Hema Malini Birthday Special: ବଲିଉଡ଼ ଡ୍ରିମ୍ ଗାର୍ଲ ହେମା ମାଳିନୀ (Hema Malini ) । ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଆଜି ଏହି ଅଭିନେତ୍ରୀଙ୍କର ଜନ୍ମଦିନ (Hema Malini Birthday Special)। ୧୯୪୮ ମସିହା ଆଜିକା ଦିନରେ ସେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା। 


COMMERCIAL BREAK
SCROLL TO CONTINUE READING

Also Read : Shah Rukh Khan: ଅଭିନୟ ପାଇଁ ନୁହେଁ, ବରଂ ଏହି କାରଣ ପାଇଁ ମିଳିଥିଲା ଶାହାରୁଖଙ୍କୁ ପ୍ରଥମ ଫିଲ୍ମ


ହେମା ମାଳିନୀ ଅଭିନେତା ଧର୍ମେନ୍ଦ୍ରଙ୍କ ପତ୍ନୀ। ୧୯୮୦ ମସିହାରେ ହେମାଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର। କିନ୍ତୁ ଏହି ବିବାହରେ ଏ-ଭଳି କିଛି ଘଟଣା ଘଟିଥିଲା । ଯିଏ ଶୁଣିବ ସିଏ ଚକିତ ହେବ। କିନ୍ତୁ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିବା ପୂର୍ବରୁ ଅଭିନେତା ଜିତେନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହାରି ଭିତରେ ହେମା ମାଳିନୀ ବି ଧର୍ମେନ୍ଦ୍ରଙ୍କୁ ଲୁଚି ଲୁଚି ଡେଟ୍ କରୁଥିଲେ। କିନ୍ତୁ ହେମା ଯେବେ, ଜାଣିବାକୁ ପାଇଲେ ଯେ, ଧର୍ମେନ୍ଦ୍ର ବିବାହିତ ଆଉ ସେ ତାଙ୍କ ଜୀବନରୁ ଦୂରେଇ ଯାଇଥିଲେ। କିନ୍ତୁ ହେମାଙ୍କୁ ଭୁଲି ପାରିନ ଥିଲେ ଧର୍ମେନ୍ଦ୍ର। ହେମା -ଜିତେନ୍ଦ୍ର ଚେନ୍ନାଇରେ ଲୁଚି କରି ବିବାହ କରିବା ପାଇଁ ଚାହୁଁଥିଲେ। କିନ୍ତୁ, ବିବାହ ଦିନ ଧର୍ମେନ୍ଦ୍ର ମଦ୍ୟପାନ କରି ହେମାଙ୍କ ଘରେ ପହଞ୍ଚିଥିଲେ। ଆଉ ହେମାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ଘରେ ବସିଥିଲେ। କିନ୍ତୁ ହେମା ଧର୍ମେନ୍ଦ୍ରଙ୍କୁ ବିବାହ କରିବାକୁ ଚାହଁ ନଥିଲେ। କାହିଁକିନା ହେମା ଜିତେନ୍ଦ୍ରଙ୍କ ପିଲାର ମାଆ ହେବାକୁ ଯାଉଥିଲେ। କିନ୍ତୁ ପରିସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ଶେଷରେ ହେମା ଜିତେନ୍ଦ୍ରଙ୍କୁ ୧୯୮୦ ମସିହା, ମେଁ ୨ ତାରିଖରେ ବିବାହ କରିଥିଲେ। ପରେ ହେମା ଗର୍ଭନଷ୍ଟ କରିଥିଲେ।  ସବୁଠୁ ବଡ଼ କଥା ହେଲା, ହେମାଙ୍କୁ ବିବାହ କରିବା ପାଇଁ ଧର୍ମେନ୍ଦ୍ର ନିଜର ଧର୍ମ ପରିବର୍ତ୍ତନ କରିଥିଲା।


​ହେମାଙ୍କ ସୁନ୍ଦରତା ଯୋଗୁଁ ବଲିଉଡ୍‌ରେ ସେ ଡ୍ରିମ ଗାର୍ଲ ଭାବେ ପରିଚିତ। ନିଜ ସୁନ୍ଦରତା ଯୋଗୁଁ ତାଙ୍କୁ ନିଜ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା। କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ। ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କୁ ଲଗାତାର ଫିଲ୍ମରୁ ଅଫର ଆସିଥିଲା। ଏଥିପାଇଁ ସେ ପାଠ ଛାଡ଼ି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ।  ଅଭିନୟ ସହ ପରେ ରାଜନୀତିକୁ ମଧ୍ୟ ଆସିଥିଲେ। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ପରେ ୨୦୧୪ରେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଉତ୍ତରପ୍ରଦେଶର ମଥୁରାରୁ ସାଂସଦ ଅଛନ୍ତି।