ଯାଜପୁର: ଓଲିଉଡ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡା ଆଉ ଇହ ଜଗତରେ ନାହାନ୍ତି ସତ ହେଲେ ତାଙ୍କ ଡାଇଲଗ ଆଜି ଲକ୍ଷ ଲକ୍ଷ ଫ୍ୟାନଙ୍କ ମୁହଁରେ ଅଛି। ହେଲେ ଏମିତି ଜଣେ କଳାକାର ଅଛନ୍ତି, ଯିଏ ପିଲାଟି ଦିନରୁ ରାଇମୋହନଙ୍କ ଡାଇଲଗକୁ ଅନୁସରଣ କରି ଆସୁଛନ୍ତି। କିନ୍ତୁ ରାଇମୋହନଙ୍କ ଅକାଳ ବିୟୋଗରେ ସେ ଭାଙ୍ଗି ପଡିଛନ୍ତି। ପୂର୍ବରୁ ଅନେକ ଥର ସେ ରାଇମୋହନଙ୍କୁ ଭେଟି ପ୍ରଶଂସା ପାଇଛନ୍ତି। ସେଥିପାଇଁ ତାଙ୍କୁ ଜୁନିୟର ରାଇମୋହନର ଆଖ୍ୟା ମିଳିଛି। ଯାଜପୁର ବିଂଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ ନିଜ ପ୍ରିୟ କଳାକାରଙ୍କୁ ଝୁରି ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଆରପାରିକୁ ଚାଲିଯାଇଛନ୍ତି ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡା। କିନ୍ତୁ ଦର୍ଶକ ଓ ପ୍ରଶଂସକଙ୍କ ପାଖରେ ଛାଡି ଯାଇଛନ୍ତି ଛାପ। ଅବିକଳ ରାଇମୋହନଙ୍କ ଡାଇଲଗ କହୁଥିବା କଳାକାର ହେଉଛନ୍ତି ବିଂଝାରପୁର ଚାଉନ୍ତରା ଗାଁର ଗୌରାଙ୍ଗ ବାରିକ। ରାଇମୋହନ ପରିଡାଙ୍କ ଅକାଳ ବିୟୋଗ ସାରା ଓଲିଉଡ ଓ ଜଲିଉଡ଼ ଜଗତ ପାଇଁ ଦୁଃଖର ପାହାଡ଼ ଭାବେ ଠିଆ ହୋଇଛି। ଏହାରି ଭିତରେ ରାଇମୋହନଙ୍କୁ ପିଲା ଦିନରୁ ଅନୁକରଣ କରୁଥିବା ଗୌରାଙ୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗୌରାଙ୍ଗ, ରାଇମୋହନଙ୍କ ସହ କଟାଇଥିବା ସବୁ ସମୟକୁ ମନେ ପକାଉଛନ୍ତି। ଗୌରାଙ୍ଗଙ୍କ ଅବିକଳ ଅଭିନୟ ରାଇମୋହନଙ୍କୁ ବେଶ ପ୍ରଭାବିତ କରିଥିଲା। ରାଇମୋହନ ନିଜେ ଗୌରାଙ୍ଗଙ୍କ ଘରକୁ ଆସି ବେଶ ପ୍ରଶଂସା କରିଥିଲେ।


Also Read: ନାଇଟ କ୍ଲବରେ ଆଖି ବୁଜିଲେ ୨୨ ଯୁବକ ଯୁବତୀ, ମୃତ୍ୟର କାରଣ ଅସ୍ପଷ୍ଟ


ଜୁନିୟର ରାଇମୋହନ ଭାବେ ଜଣା ଶୁଣା ଗୌରାଙ୍ଗଙ୍କ ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ଦିନ କାଟୁଛନ୍ତି। ରାଇମୋହନଙ୍କ ବିୟୋଗ ପର ଠାରୁ ଗୌରାଙ୍ଗ ଖାଇବା ପିଇବା ଛାଡି ଦେଇଛନ୍ତି। ଯେଉଁ ସେଲୁନରେ ସବୁ ଦିନେ ଗୌରାଙ୍ଗ ରାଇମୋହନଙ୍କ ଡାଇଲଗ ଶୁଣିବାକୁ ମିଳେ ସେଠି ଆଉ ଶୁଣିବାକୁ ମିଳୁନି। ପୂର୍ବରୁ ବିଭିନ୍ନ ଫିଲ୍ମ ଓ ଯାତ୍ରାରେ ଅଭିନୟ ପାଇଁ ଗୌରାଙ୍ଗ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସ୍ୱପ୍ନରେ ରହିଗଲା। କେବଳ ଗୌରାଙ୍ଗ କାହିଁକି ରାଇମୋହନଙ୍କ ଅଗଣିତ ପ୍ରଶଂସକ ଏବେ ବେଶ ମର୍ମାହତ।



ସୂଚନାଯୋଗ୍ୟ, ଶନିବାର ସକାଳେ ଓଲିଉଡ ଅଭିନେତା ତଥା ପରଦାର ବ୍ୟାଡବୟ ରାଇମୋହନ ପରିଡାଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବେକରେ ଦୌଡିଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ।