Kangana Ranaut Emotional Post: ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ମା’ହୀରାବେନଙ୍କ ପରଲୋକ ହୋଇଛି। ୧୦୦ ବର୍ଷ ବୟସରଙ୍କ ହୀରାବେନଙ୍କ ଦେହାନ୍ତ ହୋଇଛି । ଏ ନେଇ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ହୀରାବେନ। ଏଭଳି ପରିସ୍ଥିତିରେ ବହୁ ନେତାମନ୍ତ୍ରୀ ଓ ତାରକାମାନେ ମଧ୍ୟ ହୀରାବେନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି କ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ମଧ୍ୟ ହେରାବେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING


କଙ୍ଗନା ରାଣାଓ୍ବତ ତାଙ୍କ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଏହି ଷ୍ଟୋରୀରେ ହେରେବେନ ଏବଂ ପିଏମ ମୋଦୀ ନଜର ଆସିଛନ୍ତି। ଏହି ଫଟୋଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଫଟୋରେ ଦେଖିବାକୁ ମିଳିଛି ଯେ,ମାଆ ହୀରାବେନ ନିଜ ହାତରେ ମୋଦିଙ୍କୁ ଖୁଆଇ ଦେଉଛନ୍ତି । କଙ୍ଗନା ଏହି ଫଟୋ କ୍ୟାପସନରେ ଲେଖିଛନ୍ତି,ଭଗବାନ ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଧୌର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ, ଓମ୍ ଶାନ୍ତି!



ସୂଚନାଯୋଗ୍ୟ ଯେ,ଗୁରୁବାର ରାତିରେ ହୀରାବେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ୧୦୦ ବର୍ଷୀୟା ହୀରାବେନ୍‌ଙ୍କୁ ଅହମଦାବାଦର ୟୁଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତେବେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଥିଲା ।



ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ :
 
ଚଳିତ ବର୍ଷ କଙ୍ଗନା ରଣାଓ୍ବତଙ୍କ ଆକ୍ସନ୍ ପ୍ୟାକେଜ୍ ଫିଲ୍ମ 'ଧାକଡ'(Dhakad)ମୁକ୍ତିଲାଭ କରିଥିଲା। ଯଦିଓ କଙ୍ଗନାଙ୍କ ଫିଲ୍ମ 'ଧାକଡ' ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ଏଭଳି ପରିସ୍ଥିତିରେ କଙ୍ଗନା ଫିଲ୍ମ 'ଏମରଜେନ୍ସି'ରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ କଙ୍ଗନା ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।'ଏମରଜେନ୍ସି'ଚଳଚ୍ଚିତ୍ରରେ କଙ୍ଗନା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଶେଷ ହୋଇଛି।



ନିକଟରେ କଙ୍ଗନା ରାଣାୱତ ଟିଭି ଅଭିନେତ୍ରୀ  ତୁନିଶାଙ୍କ ସୁଇସାଇଡକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ତୁନିଶାଙ୍କୁ ହତ୍ୟା କରାଯାଇଛି।  ସେ କହିଛନ୍ତି, ଜଣେ ମହିଳା ସବୁକିଛି ସହି ପାରେ କିନ୍ତୁ ଶୋଷଣ, ଶାରୀରିକ ଉତ୍ପୀଡ଼ନ ଏବଂ ଦୁର୍ବ୍ୟବହାର ସହି ପାରିବ ନାହିଁ। କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ଜଣେ ମହିଳା ଏପରି ସ୍ଥିତିରେ ନିଜର ଧାରଣାକୁ ବିଶ୍ୱାସ କରିପାରନ୍ତି ନାହିଁ ଓ ବଂଚିବା ଓ ମରିବା ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭବ କରିପାରନ୍ତି ନାହିଁ ଏବଂ ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନିଅନ୍ତି।


କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ଆଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି। ଯେପରି କୃଷ୍ଣ ଦ୍ରୌପଦୀଙ୍କ ପାଇଁ ଓ ରାମ ସୀତାଙ୍କ ପାଇଁ ଛିଡା ହୋଇଥିଲେ, ସେହିପରି ବିନା ଅନୁମତିରେ ବହୁବିବାହ ବିରୁଦ୍ଧରେ ଦୃଢ଼ ଆଇନ ପ୍ରଣୟନ ହେଉ। ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ଏବଂ ମହିଳାଙ୍କୁ ଅନେକ ଖଣ୍ଡରେ କାଟିବା କ୍ଷେତ୍ରରେ ହତ୍ୟାକାରୀକୁ ବିନା ବିଚାରରେ ମୃତ୍ୟୁଦଣ୍ଡ ଦେବା ଆବଶ୍ୟକ ବୋଲି କଙ୍ଗନା କହିଛନ୍ତି। ତୁନିଶାଙ୍କୁ ୨୦୧୮ରେ ଡିପ୍ରେସନ ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା ବୋଲି ସେ କହିଛନ୍ତି।