Ollywood News: ଓଲିଉଡର ଜଣେ ପ୍ରସିଦ୍ଧ ନାୟିକା (Famous Actress)ଙ୍କୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ଆଲୋଚନା ହେଉଛି । କାରଣ ଅଭିନେତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ (Boyfriend0ଙ୍କ ନାମରେ ଅଭିଯୋଗ କରିବା ପାଇଁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା (laxmisagar police station)ର ଦ୍ୱାରସ୍ତ ହୋଇଛନ୍ତି । ତେବେ ଯେଉଁ ଯୁବକଙ୍କ ନାମରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି ତାଙ୍କ ନାମ ଦୟାନିଧି ଦହିମା । ଦୟାନିଧି ଜଣେ ସିନେ ନିର୍ମାତା ତଥା ନିର୍ଦ୍ଦେଶକ ନାମରେ ବେଶ୍ ଜଣାଶୁଣା । କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଦୟାନିଧିଙ୍କର ବେଶ୍ ସୁନାମ ରହିଛି । ଓଲିଉଡ ନାୟିକାଙ୍କ ଅଭିଯୋଗ ହେଉଛି ଯେ, ସେ ତାଙ୍କୁ ନିଯ୍ୟାତନା ଦେବାସହ ଠକେଇ କରିଛନ୍ତି । କେବଳ ସେତିକି ନୁହେଁ ଆପତ୍ତିଜନକ ଭିଡିଓ ଭାଇରାଲ୍ ହେବାର ଅଭିଯୋଗ ମଧ୍ୟ ରହିଛି ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ପ୍ରାୟ ୪ ବର୍ଷ ତଳୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ (Good Relation) ଥିଲା । ଦୁହେଁ ଗୋଟିଏ ଲାଇନର ହୋଇଥିବାରୁ ଉଭୟେ ବେଶ୍ ମିଳାମିଶା କରୁଥିଲେ । ଦୟାନିଧି ଅଭିନେତ୍ରୀଙ୍କୁ ଅନେକ ପ୍ରଲୋଭିତ କରିବା ସହ ସିନେମାରେ ଅଭିନୟ ଏବଂ ବଡ଼ ବଡ଼ ପ୍ରୋଜେକ୍ଟରେ କାମ ଦେବାପାଇଁ କହିଥିଲେ ।  କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏପରି କି ଓଲିଉଡ ଅଭିନେତ୍ରୀ ଜଣକ ସୁଟିଂ ସେଟରେ ସୁଟିଂ କରୁଥିବା ସମୟରେ ପୁରୁଷ ବନ୍ଧୁ ଦୟାନିଧି ସେଠାରେ ପହଞ୍ଚିଯାଉଥିଲେ । ସୁଟିଂ ସେଟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା କୁହାଯାଉଛି । ତେବେ ଦିନେ ନିଯ୍ୟାତନା ଅସହ୍ୟ ହେବାରୁ ଅଭିନେତ୍ରୀ ଏହି ସମ୍ପର୍କରେ ମୁହଁ ଖୋଲିଥିଲେ । ୨୦୨୧ ମସିହାରେ ଅଭିନେତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଉଭୟ ପକ୍ଷଙ୍କ କଥାକୁ ନେଇ ବୁଝାମଣା କରିଥିଲା । ପରେ ମାମଲାଟି କିଛି ଦିନ ପାଇଁ ଶାନ୍ତ ପଡିଥିବାବେଳେ ବର୍ତ୍ତମାନ ପୁଣିଥରେ ମାମଲା ଉଠିଛି ।


ତେବେ ପୂର୍ବରୁ ମଧ୍ୟ ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ (Social media) ମାଧ୍ୟମରେ ନିଜର ମନ କଥା ପ୍ରକାଶ କରିଥିଲେ । ମାର୍ଚ୍ଚ ୨୮ରେ ଏକ ପୋଷ୍ଟରେ ଦେଖିବାକୁ ମିଳିଥିଲା ଯେ, ଅଭିନେତ୍ରୀ ଜଣକ ଲେଖିଥିଲେ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଏକ ଅପରାଧ । ସିଧାସଳଖ ଦୟାନିଧିଙ୍କ ନାମ ଲେଖି ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ, ଦୟା ଏଣ୍ଟରଟେନମେଣ୍ଟର ନାମକ ଏକ ସଂସ୍ଥା ଖୋଲିଥିବା ଦୟାନିଧି ଅନେକ ଫେକ୍ ଆକାଉଣ୍ଟ ଖୋଲି ମିଛ ପ୍ରଚାର କରୁଛନ୍ତି । ତେବେ ଏହି ପୋଷ୍ଟ ଜଣେ ମହିଳାଙ୍କ ପାଇଁ ମାନସିକ ସ୍ତରରେ କଷ୍ଟକର ଯନ୍ତ୍ରଣା ଦିଏ ବୋଲି ଅଭିନେତ୍ରୀ କହିଥିଲେ । ସୋସିଆଲ ମିଡିଆରେ ସମ୍ମାନହାନୀ କରିବା ଏକ ଅପରାଧ ହୋଇଥିବାରୁ ଅଭିନେତ୍ରୀ ସବୁକଥା ପୋଲିସ ଆଗରେ ଲିଖିତ ଅଭିଯୋଗ କରିଥିଲେ ।


ଆଜି ଖବର ଲେଖିବା ପୂର୍ବରୁ ଜୀ ମିଡିଆ ପକ୍ଷରୁ ଉଭୟଙ୍କ ପ୍ରତିକ୍ରିୟା ପାଇଁ ଅଭିନେତ୍ରୀଙ୍କ ସମେତ ଦୟାନିଧିଙ୍କୁ ମଧ୍ୟ ଉଭୟ ହ୍ୱାଟସଆପ ଏବଂ ଫୋନ କଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ହ୍ୱାଟସଆପ ମେସେଜ୍ କିମ୍ୱା କଲର କୌଣସି ଉତ୍ତର ଦେଇନଥିଲେ ଅଭିନେତ୍ରୀ ଓ ଦୟାନିଧି ଦାହିମା। ସୂଚନାଯୋଗ୍ୟ, ଓଲିଉଡର ଏହି ଅଭିନେତ୍ରୀଙ୍କ ଅଭିନୟ ଖୁବ ଦମଦାର ଓ ଦର୍ଶକେ ଖୁବ ପସନ୍ଦ କରନ୍ତି । ଲଗାତାର ଓଡ଼ିଆ ଦର୍ଶକଙ୍କୁ ଅନେକ ହିଟ୍ ସିନେମା ଭେଟି ଦେଇଛନ୍ତି ଏହି ନାୟିକା । ଅନେକ ପ୍ରତିଷ୍ଠିତ ନାୟକ ଓ କଳାକାରଙ୍କ ସହ ଅଭିନୟ କରି ସେ ଅନେକ ପ୍ରସଂଶା ସହ ପୁରସ୍କାର ମଧ୍ୟ ପାଇଛନ୍ତି ।


Also Read- Ollywood News: ଗାୟିକା ବନିଲେ ଅଶ୍ୱିନଙ୍କ ଭଉଣୀ ଅଙ୍କିତା: ଭଜନରୁ ଆରମ୍ଭ କଲେ କ୍ୟାରିୟର