Singer Badshah : ବଲିଉଡ ସିଙ୍ଗର ବାଦଶାହ (Singer Badshah) । ସେ ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ଏବେ ସେ ନିଜ ଗୀତ ପାଇଁ ନୁହେଁ ନିଜ ଲଭ ଲାଇଫକୁ ନେଇ ବି ଟାଉନରେ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଏବେ କୁଆଡେ ସେ  ପଞ୍ଜାବୀ ଅଭିନେତ୍ରୀ  ଇଶା ରିଖିଙ୍କୁ (Punjabi actress Isha Rikhi) ଡେଟ କରୁଥିବା ଖବର ସାମ୍ନାକୁ ଆସିଛି ।  ନିକଟରେ ଜଣାଶୁଣା ରାପର୍ ନିଜକୁ ସିଙ୍ଗଲ ବୋଲି କହିଥିଲେ। କିଛି ଦିନ ପୂର୍ବରୁ ଡେଟିଂ ବିଶେଷଜ୍ଞ କରଣ ଜୋହରଙ୍କ ସାମ୍ନାରେ ବାଦଶାହ ଏକ ଶୋ’ରେ ନିଜକୁ ସିଙ୍ଗିଲ୍ ବୋଲି କହିଥିଲେ। ଗତ କିଛିଦିନ ତଳେ ବାଦଶାହଙ୍କ ନାଁ ସହ ଆଉ ଜଣେ ବଲିଉଡ ସୁନ୍ଦରୀଙ୍କ ନାଁରେ ଯୋଡି ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ସିଙ୍ଗର ବାଦଶାହ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କୁ ଡେଟିଂ କରୁଛନ୍ତି ବୋଲି ଗତ କିଛିଦିନ ତଳେ ଗୁଜବ ମଧ୍ୟ ଉଠିଥିଲା।  ଏକ ବିଶେଷ ସୂତ୍ର ଅନୁସାରେ "ଏକ ବର୍ଷ ହେଲା ରାପର୍ ଇଶାଙ୍କୁ ଜଣେ କମନ ଫ୍ରେଣ୍ତ ଜରିଆରେ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଦୁହେଁ ଦୁହିଁଙ୍କୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ । ବିଭିନ୍ନ ଇଭେଣ୍ଟ ଓ ପାର୍ଟିରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳୁଛି । ଏପରିକି ଉଭୟ ମିଶି କିଛି କାମ ମଧ୍ୟ କରିଛନ୍ତି । ଉଭୟ ଏହି ରିଲେସନସୁପକୁ ନେଇ ବହୁତ ଖୁସ୍ ଥିବା ଜଣାପଡିଛି । ଦୁହିଁଙ୍କ ରିଲେସନସିପ ବିଷୟରେ ପରିବାର ଲୋକେ ଜାଣିଥିବା ମଧ୍ୟ ଜଣାପଡିଛି । 


ଇଶା ରାଖି ଜଣେ ଭାରତୀୟ ମଡେଲ ଓ ଅଭିନେତ୍ରୀ । ସେ ପଞ୍ଜାବୀ ଫିଲ୍ମ ଜାଟ୍ ବଏଜ୍ ପୁଟ୍ ଜତନ ଡେ(Jatt Boys Putt Jattan De (୨୦୧୩)ରେ ଡେବ୍ୟୁ କରିଥିଲେ।  ପରେ ହାପି ଗୋ ଲକି ରେ ତାଙ୍କୁ ଦେଖିବାକୁ ମିଳିଥିଲା। ପରେ ମେରେ ୟାର କମିନେ, ଓ୍ବାଟ ଦ ଜାଟ୍ ରେ ମଧ୍ୟ ସେ ଅଭିନୟ କରିଥିଲେ। ପରେ ସେ ବଲିଉଡ ମୁଭି ନଓ୍ବାବଜେଦେ (Nawabzaade)ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଚଣ୍ତିଗଡ ରେ ସେ ୧୯୯୩ ମସିହା, ୯ ସେପ୍ଟେମ୍ବରରେ ସେ ଜନ୍ମଗ୍ରହଣ କରିଛନ୍ତି । ବାଦଶାହ ପୂର୍ବରୁ ବିବାହିତ ,ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ତାଙ୍କ ନାଁ ଜେସମୀ ଗ୍ରେସମାସି ସିଂ (Jessemy Grace Masih Singh )।  ବାହଶାହ ଜଣେ ଜଣାଶୁଣା ପଞ୍ଜାବୀ ସିଙ୍ଗର । ସେ ପଞ୍ଜାବୀ ବ୍ୟତିତ ବଲିଉଡରେ ମଧ୍ୟ ଅନେକ ଗୀତ ଗାଇ ଖ୍ୟାତି ଅର୍ଜନ କରିଛନ୍ତି । ସେ ଡିଜେ ବାଲା ବାବୁ, କାଲା ଚଷମା, ପାନି ପାନି, ଜୁଗନୁ, କମଲ, ଲେଟ୍ସ ନାଚୋ, ବଚପନକା ପ୍ୟାର୍,  ଆକା ବାକ୍କା, ଗରମି ଓ ଏକତେରା ନାମ ଭଳି ହିଟ ଗୀତ ଗାଇ ଦର୍ଶକଙ୍କ ମନ ଜଣିଛନ୍ତି । ଏପରିକି ସେ କେତେକ ଗୀତର ନିଜ ମଧ୍ୟ ଅଭିନୟ କରିଛନ୍ତି ।