Actress Janhvi Kapoor: ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ କପୁର (Janhvi Kapoor) । ସେ ବିଟାଉନରେ ନିଜ ଫ୍ୟାସନ୍ ଓ ହଟକୁ ନେଇ ସବୁବେଳେ ଆଗରେ ଥାନ୍ତି । ସେ ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ଜଣକ ତାଙ୍କର କିଛି ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଏକ ଓ୍ବାଇଟ କର୍ଲର ଏକ ଓ୍ବାନପିସ୍ (corset style mini dress) ପିନ୍ଧିଛନ୍ତି । ଜାହ୍ନବୀ କପୁର ତାଙ୍କର ଏହି ଫଟୋରେ ଖୁବ୍ ସେକ୍ସୀ ଲାଗୁଛନ୍ତି। ଏଥିରେ ସେ ଖୁବ୍ ବୋଲ୍ଡ ମଧ୍ୟ ଲାଗୁଛନ୍ତି। ହାଲୁକା ମେକ୍‌ଅପ୍ ନେବା ସହ ନିଆରା ଅନ୍ଦାଜ୍ ରେ ମଧ୍ୟ ଲୁକ୍ ଦେଇଛନ୍ତି। ତାଙ୍କର ଏହି ଲୁକ୍ ଖୁବ୍ ଆକର୍ଷଣୀୟ ଲାଗୁଛି। ଇନଷ୍ଟାରେ ଜାହ୍ନବୀଙ୍କ ଏ ଫଟୋ ଦେଖି ଫ୍ୟାନ୍ସଙ୍କ ନିଦ ଉଡି ଯାଇଛି ।  


COMMERCIAL BREAK
SCROLL TO CONTINUE READING


ଫ୍ୟାନ୍ସ ମଧ୍ୟ ଏ ଫଟୋ ଗୁଡିକରେ କାଫି କମେଣ୍ଟ ଓ ଲାଇକସ୍ ମଧ୍ୟ ଦେଇଛନ୍ତି। ଜାହ୍ନବୀଙ୍କ ଏ ଫୋଷ୍ଟରେ ୧.୨ ମିଲିୟନରୁ ଅଧିକ ଲାଇଲ୍ ଆସିଥିବା ବେଳେ ପାଖାପାଖି ୧୦ ହଜାର କମେଣ୍ଟ ମଧ୍ୟ ଆସିଛି। ଫଟୋରେ ମଧ୍ୟ ଜାହ୍ନବୀ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ,“passionate from miles away, passive with the things u say.”।  ଫଟୋରେ କମେଣ୍ଟ ବ୍ୟତିତ ଫ୍ୟାନ୍ସଙ୍କର ଲଭର ଇମୋଜି ମଧ୍ୟ ଗଦା ହୋଇଛି । ତେବେ, ତାଙ୍କ ଫଟୋରେ ଜଣେ ଫ୍ୟାନ୍ସ ଲେଖିଛନ୍ତି “ତୁମେ ବହୁତ ସୁନ୍ଦର” । ବର୍ତ୍ତମାନ ଜାହ୍ନବୀଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି। ଅଭିନେତ୍ରୀ ବର୍ତ୍ତମାନ ଅଭିନେତା ବରୁଣ ଧାୱନଙ୍କ ସହ ନୀତୀଶ ତିୱାରୀଙ୍କ ଫିଲ୍ମ ‘ବାୱାଲ’(Bawaal)ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ୟୁରୋପରେ ସୁଟିଂ କରାଯାଉଛି । ଏହା ବ୍ୟତିତ ଜାନଭିଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ। 


ଏହାବି ପଢନ୍ତୁ : Kangana Ranaut:ଦିଲ୍ଲୀରେ ଶେଷ ହେଲା Emergencyର ସୁଟିଂ,ଏମିତି କିଛି କହିଲେ କଙ୍ଗନା


 




 



ଏହା ବ୍ୟତୀତ, ଜାହ୍ନବୀଙ୍କ ନିକଟରେ ଅନେକ ବଡ ବଡ ଫିଲ୍ମ ପ୍ରୋଜେକ୍ଟ ଅଛି । ଜାହ୍ନବୀ କପୁରଙ୍କୁ (Janhvi Kapoor) ଫିଲ୍ମ ମିଲି (Mili)ରେ ମଧ୍ୟ ନଜର ଆସିବେ। ତାଙ୍କ ସହ ଏ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ସନ୍ନି କୈଶଲ । ଏହାସହ ସେ ମାଲାୟଲମ୍ ସୁପରହିଟ ଫିଲ୍ମ  ହେଲେନ୍ ରେ ମଧ୍ୟ ଅଭିନୟ କରିଛନ୍ତି । ଗତ କିଛି ଦିନ ତଳେ ଜାନଭି ନିଜ ପିଲାଦିନ ସାଙ୍ଗକୁ ଡେଟ କରୁଥିବା ଖବର ଚର୍ଚ୍ଚା ହେଉଥିଲା । ଜାହ୍ନବୀ କପୁର ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କର ବନ୍ଧୁ ଅକ୍ଷତ ରାଜନ (Akshat Rajan)ଙ୍କ ଜନ୍ମଦିନ ପାଳନ କରୁଥିବା ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଏ ପୋଷ୍ଟରେ ଆସିଥିଲା। ଜାହ୍ନବୀ କପୁର ଏବଂ ଅକ୍ଷତ ରାଜନ ପିଲାଦିନର ବନ୍ଧୁ । ତେବେ,ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ଅନେକ ବଲିଉଡ ଅଭିନେତାଙ୍କୁ ମଧ୍ୟ ଡେଟ୍ କରିସାରିଛନ୍ତି ।