Satyaprem Ki Katha : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ଆଗାମୀ ଫିଲ୍ମ  ସତ୍ୟପ୍ରେମ୍ କି କଥା(Satyaprem Ki Katha)ର ସୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମର ସୁଂଟିଂରେ ଏବେ ବ୍ୟସ୍ତ ଅଛନ୍ତି କାର୍ତ୍ତିକ୍ । ନିକଟରେ ମୁମ୍ବାଇରେ ଦଶହରା ସମୟରେ ଫିଲ୍ମର ସୁଟିଂ ଶେଷ ହୋଇଛି । ଏନେଇ ଆର୍ଯ୍ୟାନ୍ ନିଜ ଟିମ ସହ ସୁଟିଂ ସେଟରେ ଗରବା କରିବା ସହ ଦଶହରାରେ ମସ୍ତି ମଧ୍ୟ କରିଛନ୍ତି। ଏନେଇ ସେ ନିଜ ଇନଷ୍ଟାରେ ଏକ ଭିଡଓ ପୋଷ୍ଟ କରିଛନ୍ତି । ଏଥିରେ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି, " ଦଶହରା ଦିନ, # ସତ୍ୟପ୍ରେମ କି କାଥାର ଟିମ୍ ସହ ଏକ ମାସର ବ୍ୟସ୍ତବହୁଳ ଓ ମଜାଳିଆ କାର୍ଯ୍ୟସୂଚୀ ଏଠାରେ ସମାପ୍ତ ହେଉଛି" ।  କାର୍ତ୍ତିକ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଯେଉଁଥିରେ ଦେଖିବାକୁ ଫିଲ୍ମର କୋଷ୍ଟାରେ କିଆର ଆଡଭାନୀ ଓ  ପୁରାଟିମ୍ ସହ ସେ କେକ୍ କାଟିଛନ୍ତି।  ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

 ତେବେ, ସତ୍ୟକି ପ୍ରେମକଥା ଫିଲ୍ମଟିର ପ୍ରଯୋଜକ ସାଜିଦ ନାଡିଓ୍ବାବାଲା,ସରିନ୍ ମନ୍ତ୍ରୀ କେଡିଆ ଓ କିଶୋର ଆରୋରା ରହିଥିବା ବେଳେ ନିର୍ଦ୍ଦେଶକ ରହିଛନ୍ତି ସମୀର ବିଦଓ୍ବାନ୍ସ । ଫିଲ୍ମଟି ଆସନ୍ତାବର୍ଷ ଜୁନ୍ ୨୯ ତାରିଖରେ ପରଦାକୁ ଆସିବ। ଫିଲ୍ମର ଲିଡ ରୋଲରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡଭାନୀ । ତେବେ ଏହା ପୂର୍ବରୁ କାର୍ତ୍ତିକ ଓ କିଆରାଙ୍କୁ ଫିଲ୍ମ  ଭୁଲଭୁଲେୟା ୨ (Bhool Bhulaiyaa 2)ରେ ଦେଖିବାକୁ ମିଳିଥିଲା।  ଫିଲ୍ମ  ଭୁଲଭୁଲେୟା ୨ (Bhool Bhulaiyaa 2) ଏକ ହରର କମେଡି ମୁଭି । କୋଭିଡ ଯୋଗୁଁ ଏହାର ରିଲିଜ୍ ଡେଟ ଘୁଞ୍ଚିଥିଲା । ନଚେତ ଫିଲ୍ମଟି ୨୦୨୦ ଜୁଲାଇ ୩୧ର ପରଦାକୁ ଆସିଥାନ୍ତା । କିନ୍ତୁ ଫିଲ୍ମଟି  ଚଳିତ ବର୍ଷ ୨୦ ମେ ରେ ପରଦାକୁ ଆସିଥିଲା । ଫିଲ୍ମଟିକୁ କାଫି ପଜେଟିଭ ରେସପନ୍ସ ମିଳିଥିଲା।  ଚଳିତ ବର୍ଷ ବକ୍ସ ଅଫିସରେ ଭଲ ଇନକମ କରିଥିବା ଫିଲ୍ମ ମଧ୍ୟରୁ ଭୁଲଭୁଲେୟା ୨ (Bhool Bhulaiyaa 2) ମଧ୍ୟ ରହିଛି ।


ଏହାବି ପଢନ୍ତୁ : Comedian Parag Kansara Death News : ପରଲୋକରେ ପରାଗ କଂସାରା, ଶୋକରେ ବୁଡିଲା ବଲିଉଡ୍


 



 


ଫିଲ୍ମଟିର ଲିଡ୍ ରୋଲରେ ନଜର ଆସିଥିଲେ କାର୍ତ୍ତିକ ଆର୍ଯ୍ୟାନ,କିଆରା ଆଡଭାନୀ ଓ ତବୁ । ଫିଲ୍ମଟିର ବଜେଟ୍ ୬୫-୭୦ କୋଟି ଥିଲା । ହେଲେ ଫିଲ୍ମଟି ବକ୍ସ ଅଫିସରେ ୨୬୬.୮୮ କୋଟି କଲେକସନ୍ କରିଥିଲା ।  ଫିଲ୍ମଟିର ନିର୍ଦ୍ଦେଶକ ଥିଲେ ଅନିଜ୍ ବାଜମେ । ପ୍ରଯୋଜକ ଥିଲେ  ଭୁଷଣ କୁମାର, ମୁରଦ୍ ଖେଟାନି, କ୍ରିଷନ୍ କୁମାର ଓ ଅଞ୍ଜୁମ୍ ଖେତାନି । ଯଦି ଆମେ କାର୍ତ୍ତିକଙ୍କ ଓ୍ବାର୍କ ଫ୍ରଣ୍ଟର କଥା କହିବା  ତେବେ, ତାଙ୍କୁ ସେହେଜାଦା(Shehzada)ରେ ଦେଖିବାକୁ ମିଳିବ । ଆସନ୍ତାବର୍ଷ ଫେବୃଆରୀ ୧୦ରେ ଏହି ଫିଲ୍ମଟି ରିଲିଜ୍ ହେବ । ସେହିପରି କ୍ୟାପଟେନ ଇଣ୍ତିଆ,ଦୋସ୍ତାନା ୨, ଆଶିକି ୩, ଫ୍ରେଡି ଭଳି ଫିଲ୍ମରେ ନିଜର ଆସିବେ କାର୍ତ୍ତିକ ।