Film Mili :  ବିଟାଉନରେ ନିଜ ଫ୍ୟାସନ୍ ଓ ହଟକୁ ନେଇ ସବୁବେଳେ ଆଗରେ ଥାନ୍ତି । ସେ ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ସେ ଆଉ କେହି ନୁହଁନ୍ତି ,ସେ ହେଉଛନ୍ତି ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ କପୁର (Janhvi Kapoor ) । ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ।  କିନ୍ତୁ ଗତ କିଛିଦିନ ହେବ ଦର୍ଶକଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ସୁପରହିଟ୍ ଫିଲ୍ମ ଦେଇଆସୁଛନ୍ତି । ତାଙ୍କ ଅଭିନୀତ ଫିଲ୍ମ 'ମିଲି' (Mili) ଖୁବଶିଘ୍ର ପରଦାକୁ ଆସିବ । ଫିଲ୍ମଟିରେ ଜାହ୍ନବୀଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିବ । ଫିଲ୍ମର ଫାଷ୍ଟ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଯେଉଁଥିରେ ବିଏସି ନର୍ସିଂ ଗ୍ରାଜୁଏଟ ରୂପରେ ତାଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟରକୁ ଫ୍ୟାନ୍ସ କାଫି ପସନ୍ଦ ମଧ୍ୟ କରିଛନ୍ତି । 

 

 


ଫିଲ୍ମ ମିଲି ୨୦୧୯ ମାଲାୟଲମ୍ ଫିଲ୍ମ ହେଲେନର ରିମେକ୍ । ଫଲ୍ମର ନିର୍ଦ୍ଦେଶକ ମାଥୁକୁଟି ଜାଭିୟର  (Mathukutty Xavier) ରହିଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ବୋନି କପୁର  ଅର୍ଥାତ ଜାହ୍ନବୀଙ୍କ ପିତା । ୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ଏନେଇ ଫିଲ୍ମର କିଛି ଅପଡେଟ ମଧ୍ୟ ନିଜ ଫ୍ୟାନ୍ସକୁ ନିକଟରେ ଇନଷ୍ଟାରେ ଦେଇଥିଲେ ଜାହ୍ନବୀ । ଫଲ୍ମଟି ଆସନ୍ତା ମାସ ୪ ତାରିଖରେ ପରଦାକୁ ଆସିବ । ଫିଲ୍ମରେ ଜାହ୍ନବୀ (Janhvi Kapoor) ଙ୍କ ବ୍ୟତିତ  ସନ୍ନି କୌଶଲ (Sunny Kaushal) ଓ ମନୋଜ ପାଓ୍ବା (Manoj Pahwa) ଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିବ । 

 

 

 

ଯଦି ଏହି ଅଭିନେତ୍ରୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା, ତେବେ ବର୍ତ୍ତମାନ ଜାହ୍ନବୀଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି। ଅଭିନେତ୍ରୀ ବର୍ତ୍ତମାନ ଅଭିନେତା ବରୁଣ ଧାୱନଙ୍କ ସହ ନୀତୀଶ ତିୱାରୀଙ୍କ ଫିଲ୍ମ ‘ବାୱାଲ’(Bawaal)ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ୟୁରୋପରେ ସୁଟିଂ କରାଯାଉଛି । ଏହା ବ୍ୟତିତ ଜାନଭିଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ। ଗତ କିଛି ଦିନ ତଳେ ଜାନଭି ନିଜ ପିଲାଦିନ ସାଙ୍ଗକୁ ଡେଟ କରୁଥିବା ଖବର ଚର୍ଚ୍ଚା ହେଉଥିଲା । ଜାହ୍ନବୀ କପୁର ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କର ବନ୍ଧୁ ଅକ୍ଷତ ରାଜନ (Akshat Rajan)ଙ୍କ ଜନ୍ମଦିନ ପାଳନ କରୁଥିବା ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଏ ପୋଷ୍ଟରେ ଆସିଥିଲା। ଜାହ୍ନବୀ କପୁର ଏବଂ ଅକ୍ଷତ ରାଜନ ପିଲାଦିନର ବନ୍ଧୁ । ତେବେ,ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ଅନେକ ବଲିଉଡ ଅଭିନେତାଙ୍କୁ ମଧ୍ୟ ଡେଟ୍ କରିସାରିଛନ୍ତି। ଜଣାଶୁଣା ଅଭିନେତା ଇଶାନ ଖଟ୍ଟର(Ishaan Khatter) ଙ୍କ ନାଁ ସହିତ ଜହ୍ନବୀଙ୍କ ନାଁ ମଧ୍ୟ ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ରହିଥିଲା ।