Kareena Kapoor: ବଲିଉଡ୍ ଅଭିନେତ୍ରୀ କରୀନା କପୁର । ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ। କରୀନା ଓ ସୈଫ୍ ରୋମାନ୍ସ କରିବା ପାଇଁ କୌଣସି ବି ସୁଯୋଗ ଛାଡି ନଥାନ୍ତି । ଉଭୟଙ୍କୁ ଅନେକ ଥର ପବ୍ଲିକ ପ୍ଲେସରେ ମଧ୍ୟ କିସ କରୁଥିବାର ନଜର ଆସିଛନ୍ତି । ତେବେ, ଏହାରି ଭିତରେ କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ  ଦେଖିବାକୁ ମିଳିଛି ଯେ,  କରୀନା, ସୈଫ୍ ଏବଂ ତାଙ୍କ ପୁଅ ତୈମୁର ଗାଡିରୁ ଓହ୍ଲାଇ ବାହାରକୁ ଆସୁଛନ୍ତି। ସୈଫ୍ ନିଜ କାନ୍ଧରେ ତୈମୁରକୁ ଗୋଟିଏ ହାତରେ ଧରିଛନ୍ତି । ତାଙ୍କ ପଛରେ କରୀନା ଆସୁଛନ୍ତି । ସେଠାରେ କରୀନା ସୈଫଙ୍କୁ ଡାକି ତୈମୁର ଆଗରେ ତାଙ୍କୁ କିସ୍ କରୁଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । 


COMMERCIAL BREAK
SCROLL TO CONTINUE READING


ଭିଡିଓ ଦେଖି ଲୋକମାନେ କହିଥିଲେ କିଛି ଏମିତି : 
ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ପ୍ରଶଂସକ ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ଟ୍ରୋଲର୍ସ ଟ୍ରୋଲ କରିଛନ୍ତି । ଟ୍ରୋଲର୍ସ କହିଛନ୍ତି ଯେ, ଉଭୟ ରାଜରାସ୍ତାରେ ନୈଟଙ୍କି କରୁଛନ୍ତି । ତେବେ, ଆଉ କିଛି ଟ୍ରୋଲର୍ସ କହିଛନ୍ତି ଯଦି ଆପଣ ଏଭଳି କାମ କରୁଛନ୍ତି । ତେବେ, ଏହା ଆପଣ ଘରେ କଲେ ଭଲ ହେବ ପୁଅ ତୈମୁର ସାମ୍ନାରେ ନୁହେଁ। ପବ୍ଲିକ୍ ପ୍ଲେସରେ କରିଥିବା ଏହି କାମର କୌଣସି ଅର୍ଥ ନାହିଁ । 


 




ନିକଟରେ ଚର୍ଚ୍ଚା ହେଉଥିଲା ଯେ, ବଲିଉଡର ଗର୍ଜିୟସ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା । ନିକଟରେ ଏହି ଷ୍ଟାର ଦମ୍ପତି ଇଂଲଣ୍ଡରେ ଛୁଟି କାଟୁଥିଲେ । ଷ୍ଟାର୍ ଦମ୍ପତି ଇଂଲଣ୍ଡରେ ବୁଲାବୁଲି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ଏହି ଫଟୋ ମଧ୍ୟରୁ ଏକ ଫଟୋକୁ ଦେଖି କରୀନା ପୁଣି ଥରେ ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଥିଲା। ଭାଇରାଲ ଫଟୋରେ କରୀନା କପୁରଙ୍କୁ କଳା ରଙ୍ଗର ଟପ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ସହିତ କରୀନା ଏକ ସ୍ଲିଙ୍ଗ୍ ବ୍ୟାଗ୍ ରଖିଛନ୍ତି, କରୀନା ଏହି ଫଟୋରେ ବିନା ମେକଅପ୍‌ରେ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ସମସ୍ତ ପ୍ରଶଂସକଙ୍କ ନଜର କରୀନାଙ୍କ ପେଟରେ ଅଟକଛି। କରୀନାଙ୍କ ଏହି ଫଟୋ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଶ୍ୱାସ କରନ୍ତି ଯେ ସେ ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ସେ ପ୍ରେଗନେଣ୍ଟ ଥିବା ପରି ଦେଖାଯାଉଛି, ଯାହାକୁ ସେ କଳା ପୋଷାକ ପିନ୍ଧି ଲୁଚାଇ ପାରିବେ ନାହିଁ। ଏଥି ସହିତ, କିଛି ସୋସିଆଲ ମିଡିଆ ୟୁଜର ଏହା ମଧ୍ୟ କହିଛନ୍ତି ଯେ କରୀନାଙ୍କ ଏହା ପୁରୁଣା ଫଟୋ ଅଟେ। କରୀନା କପୁର ଜଣେ ଭାରତୀୟ  ଅଭିନେତ୍ରୀ  । ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ଅଭିନେତା ରଣଧୀର କପୁର ଏବଂ ବବିତା କପୁରଙ୍କର ଝିଅ । ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୦ ମସିହାରେ ହିନ୍ଦୀ କଥାଚିତ୍ର ରିଫୁଜୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଶୋକା, କଭି ଖୁସି କଭି ଗମ୍, ଚାମେଲି ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।