Christian Oliver Death: ଆଉ ନାହାନ୍ତି ହଲିଉଡ଼ ଅଭିନେତା କ୍ରିଷ୍ଟିଆନ୍ ଓଲିଭର (Christian Oliver) । ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ, ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକ୍ୟୁଆ ନିକଟ ପେଟିଟ ନେଭିସ ଦ୍ୱୀପରେ ଦୁର୍ଘଟଣାଗସ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

​ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଗ୍ରେନାଡ଼ାଇସର ଏକ ଛୋଟ ଦ୍ବୀପ ବେକ୍ୟୁଆରୁ ଏକ ବିମାନ ଯୋଗେ ଦୁଇ ଝିଅଙ୍କ ସହ ଛୁଟି କାଟିବାକୁ ସେଣ୍ଟ ଲୁସିଆ ବାହାରିଥିଲେ ଅଭିନେତା । ହେଲେ କିଛି ସମୟର ଉଡ଼ାଣ ପରେ ବିମାଟି ହଠାତ୍ କାରିବିଆନ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନେଇ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ ସ୍ଥାନୀୟ ମତ୍ସଜୀବୀ, ସ୍କୁବା ଡ୍ରାଇଭର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟର ଖୋଜାଖୋଜି ପରେ ସମୁଦ୍ରକୂଳରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ମଧ୍ଯରେ କ୍ରିଷ୍ଟିଆନ୍ ଓଲିଭର, ତାଙ୍କ ଦୁଇ ଝିଅ ମଦିତା କ୍ଲେପର୍ (Madita Klepser) ( ୧୦ ବର୍ଷ), ଏନିକ କ୍ଲେପର୍ (Annik Klepser) ( ୧୨ ବର୍ଷ) ଓ ପାଇଲଟ ରବର୍ଟ ସାକ୍ସଙ୍କ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡି ନାହିଁ। ଅଧିକାରୀଙ୍କ ଅନୁଯାୟୀ, ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ କୋଷ୍ଟଗାର୍ଡ ଏହି ଅଞ୍ଚଳକୁ ଯିବାବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ତଥା ଡାଇଭରମାନେ ସାହାଯ୍ୟ କରିବାକୁ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ମତ୍ସ୍ୟଜୀବୀ ତଥା ଡାଇଭରଙ୍କ ନିସ୍ବାର୍ଥପର ତଥା ସାହସିକ କାର୍ଯ୍ୟକୁ ପୋଲିସ ଉଚ୍ଚ ପ୍ରଶଂସା କରିଥିଲା।


ଜର୍ମାନ ଜନ୍ମିତ ଅଭିନେତା କ୍ରିଷ୍ଟିଆନ୍ ବହୁ ପ୍ରସିଦ୍ଧ ଚଳଚ୍ଚିତ୍ର ଓ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ଯେଉଁଥିରେ ୨୦୦୮ର ମୁଭି ‘ସ୍ପିଡ ରେସର୍‌’ ଏବଂ ‘ଦି ଗୁଡ ଜର୍ମାନ’ ଅନ୍ତର୍ଭୁକ୍ତ। ସେ ୧୯୯୦ ଦଶକର ଧାରାବାହିକ ‘ସେଭ୍ଡ ବାୟ ଦି ବେଲ: ଦି ନ୍ୟୁ କ୍ଲାସ’ ର ଏକ ସିଜନ ପାଇଁ ବ୍ରାଏନ କେଲର୍‌ ନାମକ ଏକ ସ୍ବିସ ଟ୍ରାନ୍ସଫର ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ଅଭିନେତାଙ୍କ ଫିଲ୍ମ ‘ସ୍ପିଡ଼ ରେସର’ (Speed Racer) ତାଙ୍କୁ ଘରେ ଘରେ ବେଶ ପରିଚିତ କରାଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପଟ ହିଟ୍ ହୋଇଥିଲା । ଏହାସହ ୨୦୧୬ରେ ତାଙ୍କ ଅଭିନୀତ ଫିଲ୍ମ ‘ଭିଲ୍ମ ଦ ଗୁଡ଼ ଜର୍ମାନ’, ୨୦୧୨ରେ ‘ରଙ୍ଗ ଟର୍ନ’ ଓ ୨୦୨୩ରେ ଅଭିନୀତ ‘ଇଣ୍ତିଆନା ଜୋନ୍ସ ଆଣ୍ତ ଦ ଡ଼ାଏଲ୍ ଅଫ ଡ଼େଷ୍ଟିନି’ (Indiana Jones and the Dial of Destiny) ମଧ୍ଯ ଭଲ ବ୍ୟବସାୟ କରିଥିଲା ।