Honey Singh: ସିଙ୍ଗର ତଥା ରାପର ହନି ସିଂ। ହନି ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ କ୍ୟାୟିଅରରେ ସେ ଅନେକ ହିଟ୍ ଗୀତ ଗାଇଛନ୍ତି । ହନିଙ୍କ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ କାଫି ଅଧିକ । ପ୍ରଶଂସକଙ୍କ ଚାହିଦା ଦେଖି ହନି ସିଂ ଗୀତ ଗାଆନ୍ତି । ନିକଟରେ ହନି ଏକ ସାକ୍ଷାତକାର ଦେଇଥିଲେ । ସେହି ସମୟରେ ସେ କହିଥିଲେ ଯେ, ତାଙ୍କର ଖରାପ ସମୟରେ ତାଙ୍କ ପାଖରେ ବଲିଉଡର କିଛି ଅଭିନେତା ଓ ଅଭିନେତ୍ରୀ ଛିଡା ହୋଇଥିଲେ। ଯେତେବେଳେ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଖିରାପ ଥିଲା ଏବଂ ପାଖରେ ଅର୍ଥ ନ ଥିଲା ସେହି ସମୟରେ ଦୀପିକା ପାଦୁକୋନ ଠାରୁ ଆରମ୍ଭ କରି ଶାହରୁଖ ଖାନ ଏବଂ ଅକ୍ଷୟ କୁମାର ସମସ୍ତେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।


COMMERCIAL BREAK
SCROLL TO CONTINUE READING

ନିକଟରେ ବଲିଉଡ ହଙ୍ଗାମା ସହିତ ହୋଇଥିବା ବାର୍ତ୍ତାଳାପରେ ରାପର ହନି ସିଂ ଖରାପ ସମୟରୁ କିପରି ବାହାରିଛନ୍ତି ତାହା ମଧ୍ୟ କହିଛନ୍ତି । ଗାୟକ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଯେତେବେଳେ ବାୟୋପୋଲାର ଡିଜାଅର୍ଡର (bipolar disorder) ରେ ପୀଡିତ ଥିଲେ । ସେତେବେଳେ ଦୀପିକା ପାଦୁକୋନ ହିଁ ତାଙ୍କୁ ଦିଲ୍ଲୀରେ ଥିବା ଏକ ଡାକ୍ତରଙ୍କ ସହ ପରାମର୍ଶ କରାଇଥିଲେ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶାହାରୁଖ ଖାନ ଏବଂ ଅକ୍ଷୟ କୁମାର ତାଙ୍କୁ ସମୟ ସମୟରେ ଫୋନ କରି ଭଲମନ୍ଦ କଥା ମଧ୍ୟ ବୁଝୁଥିଲେ । କିନ୍ତୁ ଅନେକ ଥର ଗାୟକଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ଫୋନରେ କାହା ସହିତ କଥାବାର୍ତ୍ତା ମଧ୍ୟ କରିପାରନ୍ତି ନ ଥିଲେ। 


 



Also Read: Rakhi Sawant Adil Khan Wedding: ‘ମୁଁ ରାକ୍ଷୀଙ୍କୁ ବିବାହ କରିଛି’, ସ୍ବାମୀ ଆଦିଲ କଲେ ଖୁଲାସା


ହନି ସିଂ ବର୍ତ୍ତମାନ ବହୁତ ଭଲ ଅବସ୍ଥାରେ ଅଛନ୍ତି ଏବଂ ଏବେ ସେ ପୁଣି ଥରେ ପ୍ରେମରେ ପଡିଛନ୍ତି । ଗତବର୍ଷ ସେ ମଡେଲ ଟିନା ଥାଡାନୀଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ତେବେ ଛାଡପତ୍ରର ମାତ୍ର କିଛି ଦିନ ପରେ ହନି ସିଂ ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କ ଡେଟ୍ କରିବା ଆରମ୍ଭ କରିଥିଲେ । । ହନି ସିଂଙ୍କ ଏହି  ଜୀବନ ଶୈଳୀକୁ ଅନେକ ଲୋକେ ପସନ୍ଦ କରୁନଥିଲେ ଏବଂ ତାଙ୍କୁ ଟ୍ରୋଲ ମଧ୍ୟ କରୁଥିଲେ। ସେ କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କୁ ଛାଡପତ୍ର ଦେଇଛନ୍ତି। ପତ୍ନୀ ହନି ସିଂଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିବାରୁ ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଥଲା । ଗତ ବର୍ଷ ସେପ୍ଟେମ୍ବରରେ ଦୁହେଁ ଛାଡପତ୍ର ହୋଇଥିଲେ, ସିଙ୍ଗର ତାଙ୍କ ପୂର୍ବତନ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ୧ କୋଟି ଟଙ୍କା ମଧ୍ୟ ଦେଇଥିଲ ।