Jacqueline Fernandez: ଠକ ସୁକେଶ ସହ ସମ୍ପର୍କ ରଖି ଅଡୁଆରେ ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez)। ଠକ ସୁକେଶ (Sukesh Chandrashekhar) ସହ ସମ୍ପର୍କ ରଖିବା ତାଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହା ପାଇଁ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହାରି ଭିତରେ ଏକ ବଡ ଖବର ଆସୁଛି ଯେ, ଜ୍ୟାକଲିନ କୁଆଡେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାହ କରିବାକୁ ଯୋଜନା କରୁଥିଲେ। ହେଲେ ସୁକେଶଙ୍କ ସହ ବିବାହ କରିବାକୁ ଜ୍ୟାକଲିନଙ୍କୁ ବାରଣ କରୁଥିଲେ ତାଙ୍କ ସହ କଳାକାର । 


COMMERCIAL BREAK
SCROLL TO CONTINUE READING


ବୁଧବାର ଦିନ ଜ୍ୟାକଲିନଙ୍କୁ ୮ ଘଣ୍ଟା ଧରି ଜେରା କିରିଥିଲା (ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍)EOW । ୨୦୦ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣଣ୍ଡିଜଙ୍କୁ ମାରାଥନ ଜେରା କରିଥିଲା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନଙ୍କୁ ଜେରା କରାଯାଇଥିଲା । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ କ’ଣ? ତାଙ୍କଠାରୁ କ’ଣ ସବୁ ଦାମୀ ଗିଫ୍ଟ ନେଇଥିଲେ? କେତେଥର ସୁକେଶଙ୍କୁ ଭେଟିଥିଲେ ଜ୍ୟାକଲିନ ? ଫୋନରେ କେତେଥର କଥା ହୋଇଛନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ମାଗିଥିଲା ଇଓଡବ୍ଲୁ । 



ପରେ ଗୁରୁବାର ଦିନ ସମାନ ଘଟଣାରେ ମଧ୍ୟ ଅଭିନେତ୍ରୀ ନୋରା ଫତେଇଙ୍କୁ ମଧ୍ୟ EOW ଜେରା କରିଥିଲା। ଏହାରି ଭିତରେ ଏକ ବଡ ଘଟଣାର ଖୁଲାସା କରିଛନ୍ତି ଜ୍ୟାକଲିନଙ୍କୁ ଜେରା କରିଥିବା ଅଫିସର।  ଫ୍ରି ପ୍ରେସ୍ ଜର୍ଣ୍ଣାଲ ରିପୋର୍ଟ (Free Press Journal report) ଅନୁସାରେ, ଜ୍ୟାକଲିନଙ୍କୁ ପଚରାଉଚରା କରୁଥିବା ଇଓଡ୍ଲୁ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଠକ ସୁକେଶ ସହ ଦୂରେଇ ରହିବାକୁ ଜ୍ୟାକଲିନଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସାଥି କଳାକାର। ହେଲେ ଜ୍ୟାକଲିନ ଏସବୁ ପ୍ରତି ଧ୍ୟାନ ଦେଇ ନ ଥିଲେ। ସୁକେଶଙ୍କ ସହ ଭେଟିବା ଜାରି ରଖିଥିଲେ।  ଏହା ସହ ସୁକେଶ ଠାରୁ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ମଧ୍ୟ ନେଉଥିଲେ। ଇଓଡବ୍ଲୁର ସ୍ପେଶାଲ ପୋଲିସ କମିଶନର Special Commissioner of Police (EOW) କହିଛନ୍ତି ଯେ, ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଉପହାର ଦେଇଥିଲା ।  ଜ୍ୟାକଲିନଙ୍କ ମ୍ୟାନେଜର ପ୍ରଶାନ୍ତଙ୍କ ଠାରୁ ପ୍ରାୟ 8 ଲକ୍ଷ ଟଙ୍କା ମୂଲ୍ୟର ଏକ ସୁପର ବାଇକ୍ କୁ ମଧ୍ୟ ଠାବ କରଛି ଇଓଡ୍ଲୁ । ଜ୍ୟାକଲିନ୍ 200 କୋଟି ଠକ ସୁକେଶଙ୍କଠୁ ବହୁତ ପ୍ରଭାବିତ ଥିଲେ । ଏହସହ ଜ୍ୟାକଲିନ ସୁକେଶଙ୍କୁ ସ୍ୱପ୍ନର ରାଜକୁମାର ବୋଲି କହିଥିଲେ । ସୁକେଶଙ୍କ ଅପରାଧିକ ରେକର୍ଡ ଜାଣିବା ପରେ ମଧ୍ୟ ସେ ତାଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ରଖିଥିଲେ । ଏବଂ ତାଙ୍କ ଟଙ୍କାରେ ଖୁବ୍‌ ମସ୍ତି କରିଥିଲେ । ଏଥି ସହିତ, EOW ଏହା ମଧ୍ୟ କହିଛି ଯେ ଯେତେବେଳେ ନୋରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେତେବେଳେ ସେ ଠକ ସୁକେଶଙ୍କ ବିଷୟରେ ଜାଣିବାକୁ ପାଇଲେ । ସେତେବେଳେ ସେ ତାଙ୍କଠାରୁ ନିଜକୁ ଦୂରେଇ ରଖିଥିଲେ ।