ୍ମ ନିର୍ମାତା ଇମତିଆଜ୍ ଖତ୍ରି (imtiaz khatri)। ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ସୁସ୍ମିତା ସେନଙ୍କୁ ୩୬ ବର୍ଷ ହୋଇଥିଲା, ସେତେବେଳେ ସେ ଇମତ୍ରିଜା ଖତ୍ରିଙ୍କୁ ଭଲ ପାଇ ବସିଥିଲେ। ଆଉ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଏହି ବିବାହ ପାଇଁ ରାଜି ନଥିଲେ ଇମତିଆଜ୍ ଖତ୍ରି। ଫଳରେ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା। 


ଓ୍ବାସିମ୍ ଆକ୍ରମ : ପାକିସ୍ତାନ୍ କ୍ରିକେଟର କମେଣ୍ଟର ତଥା କୋଚ୍ ଓ୍ବାସିମ୍ ଆକ୍ରମ (Wasim Akram,Pakistani cricket commentator and coach)ଙ୍କୁ ବି ଭଲ ପାଇଥିଲେ ସୁସ୍ମିତା । କୁହାଯାଇଥିଲା ଯେ ୱାସିମ୍ ଏବଂ ସୁସ୍ମିତା ସେନ୍ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ବିବାହ କରିବାକୁ ଯାଉଥିଲେ, କିନ୍ତୁ ତା’ପରେ ସେମାନଙ୍କ ଜୀବନରେ କିଛି ବାଧା ଆସିଥିଲା ​​ଏବଂ ସେମାନେ ଅଲଗା ହୋଇଥିଲେ।


ମୁଦାସର ଅଜିଜ୍:  ଫିଲ୍ମ ନିର୍ମାତା ମୁଦାସର ଅଜିଜ୍ ( Mudassar Aziz)ଙ୍କ ସହ କିଛି ଦିନ ସମ୍ପର୍କରେ ଥିଲେ ସୁସ୍ମିତା। କୁହାଯାଏ ଯେ, ସୁସ୍ମିତା ମୁଦାସରଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ଘରେ ରହୁଥିଲେ। କିନ୍ତୁ କିଛି ଦିନ ପରେ, ଦୁହେଁ ଅଲଗା ହୋଇଗଲେ ।


ଲଲିତ ମୋଦୀ: ପୂର୍ବତନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମୁଖ୍ୟ ଲଲିତ ମୋଦୀଙ୍କ ପ୍ରେମରେ ଦିନେ ପାଗଳ ଥିଲେ ସୁସ୍ମିତା। ଉଭୟଙ୍କ ଫଟୋ ସୋସିଆଲ୍ ମିଡିଆରେ ହଠାତ୍ ଭାଇରାଲ୍ ହୋଇଥିଲା। ପରେ ଧରା ପଡିଥିଲା ଲୁଚାଛାପା ସମ୍ପର୍କ। 


ଅନିଲ ଅମ୍ବାନୀ : ପୂର୍ବତନ ରାଜ୍ୟସଭା ସଦସ୍ୟ ଓ ବିଜନେସ୍ ଟାଇକୁନ୍ ଅନିଲଙ୍କ ପ୍ରେମରେ ପଡିଥିଲେ ସୁସ୍ମିତା। ଚର୍ଚ୍ଚା ହୁଏ ଯେ, ଦୁହେଁ ପରସ୍ପରକୁ ଡେଟ କରୁଥିଲେ କିନ୍ତୁ ଦୁହେଁ ଏହାକୁ ସର୍ବଦା ଅସ୍ୱୀକାର କରୁଥିଲେ ଉଭୟ।



ସବୁଠୁ ବଡ଼ କଥା ହେଉଛି ଯେ, ଏତେ ଜଣଙ୍କୁ ଭଲ ପାଇଥିଲେ ବି ସୁସ୍ମିତା ଆଜିବି ସିଙ୍ଗିଲ୍ ଅଛନ୍ତି । ଅର୍ଥାତ୍ ବିବାହ କରି ନାହାଁନ୍ତି। ୨୦୦୦ ମସିହାରେ ସୁସ୍ମିତା ନିଜର ପ୍ରଥମ ଝିଅକୁ ରେନେକୁ ଆଡପ୍ଟ ( ଅନାଥଶ୍ରମରୁ କୋଳେଇଥିଲେ) କରିଥିଲେ। ପରେ  ୨୦୧୦ରେ ଦ୍ବିତୀୟ ସନ୍ତାନ ଆଲିଶାଙ୍କୁ ମଧ୍ୟ ଆଡପ୍ଟ କରି ନିଜ ଘରକୁ ଆଣିଥିଲେ।