Kantara Box Office Collections : ବକ୍ସ ଅଫିସରେ କମାଲ କରୁଛି କନ୍ନଡ ଫିଲ୍ମ 'କାନ୍ତାରା' (Kantara ) । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକସନ କରୁଛି। ଦର୍ଶକଙ୍କ ହୃଦୟ ଜିତିଛି ଏହି ଫିଲ୍ମ । ଏହା ସହିତ ଏହାର ହିନ୍ଦି ଓ କନ୍ନଡ ସଂସ୍କରଣ ମଧ୍ୟ ବେଶ ସଫଳତା ପାଇଛି । ଫିଲ୍ମଟିର  ହିନ୍ଦି ସଂସ୍କରଣର ପ୍ରଥମ ଦିନରେ ୧.୨୭ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନଟି ୨.୭୫ ଓ ତୃତୀୟ ଦିନ ୩.୫ କୋଟି ଟଙ୍କା ରୋଜଗାର କରିଛି । ହେଲେ ସୋମବାର ଦିନ ଠାରୁ ଫିଲ୍ମର ରେକର୍ଡ ବ୍ରେକ୍ ହୋଇଛି । ଶୁକ୍ରବାର ଦିନ ଫିଲ୍ମର ଟିକେଟ ବୁକିଂ ଅଧିକ ଥିବା ବେଳେ  ସୋମବାର ଏହା କ୍ରମଶଃ ହ୍ରାସ ପାଇଛି । ଫିଲ୍ମଟି ୬ ଦିନରେ ପାଖାପାଖି ୧.୯୫ କୋଟି ଟଙ୍କା ରୋଜଗାର କରିଛି । 


COMMERCIAL BREAK
SCROLL TO CONTINUE READING

ଋଷଭ ସେଟ୍ଟୀ ଓ ସପ୍ତମୀ ଗୌଡ଼ାଙ୍କ ଫିଲ୍ମ ‘କାନ୍ତାରା’ (Kantara Film) । ‘କେଜିଏଫ ୨’ର ଆୟକୁ ପଛରେ ପକାଇବ ଏହି ଫିଲ୍ମ ବୋଲି ଚର୍ଚ୍ଚା ଆରମ୍ଭ ହୋଉଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର,  ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ୩୦ ତାରିଖରେ ରିଲିଜ୍ ହୋଇଥିଲା। ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ବିଶ୍ବବ୍ୟାପି ୧୦୦କୋଟିରୁ ଅଧିକ କଲେକ୍ସନ କରିଥିବା ଜଣାପଡ଼ିଛି । ଅଗଷ୍ଟ ୧୪ରେ ପ୍ରକ୍ଷାଳୟରେକୁ ଆସିଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ (Doctor G) ଡକ୍ଟର ଜି । ତେବେ, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ "ଏ" ଗ୍ରେଡର ସେନସେର ବୋର୍ଡ ଅଫ୍ ଫିଲ୍ମ ସାର୍ଟିପିକେଟ(Censor Board of Film Certification)ପାଇଛି । 


ଏହାବି ପଢନ୍ତୁ : South Superstar Vijay Deverakonda : କାହିଁକି ଗ୍ରାଉଣ୍ତରେ ବନ୍ଧୁକ ଚଳାଇଲେ ବିଜୟ , ଦେଖନ୍ତୁ ଭିଡିଓ


ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଉଦୟଙ୍କ ଭୂମିକାରେ ନଜର ଆସିଛନ୍ତି। ଏହାସହ ହାର୍ଡି ସନ୍ଧୁ ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ ‘କୋଡ଼ ନେମ ତ୍ରିରଙ୍ଗା’ବି ରିଲିଜ ହୋଇଛି । ଏପରି ସ୍ଥିତିରେ ପୁଣି ଥରେ ବକ୍ସ ଅଫିସ କଲେକ୍ସନରେ ବାଜି ମାରିଛି ସାଉଥ୍ ସିନେମା ।   କନ୍ନଡ  ଫିଲ୍ମ ‘କାନ୍ତାରା’ (Kantara Film) ବିଶ୍ବବ୍ୟାପି ୧୦୦କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମ ‘କେଜିଏଫ ୨’ର ପାଖାପାଖି ଚାଲିଛି । ଫିଲ୍ମକୁ ହିନ୍ଦୀ ଭର୍ସନରେ ରିଲିଜ କରାଯିବା ପରେ ଭଲ ରେସପନ୍ସ ମିଳିଛି। ପ୍ରଥମ ଦିନ ୧.୨୫ କୋଟିରୁ ୧.୫୦କୋଟିର ଆୟ କରିଛି। କାନ୍ତାରା ଏବେ କର୍ଣ୍ଣାଟକର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଭାବେ ରେକର୍ଡ କରିଛି। ଯେଉଁଥିରେ ସେଠାରେ ୬୦କୋଟି ଟଙ୍କା ଆୟ କରିଛି । ଏହାସହ ଅନ୍ୟ ଏକ ରେକର୍ଡ ବି ଏହି ଫିଲ୍ମ ନାଁରେ ଦେଖିବାକୁ ମିଳିଛି ଯାହାକି କେଜିଏଫ ୨କୁ ପଛରେ ପକାଇ ଆଇଏମଡିବିରେ ୯.୪/୧୦ସହ ସବୁଠାରୁ ଅଧିକ ରେଟିଂ ମିଳିଥିବା ଭାରତୀୟ ସିନେମା ହୋଇପାରିଛି ।ସେହିପରି ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ଡକ୍ଟର ଜି (Doctor G Movie ) ବକ୍ସ ଅଫିସରେ ଏତେ ଖାସ୍ କଲେକସନ କରିପାରି ନାହିଁ । ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ପାଖାପାଖି ୩.୮୭ କୋଟି ଟଙ୍କା କଲେକସନ କରିଛି ।