Jawan Trailer: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (shah rukh khan)ଙ୍କ ଅଭିନିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯବାନ'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିବା ପାଇଁ ଶାହାରୁଖଙ୍କ ଫ୍ୟାନଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଥିଲା । ପ୍ରଥମେ ପୋଷ୍ଟର ରିଲିଜ୍ ପରେ ଶାହାରୁଖଙ୍କ ଫ୍ୟାନମାନେ ସିନେମାର ଟ୍ରେଲର ଦେଖିବା ପାଇଁ ଅପେକ୍ଷା କରିଥିଲେ । ଆଜି ସିନେମା 'ଯବାନ'ର ଟ୍ରେଲର ରିଲିଜ୍ ହୋଇଛି । ରିଲିଜ୍ ହେବାର ମାତ୍ର କିଛି ସମୟ ମଧ୍ୟରେ ଶାହାରୁଖଙ୍କ ଫ୍ୟାନମାନେ ଏହାକୁ ଖୁବ ପସନ୍ଦ କରିଥିବା ଜଣାପଡିଛି । ଟ୍ରେଲରରେ ରହିଥିବା ଏକ ଡାଏଲଗ 'ବେଟେ ହାତ୍ ଲଗାନେସେ ପେହେଲେ ବାପ ସେ ବାତ କର' ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଶାହାରୁଖଙ୍କ ଏକ ନୂଆ ଲୁକ୍ ସହିତ ଡାଏଲଗ ଡେଲିଭରୀ ପ୍ରଶଂସକଙ୍କୁ ସିନେମା ପ୍ରତି ଖୁବ ଆକର୍ଷିତ (Attracting) କରୁଛି । ଟ୍ରେଲରରେ ଶାହାରୁଖଙ୍କ ଜବରଦସ୍ତ ଆକ୍ସନ ଓ ଷ୍ଟାଇଲ (Action and style) ରହିଛି । ଟ୍ରେଲର ଦେଖିବା ପରେ ଏତିକି କୁହାଯାଇପାରିବ ଯେ, ସିନେମାରେ ଦର୍ଶକଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଶାହାରୁଖ ମନୋରଞ୍ଜନର ଖୋରାକ ଯୋଗାଇବେ । ସିନେମାର କାହାଣୀ ଦର୍ଶକଙ୍କୁ ଖୁବ ଭଲ ଲାଗିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଶାହାରୁଖଙ୍କ ସମେତ ସିନେମାରେ ବିଜୟ ସେଠୁପାଠୀ (vijay sethupathi) ଓ ନୟନ୍ତରାଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦର୍ଶକେ ଦେଖିବାକୁ ପାଇବେ ।


COMMERCIAL BREAK
SCROLL TO CONTINUE READING

'ଯବାନ' ସିନେମାର ଟ୍ରେଲରରେ ଏପରି ଅନେକ ଦୃଶ୍ୟ ଅଛି ଯାହାକୁ ଆପଣ ଦେଖିବା ମାତ୍ରେ କରତାଳି ଦେବାକୁ ବାଧ୍ୟ ହେବେ । ଆପଣଙ୍କୁ କହିରଖୁଛୁ ଯେ, ଆଜି ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଆପଣଙ୍କ ପ୍ରିୟ ଅଭିନେତା ଶାହରୁଖଙ୍କ ଏକ ନୂଆ ପୋଷ୍ଟର (New poster) ରିଲିଜ ହୋଇଛି। ଦର୍ଶକଙ୍କୁ ସବୁବେଳେ ଭିନ୍ନ କିଛି ସ୍ୱାଦର ସିନେମା ଭେଟି ଦେବାପାଇଁ ଶାହାରୁଖ ସବୁବେଳେ ପ୍ରୟାସ କରିଥାନ୍ତି । ସିଲଭର୍ ସ୍କ୍ରିନରେ ଶାହାରୁଖ ଖୁବ ଶୀଘ୍ର ଏକ ନୂଆ ଜଲୱା ଦେଖାଇବେ ବୋଲି ଦର୍ଶକଙ୍କ ମନରେ ଆଶା ରହିଛି । 'ଯବାନ' ସିନେମା ହିନ୍ଦୀ ସମେତ ତାମିଲ (tamil) ଏବଂ ତେଲଗୁ ଭାଷାରେ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ । ଆସନ୍ତା ସେପ୍ଟେମ୍ୱର ୭ (September 7) ତାରିଖରେ ଭାରତ ସମେତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ସିନେମା ରିଲିଜ୍ ହେବ ବୋଲି ସୂଚନା ମିଳିଛି ।


Video- 


https://www.youtube.com/watch?v=COv52Qyctws


ସୂଚନାଯୋଗ୍ୟ, ପୂର୍ବରୁ କିଙ୍ଗ୍ ଖାନ ଶାହାରୁଖ 'ପଠାନ' ସିନେମା ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ସିନେମାର ଗୀତ ଓ କାହାଣୀକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲେ ମଧ୍ୟ ସିନେମାଟି ବକ୍ସ ଅଫିସ (Box office)ରେ ଭଲ ପ୍ରଦର୍ଶନ କରିଥିଲା । କିଛି ସ୍ଥାନରେ ସିନେମାର ଗୀତରେ ନାୟିକା ଦୀପିକା ପାଦୁକୋନଙ୍କ ପିନ୍ଧିବା ପାଇଁ ବ୍ୟବହୃତ ପୋଷାକକୁ ନେଇ ବିରୋଦ୍ଧ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏପରିକି କିଛି ସିନେମା ହଲ ସାମ୍ନାରେ ଗଣ୍ଡଗୋଳ ହୋଇଥିବା କଥା ସାମ୍ନାକୁ ଆସିଥିଲା । ସିନେମାକୁ କିଛି ବ୍ୟକ୍ତି ବୟକଟ କରିବା ସହିତ ସୋସିଆଲ ମିଡିଆ (Social media)ରେ ବିଭିନ୍ନ ପ୍ରକାରର ମତ ସେୟାର କରିଥିଲେ । କେବଳ ବିରୋଦ୍ଧ ନୁହେଁ ଅନେକ ବ୍ୟକ୍ତି ସିନେମା ପଠାନର ସପକ୍ଷରେ ମଧ୍ୟ ସୋସିଆଲ ମିଡିଆରେ ମତ ଦେଇଥିଲେ । ତେବେ ବର୍ତ୍ତମାନ ଶାହାରୁଖଙ୍କ ନୂଆ ସିନେମା 'ଯବାନ' ରିଲିଜ୍ ପରେ ଦର୍ଶକ ଏହାକୁ କେତେ ପସନ୍ଦ କରୁଛନ୍ତି ଏବଂ କାହାଣୀରେ କଣ ଦେଖିବାକୁ ମିଳୁଛି ତାହା ପ୍ରିମିୟର ଶୋ ପରେ ହିଁ ଆପଣଙ୍କୁ ଆମେ ସୂଚନା ଦେବୁ ।


Also Read- ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍‍ ପୋଲିସ, ନୂଆ ମିଶନର ନାଁ ‘ସହଭାଗୀତା’


Also Read- Raksha Bandhan 2023: କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି ଏହି ଭଉଣୀ