Honey Singh News In Odia: ଜଣାଶୁଣା ରାପର୍ ହନି ସିଂ (Honey Singh) ଆଜିକାଲି ତାଙ୍କର ଆଲବମ୍ (Honey 3.0)କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଆଲବମର କିଛି ଗୀତ ରିଲିଜ ହୋଇଛି  ଏବଂ କିଛି ରିଲିଜ୍ ହୋଇନାହିଁ । ଏହି ସମୟ ମଧ୍ୟରେ, ସେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବରୁ ସେ ଗର୍ଲଫ୍ରେଣ୍ଡ ଟିନା ଥାଡାନୀଙ୍କ (breakup with girlfriend tina thadani) ସହ ବ୍ରେକଅଫ୍ ହୋଇଥିବାର ଖବର ଆସିଥିଲା ।  ବ୍ରେକଅପ୍ ପରେ ହନି ସିଂଙ୍କ ପୁଣି ଏବେ ପ୍ରେମରେ ପଡିଛନ୍ତି। ତାହା ପୁଣି ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ପ୍ରେମରେ। 


COMMERCIAL BREAK
SCROLL TO CONTINUE READING

ହନି ସିଂ ଏବଂ ନୁସରତ ଭାରୁଚା (Nushrratt Bharuccha) ଦୀର୍ଘ ଦିନ ପୂର୍ବରୁ ପରସ୍ପର ସହ କାମ କରିଥିଲେ। କିଛି ଦିନ ହେଲା ଏପରି ଖବର ଆସୁଥିଲା ଯେ, ଉଭୟ ଡେଟିଂ ଆରମ୍ଭ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଏକ ଇଭେଣ୍ଟରେ ହନି ସିଂ (Honey Singh) ଏବଂ ନୁସରତ (Nushrratt Bharuccha)  ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ ଏବଂ ଏହି ଘଟଣା ପରେ ଉଭୟଙ୍କ ବିଷୟରେ ଗୁଜବ ପ୍ରଚାର ହେବାରେ ଲାଗିଲା। ତେବେ ଉଭୟେ ଏହି ଗୁଜବ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନୀରବ ରହିଲେ। ବର୍ତ୍ତମାନ ନୁସରତ ବରୁଚା ଶେଷରେ ଉଭୟଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ପ୍ରତିକ୍ରିୟା ଦେବା ବେଳେ ସେ କହିଛନ୍ତି ଯେ, ଏହା ପ୍ରଥମ ଘଟଣା ନୁହେଁ, ତାଙ୍କ ନାଁ କାହା ସହ ଯୋଡା ଯାଇଛି । 


ଏହାବି ପଢନ୍ତୁ : Pushpa 2: କେବଳ ମାଲକାନଗିରି ନୁହେଁ ,ଓଡ଼ିଶାର ଏହି ସ୍ଥାନରୁ ଆରମ୍ଭ ହେବାକୁ ଯାଉଛି 'ପୁଷ୍ପା ୨' ର ସୁଟିଂ


ଏହାବି ପଢନ୍ତୁ : Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ


ଏହାସହ ସେ ଆହୁରୀ କହିଛନ୍ତି ଯେ, ତୁମେ ଜାଣିଛ କି? ଏହା ମୋ ଜୀବନର ପ୍ରଥମ ଡେଟିଂ କେଉଁଟା? । ମୁଁ ଯେଉଁଆଡେ ଯାଏ ଏଭଳି ଖବର ମୋ ବିଷୟରେ ପ୍ରଚାର ହୁଏ । ହନି ସିଂଙ୍କୁ ଡେଟ କରିବାର ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ଆହୁରି କହିଛନ୍ତି, 'ଯେତେବେଳେ ମୁଁ ଏହି ଗୁଜବ ଶୁଣିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଭାବିଲି ୱୋ, ଶେଷରେ ମୋ ବିଷୟରେ ଗୁଜବ ଆସିଛି। ବର୍ତ୍ତମାନ ଯେତେବେଳେ ଲୋକମାନେ ମୋତେ ଏହି ବିଷୟରେ ପ୍ରଶ୍ନ ପଚାରନ୍ତି, ମୁଁ ମଧ୍ୟ କହିପାରେ ଯେ ମୋ ବିଷୟରେ ମଧ୍ୟ ଗୁଜବ ବ୍ୟାପିଛି । ମୁଁ ଭାବୁଛି ଯେଉଁମାନେ ଏଭଳି ଖବର ପ୍ରଚାର କରୁଛନ୍ତି । ସେମାନଙ୍କ ପାଖରେ ସମୟ ଅଧିକ ରହିଛି , ଅନ୍ୟ ବିଷୟରେ ଚର୍ଚ୍ଚା କରିବା ପାଇଁ ।  ସେମାନେ ଆମ ବିଷୟରେ ଚିନ୍ତା ନ କରି ନିଜ ବିଷୟରେ ଚିନ୍ତା କରନ୍ତୁ ବହୁତ ଭଲ ହେବ ବୋଲି ଅଭିନେତ୍ରୀ କହିଛନ୍ତି।


ନିକଟରେ, ଅଭିନେତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବକ, ହନି ସିଂ ଓ ତାଙ୍କ ଟିମ୍ ଜଣେ ଇଭେଂଟ ମ୍ୟାନେଜରକୁ ଅପହରଣ କରି ନେଇ ମାରପିଟ୍ କରିଛନ୍ତି । ଏନେଇ ମୁମ୍ବାଇର ବିକେସି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଇଭେଂଟ ମ୍ୟାନେଜର ବିବେକ ରମଣ । ବିବେକଙ୍କ ଅଭିଯୋଗ ମୁତାବିକ, ହନି ସିଂଙ୍କୁ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା, ହେଲେ ଆଥିର୍କ ସଙ୍କଟ ପାଇଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା, ଯାହାକୁ ନେଇ ତାତି ଯାଇଥିଲେ ୟୋ ୟୋ ହନି ସିଂ । ଏ ଘଟଣାକୁ ନେଇ ହନି ସିଂ ଓ ତାଙ୍କ ଟିମ୍ ଆୟୋଜକକୁ ଅପହରଣ କରିନେଇଥିଲେ । ମୁମ୍ବାଇର ଏକ ହୋଟେଲ ବନ୍ଦି କରି ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଇଭେଂଟ ମ୍ୟାଜେନର ବିବେକ ରମଣ ।